ମାଲକାନଗିରିରେ ଆଉ ୨୪ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ଗୁରୁବାର ଦିନ ୧୨ଟା ଯାଏ ବନ୍ଦ

Madhusudan Das Picture
Published On

ମାଲକାନଗିରି: ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ଯାଏ ଇଣ୍ଟରନେଟ୍ ବନ୍ଦ । ବୁଧବାର ଦିନ ୧୨ଟାରୁ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ନେଇଛି ।ପରିସ୍ଥିତିକୁ ଦେଖି କଟକଣା ନେଇ ପୁଣି ଗୁରୁବାର ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ହୋଇଥିଲା ଉତ୍ତେଜନା । 

ଆହୁରି ପଢ଼ନ୍ତୁ: ଟିକେଟ୍ ନେବାକୁ ବାରବାଟୀ ଷ୍ଟାଡିୟମ ଆଗରେ ପ୍ରବଳ ଭିଡ଼, କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ

ଅନ୍ୟପଟେ, ଆଜି ମୃତ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରିଛି ପୋଲିସ । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଦ ପିଇବାକୁ ଟଙ୍କା ନଦେବାରୁ ମାଆକୁ ଜାଳିଦେଲା ନୃଶଂସ ପୁଅ !

ସେପଟେ ଏମ୍‌ଭି ୨୬ ଗାଁରେ ଧୀରେ ଧୀରେ ସୁଧାର ଆସୁଛି । ଉତ୍ତେଜନା ପରଠୁ ଗାଁ ଛାଡ଼ିଥିବା ଲୋକେ ଘରକୁ ଫେରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ସହ ପାଖ ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୧୫ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ୨୦ ପ୍ଲାଟୁନ୍ ପୋଲିସ ମୁତୟନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଦୁଇ ଦେଶ ମଧ୍ୟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Join Us @ WhatsApp

About The Author

Google News
Join Us @ WhatsApp