ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ହେବ ଆଗୁଆ, ବେଙ୍ଗାଲୁରୁ ସମ୍ମିଳନୀରେ ୧୧,୫୦୦ କୋଟିର ନିବେଶ ପ୍ରସ୍ତାବ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ପର୍ବ ଆଗେଇ ଚାଲିଥିବା ବେଳେ ପୋଷାକ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରାଣକେନ୍ଦ୍ର ହେବାକୁ ଯାଉଛି। ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମେଳନରେ ରାଜ୍ୟକୁ ପ୍ରାୟ ୧୧,୫୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୧,୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ବୟନ, ପୋଷାକ ଓ ବୈଷୟିକ ବୟନ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ପର୍ବ ଆଗେଇ ଚାଲିଥିବା ବେଳେ ପୋଷାକ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରାଣକେନ୍ଦ୍ର ହେବାକୁ ଯାଉଛି। ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମେଳନରେ ରାଜ୍ୟକୁ ପ୍ରାୟ ୧୧,୫୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୧,୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ବୟନ, ପୋଷାକ ଓ ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇ ଓଡ଼ିଶା ସରକାର ମେ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ଏକ ନିବେଶ ପ୍ରୋତ୍ସାହନ ରୋଡ୍‌‌ ସୋ’ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ। ମେ ୧୭ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ବରିଷ୍ଠ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୨୨ ଜଣ ନିବେଶକଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବୈଠକ କରିଥିଲେ। ମେ ୧୮ ତାରିଖରେ ଏହି ପ୍ରତିନିଧି ଦଳ ମୁଖ୍ୟତଃ ବୟନ ଓ ପୋଷାକ, ବୈଷୟିକ ବୟନ ଶିଳ୍ପ ଏବଂ ପରିଧାନଯୋଗ୍ୟ କ୍ଷେତ୍ରର ୨୪ଟି ଶିଳ୍ପକୁ ନେଇ ବୈଠକ ଆୟୋଜନ କରିଥିଲେ। ଯାହାର ସୁଫଳ ସ୍ୱରୂପ ଓଡ଼ିଶାକୁ ଉପରୋକ୍ତ ପରିମାଣର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଆଗକୁ ଓଡ଼ିଶା ଟେକ୍ସଟାଇଲ୍‌‌ ହବରେ ପରିଣତ ହେବା ନେଇ ଆଶା କରାଯାଉଛି। ନିବେଶକମାନେ ରାଜ୍ୟର ନୂତନ ପୋଷାକ ଏବଂ ବୈଷୟିକ-ବୟନ ନୀତି ୨୦୨୨ ଏବଂ ଶିଳ୍ପ ନୀତି ସଂକଳ୍ପ ୨୦୨୨ରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ଦ୍ୱାରା ବିକଶିତ ହେଉଥିବା ଶିଳ୍ପ ଭିତ୍ତିଭୂମିରେ ନିବେଶକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ ଏବଂ ଓଡ଼ିଶା ଦେଶର ପରବର୍ତ୍ତୀ ଟେକ୍ସଟାଇଲ ହବ୍‌‌ ହେବାକୁ ଯାଉଥିବା ନେଇ ବିଶ୍ୱାସ ପ୍ରକଟ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମ୍ମେଳନରେ କହିଛନ୍ତି ଯେ ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତ ଦେଢ଼ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଜାତୀୟ ହାରଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ବିପୁଳ ପ୍ରାକୃତିକ ସମ୍ୱଳ ଏବଂ ପ୍ରମୁଖ ସ୍ଥାନରେ ଅବସ୍ଥିତି କାରଣରୁ ଆମେ ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛୁ, ଯାହା ଦକ୍ଷିଣ-ପୂର୍ବ-ଏସୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିପାରିବ। ଓଡ଼ିଶାର ଦକ୍ଷ ଓ ଉତ୍ପାଦନଶୀଳ ମାନବ ସମ୍ୱଳ, ପ୍ରଗତିଶୀଳ ନୀତି ଏବଂ ସୁଦୃଢ଼ ଫଳାଫଳ ଭିତ୍ତିକ ଶାସନ ନିବେଶକମାନଙ୍କୁ ରାଜ୍ୟରେ ଶିଳ୍ପ ୟୁନିଟ୍‌‌ ସ୍ଥାପନ ପାଇଁ ଏକ ଅନନ୍ୟ ପରିବେଶ ପ୍ରଦାନ କରୁଛି। ଆମେ ଆଜି ସାରା ଦେଶରେ ନିବେଶକମାନଙ୍କ ପାଇଁ ପସନ୍ଦର ଗନ୍ତବ୍ୟସ୍ଥଳ ପାଲଟିଛୁ ବୋଲି ସେ କହିଛନ୍ତି। ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶା ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍‌‌ ସମ୍ପର୍କରେ ଏକ ଉପସ୍ଥାପନା କରି ରାଜ୍ୟର ଶିଳ୍ପ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ ଓଡ଼ିଶାର ବିକାଶନ୍ମୁଖୀ ଟେକ୍ସଟାଇଲ୍‌‌ ଓ ଟେକ୍ନିକାଲ-ଟେକ୍ସଟାଇଲ ଇକୋସିଷ୍ଟମ୍‌‌ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟରେ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଆଣିଥିବା ଅଭିବୃଦ୍ଧିଭିତ୍ତିକ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୋଷାକ ଓ ବୟନ ଶିଳ୍ପ ନୀତି ୨୦୨୨ ବିଷୟରେ ସେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

19 May 2023 By The Sakala

ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ହେବ ଆଗୁଆ, ବେଙ୍ଗାଲୁରୁ ସମ୍ମିଳନୀରେ ୧୧,୫୦୦ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ପର୍ବ ଆଗେଇ ଚାଲିଥିବା ବେଳେ ପୋଷାକ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରାଣକେନ୍ଦ୍ର ହେବାକୁ ଯାଉଛି। ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମେଳନରେ ରାଜ୍ୟକୁ ପ୍ରାୟ ୧୧,୫୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୧,୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।

ବୟନ, ପୋଷାକ ଓ ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇ ଓଡ଼ିଶା ସରକାର ମେ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ଏକ ନିବେଶ ପ୍ରୋତ୍ସାହନ ରୋଡ୍‌‌ ସୋ’ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ। ମେ ୧୭ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ବରିଷ୍ଠ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୨୨ ଜଣ ନିବେଶକଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବୈଠକ କରିଥିଲେ। ମେ ୧୮ ତାରିଖରେ ଏହି ପ୍ରତିନିଧି ଦଳ ମୁଖ୍ୟତଃ ବୟନ ଓ ପୋଷାକ, ବୈଷୟିକ ବୟନ ଶିଳ୍ପ ଏବଂ ପରିଧାନଯୋଗ୍ୟ କ୍ଷେତ୍ରର ୨୪ଟି ଶିଳ୍ପକୁ ନେଇ ବୈଠକ ଆୟୋଜନ କରିଥିଲେ। ଯାହାର ସୁଫଳ ସ୍ୱରୂପ ଓଡ଼ିଶାକୁ ଉପରୋକ୍ତ ପରିମାଣର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଆଗକୁ ଓଡ଼ିଶା ଟେକ୍ସଟାଇଲ୍‌‌ ହବରେ ପରିଣତ ହେବା ନେଇ ଆଶା କରାଯାଉଛି। ନିବେଶକମାନେ ରାଜ୍ୟର ନୂତନ ପୋଷାକ ଏବଂ ବୈଷୟିକ-ବୟନ ନୀତି ୨୦୨୨ ଏବଂ ଶିଳ୍ପ ନୀତି ସଂକଳ୍ପ ୨୦୨୨ରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ଦ୍ୱାରା ବିକଶିତ ହେଉଥିବା ଶିଳ୍ପ ଭିତ୍ତିଭୂମିରେ ନିବେଶକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ ଏବଂ ଓଡ଼ିଶା ଦେଶର ପରବର୍ତ୍ତୀ ଟେକ୍ସଟାଇଲ ହବ୍‌‌ ହେବାକୁ ଯାଉଥିବା ନେଇ ବିଶ୍ୱାସ ପ୍ରକଟ କରିଥିବା ଜଣାପଡ଼ିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମ୍ମେଳନରେ କହିଛନ୍ତି ଯେ ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତ ଦେଢ଼ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଜାତୀୟ ହାରଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ବିପୁଳ ପ୍ରାକୃତିକ ସମ୍ୱଳ ଏବଂ ପ୍ରମୁଖ ସ୍ଥାନରେ ଅବସ୍ଥିତି କାରଣରୁ ଆମେ ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛୁ, ଯାହା ଦକ୍ଷିଣ-ପୂର୍ବ-ଏସୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିପାରିବ। ଓଡ଼ିଶାର ଦକ୍ଷ ଓ ଉତ୍ପାଦନଶୀଳ ମାନବ ସମ୍ୱଳ, ପ୍ରଗତିଶୀଳ ନୀତି ଏବଂ ସୁଦୃଢ଼ ଫଳାଫଳ ଭିତ୍ତିକ ଶାସନ ନିବେଶକମାନଙ୍କୁ ରାଜ୍ୟରେ ଶିଳ୍ପ ୟୁନିଟ୍‌‌ ସ୍ଥାପନ ପାଇଁ ଏକ ଅନନ୍ୟ ପରିବେଶ ପ୍ରଦାନ କରୁଛି। ଆମେ ଆଜି ସାରା ଦେଶରେ ନିବେଶକମାନଙ୍କ ପାଇଁ ପସନ୍ଦର ଗନ୍ତବ୍ୟସ୍ଥଳ ପାଲଟିଛୁ ବୋଲି ସେ କହିଛନ୍ତି। ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶା ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍‌‌ ସମ୍ପର୍କରେ ଏକ ଉପସ୍ଥାପନା କରି ରାଜ୍ୟର ଶିଳ୍ପ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ ଓଡ଼ିଶାର ବିକାଶନ୍ମୁଖୀ ଟେକ୍ସଟାଇଲ୍‌‌ ଓ ଟେକ୍ନିକାଲ-ଟେକ୍ସଟାଇଲ ଇକୋସିଷ୍ଟମ୍‌‌ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟରେ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଆଣିଥିବା ଅଭିବୃଦ୍ଧିଭିତ୍ତିକ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୋଷାକ ଓ ବୟନ ଶିଳ୍ପ ନୀତି ୨୦୨୨ ବିଷୟରେ ସେ ଆଲୋଚନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର