କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ବସ୍ତି ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଦେଉଛନ୍ତି ଶିକ୍ଷା

The Sakala Picture
Published On

ଭୁବନେଶ୍ୱର: ସମାଜକୁ ଶିକ୍ଷିତ ଓ ଅଗ୍ରଗତି କରାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି କଲେଜ ପଢ଼ୁଆ ଛାତ୍ରଛାତ୍ରୀ। ସହରରେ ଗରିବ ଅବହେଳିତ ଭାବେ ଜୀବନ ବିତାଉଥିବା ଛୋଟ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଭବିଷ୍ୟତ ଗଢ଼ି ତୋଳିବାରେ ରାସ୍ତା ତିଆରି କରିବାରେ ନିଜକୁ ସମର୍ପି ଦେଇଛନ୍ତି। ନିଜର ପାଠପଢ଼ାରୁ କିଛି ସମୟ ବାହାର କରି ରାଜଧାନୀର ବସ୍ତିରେ ପିଲାମାନଙ୍କୁ ଏକାଠି କରି ପାଠ ପଢ଼ାଉଛନ୍ତି। କେବଳ ବସ୍ତି ନୁହେଁ ଅନାଥ ଆଶ୍ରମରେ ମଧ୍ୟ ପିଲାମାନଙ୍କୁ […]

ଭୁବନେଶ୍ୱର: ସମାଜକୁ ଶିକ୍ଷିତ ଓ ଅଗ୍ରଗତି କରାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି କଲେଜ ପଢ଼ୁଆ ଛାତ୍ରଛାତ୍ରୀ। ସହରରେ ଗରିବ ଅବହେଳିତ ଭାବେ ଜୀବନ ବିତାଉଥିବା ଛୋଟ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଭବିଷ୍ୟତ ଗଢ଼ି ତୋଳିବାରେ ରାସ୍ତା ତିଆରି କରିବାରେ ନିଜକୁ ସମର୍ପି ଦେଇଛନ୍ତି। ନିଜର ପାଠପଢ଼ାରୁ କିଛି ସମୟ ବାହାର କରି ରାଜଧାନୀର ବସ୍ତିରେ ପିଲାମାନଙ୍କୁ ଏକାଠି କରି ପାଠ ପଢ଼ାଉଛନ୍ତି। କେବଳ ବସ୍ତି ନୁହେଁ ଅନାଥ ଆଶ୍ରମରେ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସାଧାରଣ ଜ୍ଞାନ, ଖେଳ, ଚିତ୍ରାଙ୍କନ ଭଳି ଅନେକ ଶିକ୍ଷା ଦେଉଛନ୍ତି ଏକ କଲେଜ ପଢ଼ୁଆ ୧୩ ଜଣିଆ ଟିମ୍‍।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସାଧାରଣତଃ ବସ୍ତିରେ ରହୁଥିବା ପିଲାମାନେ ପାଠପଢ଼ା ବଦଳରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ବିଭିନ୍ନ ଅପରାଧ ଘଟାଉଛନ୍ତି। ସେମାନଙ୍କ ଅଭିଭାବକମାନେ ନିଜ ନିଜ କାମକୁ ଚାଲିଗଲା ପରେ ଏହି ପିଲାମାେନେ ରେଳ ଷ୍ଟେସନ୍‍, ବସଷ୍ଟାଣ୍ଡ୍‍ ଆଦି ସ୍ଥାନରେ ଭିକ୍ଷାବୃତ୍ତି କରିବା ସହ ନିଶା ସେବନ କରୁଛନ୍ତି। ସେମାନଙ୍କୁ ଏଭଳି ଅବାଟରୁ ବାହାର କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏହି କଲେଜ ପଢ଼ୁଆ ପିଲାମାନେ ନିଜ ଉଦ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି। ମନୋଜିତ୍‍ ପଟ୍ଟନାୟକ, ରିତ୍ୱିକ ମହାନ୍ତି, ସୁଜ୍ୱୟ କୁମାର ବିଶ୍ୱାଳ, ହିତେଶ ଅଗ୍ରୱାଲ, ପି ଶ୍ରେୟା ସର୍ବାନୀ, ସ୍ଥିତପ୍ରଜ୍ଞ ଦାସ, ଦେବାଙ୍ଗିନୀ ବେହେରା, ଅନିଷା ପଟ୍ଟନାୟକ, ପାରୁଲ ବାରିକ୍‍, ଶ୍ୱେତା ଶତରୂପା, ସତ୍ୟଜିତ୍‍ ଶ୍ରୀଚନ୍ଦନ, ସାଇ ରଞ୍ଜନ ପ୍ରଧାନ ପ୍ରମୁଖ ଏକାଠି ହୋଇ ବସ୍ତିର ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଅଧିକାଂଶ ପିଲା ଆର୍ଥିକ ସମସ୍ୟା ପାଇଁ ପାଠପଢ଼ାରୁ ବଞ୍ଚିତ ହୋଇଥିବାବେଳେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେଉଛନ୍ତି। ସପ୍ତାହରେ ୪ଦିନ ମଞ୍ଚେଶ୍ୱରସ୍ଥିତ ବସ୍ତିର ଏକ କ୍ଲବ ଘରେ ପିଲାମାନଙ୍କୁ ୨ରୁ ୩ଘଣ୍ଟା ପାଠ ପଢ଼ାଉଛନ୍ତି। ପ୍ରଥମେ କମ୍‍ ପିଲା ଆସୁଥିବାବେଳେ ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ବ ପିଲାମାନେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିଜର ପାଠପଢ଼ା ସରିବା ପରେ ସାଙ୍ଗ ସାଥୀଙ୍କ ସହ ସମୟ ନ ବିତାଇ ବସ୍ତି ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାସ୍ତା ପ୍ରସ୍ତୁତ କରୁଥିବା ଏହି କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ମଧ୍ୟ ବେଶ୍‍ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର