ଚାଷୀଙ୍କୁ ଶୋଷୁଛି ବୀମା କମ୍ପାନୀ: ନେଉଛି ଅଧିକ, ଦେଉଛି କମ୍‌

The Sakala Picture
Published On

ଭୁବନେଶ୍ୱର: ଫସଲବୀମା ପ୍ରିମିୟମ ବାବଦରେ କମ୍ପାନୀଗୁଡ଼ିକ ପ୍ରତିବର୍ଷ କୋଟି କୋଟି ଟଙ୍କା ନେଉଛନ୍ତି। ହେଲେ ଫସଲ କ୍ଷତି ଆଧାରରେ ଚାଷୀମାନଙ୍କୁ କ୍ଷତିପୂରଣ ଦେଉ ନାହାନ୍ତି। କ୍ଷତିପୂରଣ ଟଙ୍କା ପାଇବା ପାଇଁ ଚାଷୀଙ୍କୁ ଧାଇଁଧାଇଁ ଶେଷରେ ନିରାଶ ହେବାକୁ ପଡ଼ୁଛି ଓ ଯେଉଁମାନେ କ୍ଷତିପୂରଣର ଜଟିଳ ପ୍ରକ୍ରିୟାକୁ କୌଣସି ପ୍ରକାର ଶେଷ କରୁଛନ୍ତି, ସେମାନଙ୍କୁ ଯେତିକି ଅର୍ଥ ମିଳୁଛି ତାହା କ୍ଷତି ତୁଳନାରେ ଯଥେଷ୍ଟ କମ୍‌। ଏପରିକି କମ୍ପାନୀଗୁଡ଼ିକ ବୀମା ପ୍ରିମିୟମ ବାବଦରେ ଯେତିକି ଟଙ୍କା ନେଉଛନ୍ତି ଚାହାର […]

ଭୁବନେଶ୍ୱର: ଫସଲବୀମା ପ୍ରିମିୟମ ବାବଦରେ କମ୍ପାନୀଗୁଡ଼ିକ ପ୍ରତିବର୍ଷ କୋଟି କୋଟି ଟଙ୍କା ନେଉଛନ୍ତି। ହେଲେ ଫସଲ କ୍ଷତି ଆଧାରରେ ଚାଷୀମାନଙ୍କୁ କ୍ଷତିପୂରଣ ଦେଉ ନାହାନ୍ତି। କ୍ଷତିପୂରଣ ଟଙ୍କା ପାଇବା ପାଇଁ ଚାଷୀଙ୍କୁ ଧାଇଁଧାଇଁ ଶେଷରେ ନିରାଶ ହେବାକୁ ପଡ଼ୁଛି ଓ ଯେଉଁମାନେ କ୍ଷତିପୂରଣର ଜଟିଳ ପ୍ରକ୍ରିୟାକୁ କୌଣସି ପ୍ରକାର ଶେଷ କରୁଛନ୍ତି, ସେମାନଙ୍କୁ ଯେତିକି ଅର୍ଥ ମିଳୁଛି ତାହା କ୍ଷତି ତୁଳନାରେ ଯଥେଷ୍ଟ କମ୍‌। ଏପରିକି କମ୍ପାନୀଗୁଡ଼ିକ ବୀମା ପ୍ରିମିୟମ ବାବଦରେ ଯେତିକି ଟଙ୍କା ନେଉଛନ୍ତି ଚାହାର ଚାରିଭାଗରୁ ଭାଗେ ବି କ୍ଷତିପୂରଣ ମିଳୁନାହିଁ। ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ବଢ଼ୁଛି ଏବଂ ଫସଲବୀମାର କାର୍ଯ୍ୟକାରୀତା ଓ ଏହାର ସଫଳତାକୁ ନେଇ ସରକାରଙ୍କ ଶ୍ରେୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଗତ ୨୦୨୪ରେ ଗଞ୍ଜାମ ଜିଲ୍ଲାର ୧ଲକ୍ଷ ୪୫ ହଜାର ୭୧୬ଜଣ ଚାଷୀ ବୀମା କରିଥିଲେ। ଏହି ବାବଦରେ ଚାଷୀଙ୍କର ୭୬ କୋଟି ୩୪ ଲକ୍ଷ ୧ ହଜାର ପ୍ରିମିୟମ ଟଙ୍କା ବୀମା କମ୍ପାନୀ ପାଇଥିଲା। ମାତ୍ର ସେହିବର୍ଷ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ଓ କ୍ଷତିପୂରଣ ପାଇବାକୁ ଲୋକେ କ୍ଲେମ୍‌ କରିଥିଲେ। ବୀମା କମ୍ପାନୀ ଫସଲ କ୍ଷତି ପାଇଁ ଚାଷୀଙ୍କୁ କ୍ଲେମ ଅନୁଯାୟୀ କ୍ଷତିପୂରଣ ସହାୟତା ଦେବା ତ ଦୂରର କଥା, ପ୍ରିମିୟମ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କାର ଯଥେଷ୍ଟ କମ୍‌ ଅର୍ଥାତ ମାତ୍ର ୧୦କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ସମୁଦ୍ରକୁ ଶଙ୍ଖେ ଟଙ୍କା ଦେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ସରକାର ଓ କମ୍ପାନୀର ମିଲିଭଗତରେ ଚାଷୀଙ୍କ ପ୍ରିମିୟମ ଟଙ୍କାରୁ ୬୫ କୋଟି ଟଙ୍କା ଫାଇଦା ଉଠାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ଭଳି ସାରା ରାଜ୍ୟରେ ଏହି ସ୍ଥିତି ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ପାଇଁ ରକ୍ଷା କବଚ ବୋଲି କହି ଏହି ଯୋଜନାଟି ୨୦୧୬ ଖରିଫ୍‌ଠାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିଲେ। ଦେଶର କୋଟି କୋଟି ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ ଠାରୁ ଏହା ସମ୍ପୂର୍ଣ ଭିନ୍ନ। ଏହି ଯୋଜନାରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ ଘରୋଇ ବୀମା କମ୍ପାନୀ ଓ ସରକାର ଦୀର୍ଘ ୯ ବର୍ଷ ହେଲା ଫାଇଦା ଉଠାଇ ଚାଲିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଓଡ଼ିଶାରେ ଗତ ୯ ବର୍ଷ ମଧ୍ୟରେ ୫୩ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୨ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କ ପ୍ରାୟ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରିମିୟମର ୫ ହଜାର କୋଟି ଟଙ୍କା କମ୍ପାନୀ ଓ ସରକାରର ଫାଇଦା ଉଠାଯାଇଛି। ପୂର୍ବରୁ ସରକାରଙ୍କ କର୍ତ୍ତୃତ୍ୱାଧୀନ ବୀମା କମ୍ପାନୀ ଚାଷୀଙ୍କୁ ପ୍ରକୃତ କ୍ଷତିପୂରଣ ଦେଉଥିଲେ; କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେବାଠାରୁ ଚାଷୀ ଲାଭବାନ ହେବା ପରିବର୍ତ୍ତେ ସରକାର ଓ ଘରୋଇ କମ୍ପାନୀମାନେ ଲାଭଖୋର ପାଲଟିଛନ୍ତି ବୋଲି ଅଭିଯୋଗ ହୋଇଛି। କାରଣ ବର୍ତ୍ତମାନ ଚାଷୀମାନେ ନିଜ ଚାଷର ୩୩ ପ୍ରତିଶତ କ୍ଷତି ହେବା ପରେ କ୍ଷତିପୂରଣ ପାଇଁ ଆବେଦନ କରି ପାରୁଛନ୍ତି। ଏହାସହିତ ପଞ୍ଜିକରଣ ପାଇଁ ୩ ଦିନ ସମୟ ମିଳୁଥିବା ବେଳେ ଏଥିରେ ଅନେକ ଜଟିଳ ପ୍ରକ୍ରିୟା ଛନ୍ଦି ଦିଆଯାଉଛି। ଯେଉଁଥିପାଇଁ ଅନେକ ଯୋଗ୍ୟ ଚାଷୀ ବୀମା କରି ମଧ୍ୟ ସଠିକ୍‌ ପରିମାଣରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର