୫ ମହାନଗରବାସୀଙ୍କୁ ମିଳିବ ଭୂମି ଅଧିକାର: ଆଜିଠାରୁ ଆରମ୍ଭ ହେଲା ଡ୍ରୋନ୍‍ ସର୍ଭେ, ଭର୍ଚ୍ୟୁଆଲରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି। ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଓ ଟାଟା […]

ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି। ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଟାଟା ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଡ୍ରୋନ୍‍ ସର୍ଭେ ପାଇଁ ରାଜ୍ୟର ୫ ଟି ମହାନଗର ନିଗମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଡ୍ରୋନ୍‍ ଉଡ଼ାଇଥିଲେ। ଏହିକ୍ରମରେ ବିଏମସିର ୱାର୍ଡ ନମ୍ବର ୯ରେ ଥିବା ମହିମାନଗର ବସ୍ତିରେ ପ୍ରଥମେ ଡ୍ରୋନ୍‍ ଉଡ଼ାଯାଇଥିଲା। ଏଥିପାଇଁ ବିଏମସି ପକ୍ଷରୁ ମହିମାନଗରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଠାରେ ଭୁବନେଶ୍ୱରର ବିଧାୟଙ୍କ ସମେତ ମେୟର ଓ କମିସନର ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେହିପରି ଅନ୍ୟ ୪ ଟି ମହାନଗର ନିଗମରେ ମଧ୍ୟ ସ୍ଥାନୀୟ ନେତାଙ୍କ ସମେତ ପୌର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ମହାନଗରବାସୀଙ୍କୁ ଜାଗା ମିଶନରେ ଭୂମି ଅଧିକାର ପ୍ରଦାନ କରିବାକୁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଥିଲେ। ଏହି ଆଧାରରେ ମହାନଗରନିଗମଗୁଡ଼ିକର ବିଭିନ୍ନ ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀମାନେ ଭୂମି ଅଧିକାର ପାଇବାକୁ ହକ୍‍ଦାର ହୋଇଥିଲେ। ଏହି ଡ୍ରୋନ ସର୍ଭେ ଜରିଆରେ ବସ୍ତିରେ ଥିବା ଘରଗୁଡ଼ିକ ଚିହ୍ନଟ କରାଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ହେବ। ଏହି ସର୍ଭେରେ କେଉଁ ବସ୍ତିରେ କେତେ ଘର ରହିଛି ଓ ଏହି ଘରଗୁଡ଼ିକ କେତେ ବର୍ଗ ମିଟରରେ ଅଛି ତାହା ଜଣାପଡ଼ିଯିବ। ଡ୍ରୋନ୍‍ ସର୍ଭେକୁ ଆଧାର କରି ଊଷା ସର୍ଭେ କରାଯିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏଥିରେ ରାଜ୍ୟର ୫ ଟି ମାହନଗର ନିଗମକୁ ସାମିଲ କରାଯାଇ ନ ଥିଲା। ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବା ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାନଗରନିଗମ ଗୁଡ଼ିକରେ ବାସକରୁଥିବା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବ୍ୟବସ୍ଥାରେ ବସ୍ତିବାସିନ୍ଦା ମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଅଧିକାର ପ୍ରଦାନ କରାଯିବ।

ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବସ୍ତିଗୁଡ଼ିକରେ ଡ୍ରେନ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‍ ଓ ଷ୍ଟ୍ରିଟ୍‍ ଲାଇଟ୍‍ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି। ଏଥି ସହିତ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ବସ୍ତିମୁକ୍ତ ସହର ରୂପେ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର