ପାଗ ବଦଳିବା ସହ କମୁଛି ଶୀତ, ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର : ପଶ୍ଚିମା ଗଡ଼ବଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ହେବ। ସୋମବାର ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଆଦିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବରରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ଅନ୍ୟପଟେ […]

ଭୁବନେଶ୍ୱର : ପଶ୍ଚିମା ଗଡ଼ବଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ହେବ। ସୋମବାର ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଆଦିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବରରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ଅନ୍ୟପଟେ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ଜଳୀୟବାଷ୍ଣପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଏହା ଦ୍ଵାରା ଅନେକ ସ୍ଥାନରେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ହୋଇଛି। ଏହାଛଡ଼ା କିଛି ଅଞ୍ଚଳରେ ଘନକୁହୁଡ଼ି ମଧ୍ୟ ଦେଖା ଦେଇଛି । ଗତ ୨୪ ଘଣ୍ଟାରେ କୋରାପୁଟ, ବଲାଙ୍ଗୀରରେ ଅତି ଘନ କୁହୁଡ଼ି ଦେଖାଦେଇଛି। ଏହି ଦୁଇ ସ୍ଥାନରେ ଦୃଶ୍ୟମାନ କ୍ଷମତା ଯଥାକ୍ରମରେ ୩୦ ଓ ୪୦ ମିଟର ରହିଥିଲା । ବାଲେଶ୍ବରରେ ଏହା ୫୦ ମିଟର ରହିଥିବା ବେଳେ ଅନୁଗୁଳ ଓ ବାରିପଦାରେ ୧୦୦, କେନ୍ଦୁଝର, ମାଲକାନଗିରି, ଫୁଲବାଣୀରେ ଦୃଶ୍ୟମାନ କ୍ଷମତା ୧୫୦ ମିଟର ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨.୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ୩.୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଫୁଲବାଣୀର ରାତିର ତାପମାତ୍ରା ସ୍ଵାଭାବିକଠାରୁ ୭.୨ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ଓ ବାରିପଦାରେ ୫.୯ ଡିଗ୍ରୀ ଅଧିକ ରହିଛି। ପାରାଦୀପରେ ମଧ୍ୟରେ ତାପମାତ୍ରା ସ୍ଵାଭାବିକଠାରୁ ୫.୧ ଡିଗ୍ରୀ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ବର୍ଷା ପାଗ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି। ଏହି ସ୍ଥିତି ଆହୁରି ଦୁଇ ତିନ ଜାରି ରହିବାକୁ ଥିବାରୁ ଶୀତର ପ୍ରକୋପ ହ୍ରାସ ହୋଇଯିବ । ଦୁଇ ତିନି ପରେ ତାପମାତ୍ରାରେ ହ୍ରାସ ହେବ ଓ ପୁଣି ଶୀତ ଫେରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର