ଝାରପଡ଼ା ଓ ଚୌଦ୍ୱାର ଜେଲ୍‌‌ରେ ଚାଲିଛି ଆଇପିଏଲ୍‌‌ ବେଟିଂ ! ଗ୍ୟାଙ୍ଗ୍‌‌ଷ୍ଟର, ଚିଟ୍‌‌ଫଣ୍ଡ ଠକ ସାଜିଛନ୍ତି ବେଟିଂର ମାଷ୍ଟରମାଇଣ୍ଡ

The Sakala Picture
Published On

ଭୁବନେଶ୍ୱର: ଏକାଧିକ କଏଦୀଙ୍କ ୨୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଅନ୍‌‌ଲାଇନ୍‌‌ ଟ୍ରେଡିଂରେ ଲଗାଇ ନିଲମ୍ବିତ ହୋଇଥିଲେ ଝାରପଡ଼ା ଜେଲ୍‌‌ରେ ଥିବା ଫାର୍ମାସିଷ୍ଟ ଶିବ ସାମନ୍ତରାୟ। ସେ ଟଙ୍କା ନେଇଥିବା କଏଦୀଙ୍କୁ ଲାଭାଂଶ ନଦେବାରୁ ଏହି ଘଟଣା ପଦାକୁ ଆସିଲା। ଅନ୍‌‌ଲାଇନ୍‌‌ ଟ୍ରେଡିଂ ପରେ ଏବେ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ଆଇପିଏଲ୍‌‌ ବେଟିଂ ଚାଲୁଥିବା ଜଣାପଡ଼ିଛି। ପ୍ରତିଦିନ ଲକ୍ଷାଧିକ ଟଙ୍କା ଏଠାରେ ବାଜିରେ ଲାଗୁଛି। ଏହି ବେଟିଂ ଖେଳି ଅନେକ କଏଦୀ ସର୍ବସ୍ୱାନ୍ତ ହେଉଛନ୍ତି। ଯାହାଫଳରେ ସେମାନେ […]

ଭୁବନେଶ୍ୱର: ଏକାଧିକ କଏଦୀଙ୍କ ୨୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଅନ୍‌‌ଲାଇନ୍‌‌ ଟ୍ରେଡିଂରେ ଲଗାଇ ନିଲମ୍ବିତ ହୋଇଥିଲେ ଝାରପଡ଼ା ଜେଲ୍‌‌ରେ ଥିବା ଫାର୍ମାସିଷ୍ଟ ଶିବ ସାମନ୍ତରାୟ। ସେ ଟଙ୍କା ନେଇଥିବା କଏଦୀଙ୍କୁ ଲାଭାଂଶ ନଦେବାରୁ ଏହି ଘଟଣା ପଦାକୁ ଆସିଲା। ଅନ୍‌‌ଲାଇନ୍‌‌ ଟ୍ରେଡିଂ ପରେ ଏବେ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ଆଇପିଏଲ୍‌‌ ବେଟିଂ ଚାଲୁଥିବା ଜଣାପଡ଼ିଛି। ପ୍ରତିଦିନ ଲକ୍ଷାଧିକ ଟଙ୍କା ଏଠାରେ ବାଜିରେ ଲାଗୁଛି। ଏହି ବେଟିଂ ଖେଳି ଅନେକ କଏଦୀ ସର୍ବସ୍ୱାନ୍ତ ହେଉଛନ୍ତି। ଯାହାଫଳରେ ସେମାନେ କ୍ୟାଣ୍ଟିନ୍‌‌ରେ ଖାଇବାକୁ ଟଙ୍କାଟିଏ ମଧ୍ୟ ପାଉନାହାନ୍ତି। ଏହି ବେଟିଂ ପଛରେ ସଜ୍ଜା ପାଇଥିବା କଏଦୀ, ଚିଟ୍‌‌ଫଣ୍ଡ ଠକ ଏବଂ ଗ୍ୟାଙ୍ଗ୍‌‌ଷ୍ଟର ସାଜିଛନ୍ତି ମାଷ୍ଟରମାଇଣ୍ଡ। ସେମାନଙ୍କ ଇସାରାରେ ଏଭଳି ବେଟିଂ ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ସହଯୋଗ କରୁଛନ୍ତି ଜେଲ୍‌‌ରେ କାର୍ଯ୍ୟ କରୁଥିବା ୱାର୍ଡର। ବଡ଼କଥା ହେଲା ଏନେଇ ଜେଲ୍‌‌ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ୱାର୍ଡରେ ଲାଗିଥିବା ଟିଭି ହେଉଛି ସହାୟ
ଜେଲ୍‌‌ରେ କଏଦୀମାନେ ଯେପରି ମାନସିକ ଭାରସ୍ୟାମ ହରାଇବେ ନାହିଁ ଏବଂ ବାହାର ଦୁନିଆର ଖବର ଜାଣିପାରିବେ, ସେଥିପାଇଁ ଟିଭି ଲଗାଯାଇଛି। ଯାହାଫଳରେ ଅନେକ କଏଦୀ ଟିଭି ମାଧ୍ୟମରେ ଅନେକ ସୂଚନା ପାଇ ପାରୁଛନ୍ତି। କିନ୍ତୁ ଏବେ ଜେଲ୍‌‌ରେ ଲାଗିଥିବା ଟିଭି କେତେକ କଏଦୀଙ୍କ ପାଇଁ ଆଇପିଏଲ୍‌‌ ବେଟିଂର ମାଧ୍ୟମ ସାଜିଛି। ସନ୍ଧ୍ୟା ୭ଟା ହେବା ମାତ୍ରେ ମାଷ୍ଟରମାଇଣ୍ଡ ଟିଭି ଆଗରେ ବସିପଡ଼ନ୍ତି। ତା’ର ଚାରିପଟେ ଏକାଧିକ କଏଦୀ ବସନ୍ତି। ଏହି ସମୟରେ ମାଷ୍ଟରମାଇଣ୍ଡକୁ ମଧ୍ୟ ୩ଜଣ କଏଦୀ ଘଷା ମୋଡ଼ା କରି ଦିଅନ୍ତି। ଏହାପରେ ଆରମ୍ଭ ହୋଇଯାଏ ଆଇପିଏଲ୍‌‌ ବେଟିଂ। କଏଦୀଙ୍କୁ ଦିଆଯାଇଥିବା ଟୋକନ୍‌‌ ଧରି ଏକାଧିକ କଏଦୀ ମାଷ୍ଟରମାଇଣ୍ଡକୁ ଦେଇ ଜିତିବାକୁ ଥିବା ଟିମ୍‌‌ ପାଇଁ ଲଗାନ୍ତି। ସେମାନଙ୍କୁ ଜେଲ୍‌‌ କର୍ତ୍ତୃପକ୍ଷ ଦେଇଥିବା ଟୋକନ୍‌‌ ପରିମାଣ ଅନୁସାରେ ଲଗାଯାଇଥାଏ। ପ୍ରତିଦିନ ୧ଲକ୍ଷରୁ ୨ଲକ୍ଷ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ବେଟିଂ କରାଯାଏ। ୨ହଜାର ଟଙ୍କାରୁ ବେଟିଂ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲଗାଯାଇ ଥାଏ।

ହେଉନି ସର୍‌‌ପ୍ରାଇଜ୍‌‌ ଚେକିଂ
ଗତ ଏକ ମାସ ହେବ ଆଇପିଏଲ୍‌‌ ଖେଳ ଚାଲୁଛି। କିନ୍ତୁ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ହେଉନି ସର୍‌‌ପ୍ରାଇଜ୍‌‌ ଚଢ଼ଉ। ଯାହାଫଳରେ ଜେଲ୍‌‌ରେ ଥିବା କୁଖ୍ୟାତ ଅପରାଧୀ ନିଜର ମନମାନୀ ଚଳାଉଛନ୍ତି। ଚଢ଼ଉ ପାଇଁ ଜେଲ୍‌‌ ଡିଜି ଏକ ଟିମ୍‌‌ ଗଠନ କରିଥିଲେ ମଧ୍ୟ ତାହା କ’ଣ ପାଇଁ ଚଢ଼ଉ କରୁନାହାନ୍ତି, ତାକୁ ନେଇ ସନ୍ଦେହ ବଢ଼଼ିଛି।

ଟଙ୍କା ବଦଳରେ କିଭଳି ଟୋକନ୍‌‌ ଲଗାଯାଏ
ଜେଲ୍‌‌ ଭିତରକୁ ଟଙ୍କାର ପ୍ରବେଶ ନଥିବାରୁ ଜେଲ୍‌‌ ମାନୁଆଲ ଅନୁସାରେ ଟୋକନ୍‌‌ ବ୍ୟବସ୍ଥା କରାଯାଇଛି। କଏଦୀ ଜେଲ୍‌‌ କ୍ୟାଣ୍ଟିନ୍‌‌ରୁ ଖାଦ୍ୟ ଖାଇବାରେ ଏବଂ ଅନ୍ୟ ଖର୍ଚ୍ଚ ପାଇଁ କଏଦୀଙ୍କ ପରିବାର ଲୋକେ ଜେଲ୍‌‌ କର୍ତ୍ତୃପକ୍ଷଙ୍କ ନିକଟରେ ୨ହଜାର ଟଙ୍କାରୁ ୫୦ ହଜାର ପର୍ଯ୍ୟନ୍ତ ଜମା କରିପାରିବେ। ଜେଲ୍‌‌ କର୍ତ୍ତୃପକ୍ଷ ଟଙ୍କା ନେବା ପରେ ଉକ୍ତ କଏଦୀଙ୍କୁ ଉକ୍ତ ଟଙ୍କାର ପରିମାଣ ଆକାରରେ ଟୋକନ୍‌‌ ଦେଇଥାନ୍ତି। ୧ଶହ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଟୋକନ ରହିଥାଏ। କଏଦୀ ଏହି ଟୋକନ୍‌‌ ନେଇ କ୍ୟାଣ୍ଟିନ୍‌‌ରେ ଦେଖାଇବା ପରେ ତାକୁ ଖାଦ୍ୟ ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଟୋକନର ଅପବ୍ୟବହାର ହେଉଛି। ଏହାକୁ ଆଇପିଏଲ୍‌‌ ବେଟିଂରେ ବ୍ୟବହାର କରାଯାଉଛି। ମାଷ୍ଟରମାଇଣ୍ଡକୁ ସେମାନେ ୫ଶହରୁ ୨ହଜାର ଏବଂ ତାହାଠୁ ଅଧିକ ଟଙ୍କାର ଟୋକନ୍‌‌ ବେଟିଂରେ ଲଗାଇଥାନ୍ତି। ଝାରପଡ଼ା ଜେଲ୍‌‌ରେ ରହୁଥିବା ପାଖାପାଖି ୧୨ଶହ କଏଦୀଙ୍କ ମଧ୍ୟରେ ୬ଶହ କଏଦୀ ଆଇପିଏଲ୍‌‌ରେ ବେଟିଂ ଲଗାଉଛନ୍ତି।

ଗ୍ୟାଙ୍ଗ୍‌‌ଷ୍ଟାରଙ୍କ ଭୟରେ କେହି ପାଟି ଖୋଲନ୍ତି ନାହିଁ
ଜେଲ୍‌‌ରେ ଆଇପିଏଲ୍‌‌ ବେଟିଂ ଚାଲୁଥିବା ନେଇ ଅନେକ କଏଦୀ ଏବଂ ୱାର୍ଡର ଜାଣିଛନ୍ତି। କିନ୍ତୁ ଗ୍ୟାଙ୍ଗଷ୍ଟର ଏବଂ ଚିଟ୍‌‌ଫଣ୍ଡ ଠକଙ୍କ ଭୟରେ କେହି ପାଟି ଖୋଲନ୍ତି ନାହିଁ। କାରଣ ପୂର୍ବରୁ ଝାରପଡ଼ା ଜେଲ୍‌‌ ସମ୍ମୁଖରେ ଜଣେ ୱାର୍ଡରଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଗ୍ୟାଙ୍ଗ୍‌‌ଷ୍ଟରଙ୍କ ବିରୋଧରେ ଜେଲ୍‌‌ରଙ୍କ ନିକଟରେ ଅଭିଯୋଗ କଲେ, କାଳେ ଏଭଳି କିଛି ଅଘଟଣ ଘଟାଇପାରନ୍ତି। ତେଣୁ ଏହି ଭୟରେ ୱାର୍ଡର ପାଟି ଖୋଲନ୍ତି ନାହିଁ। ସେହିପରି ଜେଲ୍‌‌ରେ ରହୁଥିବା ଅନ୍ୟ କଏଦୀ ପାଟି ଖୋଲିଲେ ତାଙ୍କୁ ଜେଲ୍‌‌ ଭିତରେ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇଥାଏ।

06 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର