ମାଲକାନଗିରିରେ ଆଉ ୨୪ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ଗୁରୁବାର ଦିନ ୧୨ଟା ଯାଏ ବନ୍ଦ

Madhusudan Das Picture
Published On

ମାଲକାନଗିରି: ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ଯାଏ ଇଣ୍ଟରନେଟ୍ ବନ୍ଦ । ବୁଧବାର ଦିନ ୧୨ଟାରୁ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ନେଇଛି ।ପରିସ୍ଥିତିକୁ ଦେଖି କଟକଣା ନେଇ ପୁଣି ଗୁରୁବାର ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ହୋଇଥିଲା ଉତ୍ତେଜନା । 

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ଅନ୍ୟପଟେ, ଆଜି ମୃତ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରିଛି ପୋଲିସ । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ସେପଟେ ଏମ୍‌ଭି ୨୬ ଗାଁରେ ଧୀରେ ଧୀରେ ସୁଧାର ଆସୁଛି । ଉତ୍ତେଜନା ପରଠୁ ଗାଁ ଛାଡ଼ିଥିବା ଲୋକେ ଘରକୁ ଫେରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ସହ ପାଖ ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୧୫ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ୨୦ ପ୍ଲାଟୁନ୍ ପୋଲିସ ମୁତୟନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

10 Dec 2025 By Madhusudan Das

ମାଲକାନଗିରିରେ ଆଉ ୨୪ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ଗୁରୁବାର ଦିନ ୧୨ଟା ଯାଏ ବନ୍ଦ

ମାଲକାନଗିରି: ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ଯାଏ ଇଣ୍ଟରନେଟ୍ ବନ୍ଦ । ବୁଧବାର ଦିନ ୧୨ଟାରୁ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ନେଇଛି ।ପରିସ୍ଥିତିକୁ ଦେଖି କଟକଣା ନେଇ ପୁଣି ଗୁରୁବାର ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ହୋଇଥିଲା ଉତ୍ତେଜନା । 

ଅନ୍ୟପଟେ, ଆଜି ମୃତ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରିଛି ପୋଲିସ । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।

ସେପଟେ ଏମ୍‌ଭି ୨୬ ଗାଁରେ ଧୀରେ ଧୀରେ ସୁଧାର ଆସୁଛି । ଉତ୍ତେଜନା ପରଠୁ ଗାଁ ଛାଡ଼ିଥିବା ଲୋକେ ଘରକୁ ଫେରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ସହ ପାଖ ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୧୫ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ୨୦ ପ୍ଲାଟୁନ୍ ପୋଲିସ ମୁତୟନ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର