ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦେଶକ

The Sakala Picture
Published On

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ। ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ପରିଚୟକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ। ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ […]

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ। ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ପରିଚୟକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ। ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ(ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର