ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଲାଙ୍ଗୀର ଆଇଟି ରେଡ: ସରୁନି ଚଢ଼ଉ କି ସରୁନି ଜବତ ଟଙ୍କାର ଗଣତି, ୪୦ ବ୍ୟାଗରୁ ବାହାରିଲାଣି ୪୬ କୋଟି ଟଙ୍କା

The Sakala Picture
Published On

ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କି, ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏବେ ଯାଏଁ ୪୦ […]

ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କି, ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏବେ ଯାଏଁ ୪୦ ବ୍ୟାଗର ଟଙ୍କା ଗଣା ହୋଇଥିବାବେଳେ ସେଥିରୁ ମିଳିଛି ୪୬ କୋଟି ଟଙ୍କା । ଏବେ ବି ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ । ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ । ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ । ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା । ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

09 Dec 2023 By The Sakala

ବଲାଙ୍ଗୀର ଆଇଟି ରେଡ: ସରୁନି ଚଢ଼ଉ କି ସରୁନି ଜବତ ଟଙ୍କାର ଗଣତି, ୪୦ ବ୍ୟାଗରୁ ବାହାରିଲାଣି ୪୬ କୋଟି ଟଙ୍କା

ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କି, ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏବେ ଯାଏଁ ୪୦ ବ୍ୟାଗର ଟଙ୍କା ଗଣା ହୋଇଥିବାବେଳେ ସେଥିରୁ ମିଳିଛି ୪୬ କୋଟି ଟଙ୍କା । ଏବେ ବି ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ । ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ । ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ । ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା । ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର