କଟକ ସହରରେ ସକ୍ରିୟ ‘ଇରାନୀ ଗ୍ୟାଙ୍ଗ’

The Sakala Picture
Published On

କଟକ : କଟକ ସହରରେ ଏବେ ଇରାନୀ ଗ୍ୟାଙ୍ଗ ସକ୍ରିୟ ରହିଛି। ସେମାନେ ଗ୍ରାହକ ସାଜି ବଡ଼ବଡ଼ ଦୋକାନକୁ ଯାଉଛନ୍ତି। ଚତରୁତାର ସହ ସୁନା ଅଳଙ୍କାର ଓ ଦାମୀ ସାମଗ୍ରୀ ଲୁଟ୍‍ କରି ଚମ୍ପଟ୍‌ ମାରୁଛନ୍ତି। ଏହି ଇରାନୀ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ପୁରୀଘାଟ ଥାନା ପୁଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଧୋବେଇପଡ଼ାର ଲଜାଫ୍‍ ଅଲ୍ଲି ଓ ମହମ୍ମଦ ଆବାସ। ପୁଲିସ ସେମାନଙ୍କ ନିକଟରୁ ୨୦ ଗ୍ରାମର […]

କଟକ : କଟକ ସହରରେ ଏବେ ଇରାନୀ ଗ୍ୟାଙ୍ଗ ସକ୍ରିୟ ରହିଛି। ସେମାନେ ଗ୍ରାହକ ସାଜି ବଡ଼ବଡ଼ ଦୋକାନକୁ ଯାଉଛନ୍ତି। ଚତରୁତାର ସହ ସୁନା ଅଳଙ୍କାର ଓ ଦାମୀ ସାମଗ୍ରୀ ଲୁଟ୍‍ କରି ଚମ୍ପଟ୍‌ ମାରୁଛନ୍ତି। ଏହି ଇରାନୀ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ପୁରୀଘାଟ ଥାନା ପୁଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଧୋବେଇପଡ଼ାର ଲଜାଫ୍‍ ଅଲ୍ଲି ଓ ମହମ୍ମଦ ଆବାସ। ପୁଲିସ ସେମାନଙ୍କ ନିକଟରୁ ୨୦ ଗ୍ରାମର ୫୦ଟି ସୁନା ଲକେଟ୍‍ ଜବତ କରିଛି। ତେବେ ଏହି ଅଭିଯୁକ୍ତଙ୍କ ଦୋଳମୁଣ୍ଡାଇସ୍ଥିତ ଜୟ ଜଗନ୍ନାଥ ଜୁଏଲାରି ଦୋକାନରୁ ଲୁଟ୍‍ ଘଟଣାରେ ସମ୍ପୃକ୍ତି ରହିଥିବା ପୁଲିସ ସ୍ପଷ୍ଟ ହୋଇଛି। ସୂଚନା ମୁତାବକ, ଗତ ଫେବୃଆରୀ ୪ତାରିଖରେ ଦୋଳମୁଣ୍ଡାଇସ୍ଥିତ ଜୟଜଗନ୍ନାଥ ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ୍‍ ହୋଇଥିଲା। ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ସୁନା ଗହଣା କିଣିବା ଲାଗି ଉକ୍ତ ଦୋକାନକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସେମାନେ ଦୀର୍ଘ ସମୟ ଧରି ସୁନାହାର ଓ ମୁଦି ଭଳି ବହୁ ସୁନା ଅଳଙ୍କାର ଦେଖିବା ସହ ମୂଲଚାଲ କରିଥିଲେ। ଦୋକାନ ମାଲିକ ଅନ୍ୟ ଜଣେ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିବା ବେଳେ ଯୁବକଦ୍ବୟ ଚତୁରତାର ସହ ସୁନା ମୁଦି ଓ ଅନ୍ୟ ଅଳଙ୍କାର ଥିବା ବାକ୍ସ ଧରି ଖସିପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଦୋକାନ ମାଲିକ ଜଣକ ଏହା ଜାଣିପାରି ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଜଣେ ଯୁବକ ସମ୍ପୃକ୍ତ ଦୋକାନ ମାଲିକଙ୍କୁ ଧକ୍କା ଦେବାରୁ ସେ ପଡ଼ିଯାଇଥିଲେ। ଏପରିକି ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଦୁର୍ବୃତ୍ତମାନେ ଦୁଇଟି ବାଇକ୍‍ରେ ବସି ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ। ପ୍ରାୟ ୨୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଦୋକାନ ମାଲିକ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଯାଞ୍ଚ ବେଳେ ଏହି ଲୁଟ୍‍ରେ ଦୁଇ ଯୁବକଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏପରିକି ଏହି ଲୁଟେରା ଇରାନୀ ଗ୍ୟାଙ୍ଗର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିଲା। ଏବେ ଏହି ଇରାନୀ ଗ୍ୟାଙ୍ଗର ଦୁଇ ସଦସ୍ୟ ପୁରୀଘାଟ ଥାନାଞ୍ଚଳରେ ଥିବା ଅନ୍ୟ ଏକ ସୁନା ଦୋକାନରୁ ଲୁଟ୍‍ କରିବାକୁ ଯୋଜନା କରୁଥିଲେ। ଏ ସଂକ୍ରାନ୍ତରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‍ ସ୍ଥାନୀୟ ଅଞ୍ଚଳରେ ଚଢଉ କରି ୟାମାହା ବାଇକ୍‍ରେ ଯାଉଥିବା ସନ୍ଦିଗ୍ଧ ଦୁଇ ଯୁବକଙ୍କୁ କାବୁ କରିଥିଲା। ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଥିଲା। ସେମାନେ ଇରାନୀ ଗ୍ୟାଙ୍ଗର ସଦସ୍ୟ ହୋଇଥିବା ବେଳେ ଦୋଳମୁଣ୍ଡାଇ ଲୁଟ୍‍ରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ତେବେ ଦୋଳମୁଣ୍ଡାଇ ଜୟଜଗନ୍ନାଥ ଜୁଏଲାରୀରୁ ଲୁଟ୍‍ ସମୟରେ ୫ଜଣ ସଦସ୍ୟ ରହିଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହି ଅଭିଯୁକ୍ତଦ୍ୱୟ ସୁନା ଲୁଟିବା ପରେ ବାହାରେ ଥିବା ୩ଜଣ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାର କରାଇବାରେ ସହାୟତା କରିଥିଲେ। ଏହି ଗ୍ୟାଙ୍ଗ କଟକ, ଭୁବନେଶ୍ୱର, ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟରେ ସକ୍ରିୟ ରହିଥିବା ପୁଲିସ ଜାଣିବାକୁୁ ପାଇଛି। ଅଲ୍ଲୀ ଓ ଆବାସର ସୂଚନାକୁ ଆଧାରକରି ଅନ୍ୟ ତିନିଜଣ ସହଯୋଗୀଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଅଭିଯୁକ୍ତଦ୍ୱୟକୁ ଆଜି କୋର୍ଟଚାଲଣ କରାଯାଇଥିବା ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ କହିଛନ୍ତି।

19 Jul 2021 By The Sakala

କଟକ ସହରରେ ସକ୍ରିୟ ‘ଇରାନୀ ଗ୍ୟାଙ୍ଗ’

କଟକ : କଟକ ସହରରେ ଏବେ ଇରାନୀ ଗ୍ୟାଙ୍ଗ ସକ୍ରିୟ ରହିଛି। ସେମାନେ ଗ୍ରାହକ ସାଜି ବଡ଼ବଡ଼ ଦୋକାନକୁ ଯାଉଛନ୍ତି। ଚତରୁତାର ସହ ସୁନା ଅଳଙ୍କାର ଓ ଦାମୀ ସାମଗ୍ରୀ ଲୁଟ୍‍ କରି ଚମ୍ପଟ୍‌ ମାରୁଛନ୍ତି। ଏହି ଇରାନୀ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ପୁରୀଘାଟ ଥାନା ପୁଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଧୋବେଇପଡ଼ାର ଲଜାଫ୍‍ ଅଲ୍ଲି ଓ ମହମ୍ମଦ ଆବାସ। ପୁଲିସ ସେମାନଙ୍କ ନିକଟରୁ ୨୦ ଗ୍ରାମର ୫୦ଟି ସୁନା ଲକେଟ୍‍ ଜବତ କରିଛି। ତେବେ ଏହି ଅଭିଯୁକ୍ତଙ୍କ ଦୋଳମୁଣ୍ଡାଇସ୍ଥିତ ଜୟ ଜଗନ୍ନାଥ ଜୁଏଲାରି ଦୋକାନରୁ ଲୁଟ୍‍ ଘଟଣାରେ ସମ୍ପୃକ୍ତି ରହିଥିବା ପୁଲିସ ସ୍ପଷ୍ଟ ହୋଇଛି। ସୂଚନା ମୁତାବକ, ଗତ ଫେବୃଆରୀ ୪ତାରିଖରେ ଦୋଳମୁଣ୍ଡାଇସ୍ଥିତ ଜୟଜଗନ୍ନାଥ ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ୍‍ ହୋଇଥିଲା। ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ସୁନା ଗହଣା କିଣିବା ଲାଗି ଉକ୍ତ ଦୋକାନକୁ ଯାଇଥିଲେ।

ସେମାନେ ଦୀର୍ଘ ସମୟ ଧରି ସୁନାହାର ଓ ମୁଦି ଭଳି ବହୁ ସୁନା ଅଳଙ୍କାର ଦେଖିବା ସହ ମୂଲଚାଲ କରିଥିଲେ। ଦୋକାନ ମାଲିକ ଅନ୍ୟ ଜଣେ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିବା ବେଳେ ଯୁବକଦ୍ବୟ ଚତୁରତାର ସହ ସୁନା ମୁଦି ଓ ଅନ୍ୟ ଅଳଙ୍କାର ଥିବା ବାକ୍ସ ଧରି ଖସିପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଦୋକାନ ମାଲିକ ଜଣକ ଏହା ଜାଣିପାରି ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଜଣେ ଯୁବକ ସମ୍ପୃକ୍ତ ଦୋକାନ ମାଲିକଙ୍କୁ ଧକ୍କା ଦେବାରୁ ସେ ପଡ଼ିଯାଇଥିଲେ। ଏପରିକି ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଦୁର୍ବୃତ୍ତମାନେ ଦୁଇଟି ବାଇକ୍‍ରେ ବସି ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ। ପ୍ରାୟ ୨୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଦୋକାନ ମାଲିକ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଯାଞ୍ଚ ବେଳେ ଏହି ଲୁଟ୍‍ରେ ଦୁଇ ଯୁବକଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା।

ଏପରିକି ଏହି ଲୁଟେରା ଇରାନୀ ଗ୍ୟାଙ୍ଗର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିଲା। ଏବେ ଏହି ଇରାନୀ ଗ୍ୟାଙ୍ଗର ଦୁଇ ସଦସ୍ୟ ପୁରୀଘାଟ ଥାନାଞ୍ଚଳରେ ଥିବା ଅନ୍ୟ ଏକ ସୁନା ଦୋକାନରୁ ଲୁଟ୍‍ କରିବାକୁ ଯୋଜନା କରୁଥିଲେ। ଏ ସଂକ୍ରାନ୍ତରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‍ ସ୍ଥାନୀୟ ଅଞ୍ଚଳରେ ଚଢଉ କରି ୟାମାହା ବାଇକ୍‍ରେ ଯାଉଥିବା ସନ୍ଦିଗ୍ଧ ଦୁଇ ଯୁବକଙ୍କୁ କାବୁ କରିଥିଲା। ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଥିଲା। ସେମାନେ ଇରାନୀ ଗ୍ୟାଙ୍ଗର ସଦସ୍ୟ ହୋଇଥିବା ବେଳେ ଦୋଳମୁଣ୍ଡାଇ ଲୁଟ୍‍ରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ତେବେ ଦୋଳମୁଣ୍ଡାଇ ଜୟଜଗନ୍ନାଥ ଜୁଏଲାରୀରୁ ଲୁଟ୍‍ ସମୟରେ ୫ଜଣ ସଦସ୍ୟ ରହିଥିଲେ।

ଏହି ଅଭିଯୁକ୍ତଦ୍ୱୟ ସୁନା ଲୁଟିବା ପରେ ବାହାରେ ଥିବା ୩ଜଣ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାର କରାଇବାରେ ସହାୟତା କରିଥିଲେ। ଏହି ଗ୍ୟାଙ୍ଗ କଟକ, ଭୁବନେଶ୍ୱର, ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟରେ ସକ୍ରିୟ ରହିଥିବା ପୁଲିସ ଜାଣିବାକୁୁ ପାଇଛି। ଅଲ୍ଲୀ ଓ ଆବାସର ସୂଚନାକୁ ଆଧାରକରି ଅନ୍ୟ ତିନିଜଣ ସହଯୋଗୀଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଅଭିଯୁକ୍ତଦ୍ୱୟକୁ ଆଜି କୋର୍ଟଚାଲଣ କରାଯାଇଥିବା ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ କହିଛନ୍ତି।

https://www.thesakala.in/latest-odisha-news/irani-gang-active-in-cuttack/article-3889
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର