୧୮ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟା ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ୫ ହଜାର […]

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟା ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ୫ ହଜାର ପଟ୍ଟା ବଣ୍ଟନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ବିଏମ୍‌‌ସିର ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ଚୟନ ତାଲିକା ଚୂଡ଼ାନ୍ତ ହୋଇଛି। ବାକି ବସ୍ତିବାସିନ୍ଦାଙ୍କ ଜମି ଜଙ୍ଗଲ ଓ ସଂରକ୍ଷିତ ଶ୍ରେଣୀରେ ଥିବାରୁ ସମ୍ପୃକ୍ତ ବିଭାଗର ଅନୁମୋଦନ ପରେ ହିଁ ହିତାଧିକାରୀଙ୍କ ପଟ୍ଟା ପ୍ରସ୍ତୁତ କରିବାକୁ ବିଏମ୍‌‌ସି ଲକ୍ଷ୍ୟ ରଖିଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ, ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଡ୍ରୋନ୍‌‌ ଯୋଗେ ଊଷା ସର୍ଭେ କାମର ଶୁଭାରମ୍ଭ ହୋଇଥିଲା। ସର୍ଭେ ସମ୍ପୂର୍ଣ୍ଣ ହେବା ସହିତ ୫ଟି ମହାନଗର ନିଗମ ଅଞ୍ଚଳରେ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇଛି। ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି। ବିଏମ୍‌‌ସି ଅଞ୍ଚଳର ୱାର୍ଡ ନମ୍ବର ୧ରେ ୧୪୦୦ରୁ ଅଧିକ ବସ୍ତିବାସିନ୍ଦାଙ୍କ ସର୍ଭେ ହୋଇଥିଲା। ସେଥିରୁ ପ୍ରାୟ ୧୨୦୦ ଭୂମିହୀନ ବସ୍ତିବାସିନ୍ଦା ଜମି ଅଧିକାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର