ବଲାଙ୍ଗିର ରାଜନୀତିରେ ରୋଚକ ମୋଡ଼: ଏଥର ‘ରୟାଲ’ ନୁହେଁ, ‘ରିଅଲ୍‌’ ଫାଇଟ୍‌

The Sakala Picture
Published On

ବଲାଙ୍ଗିର: ଚଳିତ ନିର୍ବାଚନରେ ବି ବଲାଙ୍ଗିରବାସୀ ରୟାଲ ଫାଇଟ୍‌ ବଦଳରେ ରିଅଲ୍‌ ଫାଇଟ୍‌ ଦେଖିବାକୁ ପାଇବେ। ରାଜ ପରିବାର ବନାମ ପ୍ରଜା ଲଢ଼େଇ। ପୂର୍ବରୁ ରାଜପରିବାରର ସଦସ୍ୟମାନେ ପରସ୍ପର ସହ ମୁହାଁମୁହିଁ ହେଉଥିଲେ, କିନ୍ତୁ ଏଥର ଅନ୍ୟମାନଙ୍କ ସହ ହେବ ଲଢ଼େଇ। ଗୋଟିଏପଟେ ରାଜ ପତିଆରା ଆଉ ଅନ୍ୟପଟେ ପ୍ରଜା ସ୍ୱାଭିମାନ। ବଲାଙ୍ଗିର ଲୋକସଭା, ସଦର ବିଧାନସଭା ଓ ପାଟଣାଗଡ଼ରେ ବଲାଙ୍ଗିରବାସୀ ଏଥର ଏମିତି ଏକ ଲଢ଼େଇ ଦେଖିବାକୁ ପାଇବେ। ଗତ ନିର୍ବାଚନଗୁଡ଼ିକରେ ବଲାଙ୍ଗିର ଲୋକସଭା ଆସନ […]

ବଲାଙ୍ଗିର: ଚଳିତ ନିର୍ବାଚନରେ ବି ବଲାଙ୍ଗିରବାସୀ ରୟାଲ ଫାଇଟ୍‌ ବଦଳରେ ରିଅଲ୍‌ ଫାଇଟ୍‌ ଦେଖିବାକୁ ପାଇବେ। ରାଜ ପରିବାର ବନାମ ପ୍ରଜା ଲଢ଼େଇ। ପୂର୍ବରୁ ରାଜପରିବାରର ସଦସ୍ୟମାନେ ପରସ୍ପର ସହ ମୁହାଁମୁହିଁ ହେଉଥିଲେ, କିନ୍ତୁ ଏଥର ଅନ୍ୟମାନଙ୍କ ସହ ହେବ ଲଢ଼େଇ। ଗୋଟିଏପଟେ ରାଜ ପତିଆରା ଆଉ ଅନ୍ୟପଟେ ପ୍ରଜା ସ୍ୱାଭିମାନ। ବଲାଙ୍ଗିର ଲୋକସଭା, ସଦର ବିଧାନସଭା ଓ ପାଟଣାଗଡ଼ରେ ବଲାଙ୍ଗିରବାସୀ ଏଥର ଏମିତି ଏକ ଲଢ଼େଇ ଦେଖିବାକୁ ପାଇବେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଗତ ନିର୍ବାଚନଗୁଡ଼ିକରେ ବଲାଙ୍ଗିର ଲୋକସଭା ଆସନ ପାଇଁ ଦିଅର-ଭାଉଜ ମୁହାଁମୁହିଁ ହେଉଥିଲେ। ବିଶେଷକରି କଳିକେଶ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ମଧ୍ୟରେ ଆମ୍ନାସାମ୍ନା ହୋଇଥାଏ। ଚଳିତ ନିର୍ବାଚନରେ କିନ୍ତୁ ସମୀକରଣ ବଦଳିଛି। ଏଥର କଳିକେଶ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସଙ୍ଗୀତାଙ୍କୁ ସାମ୍ନା କରିବା ପାଇଁ ସୁରେନ୍ଦ୍ର ସିଂ ଭୋଇ ଓ ମନୋଜ ମିଶ୍ର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି କଳିକେଶଙ୍କ ଲଢ଼େଇ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କ ସହ ହେଉଥିବା ବେଳେ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ, କନକ ବର୍ଦ୍ଧନଙ୍କ ବିରୋଧରେ ସରୋଜ ମେହେର ଓ ଅନୀଲ ମେହେର ନିର୍ବାଚନ ଲଢ଼ୁଥିବା ବେଳେ ଏହି ଆସନରେ କନକ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି ଆସନଗୁଡ଼ିକରେ ରାଜପରିବାର ସଦସ୍ୟଙ୍କ ବିରୋଧରେ ସାଧାରଣ ପରିବାରର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ଯାହାକି ଗଣତନ୍ତ୍ରର ସୁନ୍ଦରତା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ଗଡ଼ଜାତ ଅମଳର ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାରେ ସବୁବେଳେ ରୋଚକ ନିର୍ବାଚନ ଦେଖିବାକୁ ମିଳିଥାଏ। ବଲାଙ୍ଗିରରେ ଏବେ ବି ରାଜପରିବାର ଦାୟାଦ ରାଜନୀତିରେ ବେଶ୍‌‌ ସକ୍ରିୟ ରହିଥିବା ବେଳେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥା’ନ୍ତି। ଏହି ପରିବାରର ଅନ୍ୟତମ ସଦସ୍ୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ଦିନେ ମୁଖ୍ୟମନ୍ତ୍ରୀ ପଦରେ ବି ଅଭିଷିକ୍ତ ହୋଇଥିଲେ। ତାଙ୍କ ପରିବାରର ସଦସ୍ୟମାନେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଏବେ ବି ସକ୍ରିୟ ରହିଛନ୍ତି। ଅନଙ୍ଗ ଉଦୟ ସିଂହଦେଓ, ସଙ୍ଗୀତା କୁମାରୀ ସିଂହଦେଓ, କନକବର୍ଦ୍ଧନ ସିଂହଦେଓ, ପ୍ରକୃତି କୁମାରୀ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ ପ୍ରମୁଖ ରାଜନୀତିରେ ରହିଛନ୍ତି। କେବଳ ଅର୍କେଶ ସିଂହଦେଓ ଓ ପ୍ରକୃତି କୁମାରୀ ସିଂହଦେଓ ପାୱାର ଉପଭୋଗ କରି ନଥିବା ବେଳେ ଅନ୍ୟ ଚାରିଜଣ ରାଜନୀତିରେ ସଫଳତା ପାଇଛନ୍ତି।

କନକ ବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିବା ବେଳେ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି। ତାଙ୍କ ଧର୍ମପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ସିଂହଦେଓ ୧୯୯୮, ୧୯୯୯, ୨୦୦୦, ୨୦୧୪ରେ ସାଂସଦ ଭାବେ ବଲାଙ୍ଗିରରୁ ନିର୍ବାଚିତ ହୋଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂହଦେଓ ହେଉଛନ୍ତି ରାଜ୍ୟ ରାଜନୀତିର ଆଉ ଏକ ପରିଚିତ ଚେହେରା। ସେ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସହ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ତାଙ୍କ ପୁଅ ଅର୍କେଶ ନାରାୟଣ ସିଂହଦେଓ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ପରାଜିତ ହୋଇଥିଲେ। ଚଳିତଥର ତାଙ୍କୁ ଦଳ ଟିକଟ ଦେଇନାହିଁ। ଏହି ଭିତରେ ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଦୁଇ ଥର ନିର୍ବାଚନ ଲଢ଼ିଥିଲେ ଆଉ ଜଣେ ରାଜ ପରିବାରର ସଦସ୍ୟା ପ୍ରକୃତି କୁମାରୀ ସିଂହଦେଓ। ସେ ପରାଜିତ ହେବା ପରେ ଆଉ ତାଙ୍କୁ ରାଜନୀତିରେ ସେତେଟା ଦେଖିବାକୁ ମିଳିନାହିଁ। ଦିନେ ରାଜପରିବାରର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ଆସନରେ କେହି ନଜର ପକାଉନଥିଲେ। କାହିଁକି ନା ତାଙ୍କ ପତିଆରା ଆଗରେ ଜିତିବା ମୁସ୍କିଲ ଥିଲା। କିନ୍ତୁ ଆଜିର ଦିନରେ ରାଜ ପରିବାର ସଦସ୍ୟଙ୍କୁ କଡ଼ା ଟକ୍କର୍‌ର ସାମ୍ନା କରିବାକୁ ପଡ଼ୁଛି। ତଥାପି ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ରହିଥିବା ସମ୍ମାନ, ପତିଆରା ଆଜି ବି ଅକ୍ଷୁଣ୍ଣ ଥିବା ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

10 Apr 2024 By The Sakala

https://www.thesakala.in/latest-odisha-news/interesting-twist-in-balangirs-politics-real-fight-not-royal-this-time/article-31318
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର