ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ସଂଜୀବ ପଣ୍ଡା ହେଲେ ଟ୍ବିନ ସିଟି ପୁଲିସ କମିଶନର

The Sakala Picture
Published On

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ଟ୍ବିନ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି, ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଦାୟିତ୍ୱ ଦିଆଯାଇଛି । ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଦାୟିତ୍ବ […]

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ଟ୍ବିନ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡଙ୍ଗାରେ ବୁଲି ସ୍ଥିତି ଅନୁଧ୍ୟାନ କଲେ

ସେହିପରି, ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଦାୟିତ୍ୱ ଦିଆଯାଇଛି । ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଦାୟିତ୍ବ ତୁଲାଇବେ। ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ରେଂଜ ଆଇଜି ଦାୟିତ୍ୱ ପ୍ରଦାନ କରାଯାଇଛି। ପିନାକ ମିଶ୍ରଙ୍କୁ ପୁରୀ ଏସପି ଦାୟିତ୍ୱ ମିଳିଥିବା ବେଳେ କଟକ ଡିସିପି ହେଲେ କନୱର ବିଶାଲ ସିଂ ।

ଆହୁରି ପଢ଼ନ୍ତୁ: ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍‌ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା

ହେଡକ୍ୱାର୍ଟର ଏଆଇଜିପି ଥିବା ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ରାୟଗଡ଼ା ଏସ୍‌ପି ଥିବା ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଏଆଇଜିପି ଭାବେ ବଦଳି କରାଯାଇଛି।

ଆହୁରି ପଢ଼ନ୍ତୁ: BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

ଦେବଗଡ଼ ଏସ୍‌ପି ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି। ଜୟପୁର ଏସ୍‌ଡିପିଓ ଥିବା ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି।

ଢେଙ୍କାନାଳ ଏସ୍‌ପି ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କୁ ଏଆଇଜିପି ଭାବେ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।

24 Jan 2024 By The Sakala

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ସଂଜୀବ ପଣ୍ଡା ହେଲେ ଟ୍ବିନ ସିଟି ପୁଲିସ କମିଶନର

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ଟ୍ବିନ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି।

ସେହିପରି, ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଦାୟିତ୍ୱ ଦିଆଯାଇଛି । ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଦାୟିତ୍ବ ତୁଲାଇବେ। ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ରେଂଜ ଆଇଜି ଦାୟିତ୍ୱ ପ୍ରଦାନ କରାଯାଇଛି। ପିନାକ ମିଶ୍ରଙ୍କୁ ପୁରୀ ଏସପି ଦାୟିତ୍ୱ ମିଳିଥିବା ବେଳେ କଟକ ଡିସିପି ହେଲେ କନୱର ବିଶାଲ ସିଂ ।

ହେଡକ୍ୱାର୍ଟର ଏଆଇଜିପି ଥିବା ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ରାୟଗଡ଼ା ଏସ୍‌ପି ଥିବା ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଏଆଇଜିପି ଭାବେ ବଦଳି କରାଯାଇଛି।

ଦେବଗଡ଼ ଏସ୍‌ପି ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି। ଜୟପୁର ଏସ୍‌ଡିପିଓ ଥିବା ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି।

ଢେଙ୍କାନାଳ ଏସ୍‌ପି ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କୁ ଏଆଇଜିପି ଭାବେ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର