ଆହତଙ୍କୁ ରାସ୍ତାରୁ ଆଣି ଚିକିତ୍ସା କରାଇଲେ କେନ୍ଦ୍ରାପଡ଼ା ସାଂସଦ

The Sakala Picture
Published On

ନିଶ୍ଚିନ୍ତକୋଇଲି : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ କଟକ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଛନ୍ତି। ମଙ୍ଗଳବାର ରାତିରେ କଟକ-ଚାନ୍ଦବାଲି ରାସ୍ତାର ପଣସପଡ଼ିଆ ଠାରେ ଫତେପୁର ଗ୍ରାମର ଧୀରେନ୍ଦ୍ରନାଥ ନାୟକ (୭୨) ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଶ୍ରୀ ମହାନ୍ତି ସେଠାରୁ ନିଜ କାରରେ ସମ୍ପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ […]

ନିଶ୍ଚିନ୍ତକୋଇଲି : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ କଟକ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଛନ୍ତି। ମଙ୍ଗଳବାର ରାତିରେ କଟକ-ଚାନ୍ଦବାଲି ରାସ୍ତାର ପଣସପଡ଼ିଆ ଠାରେ ଫତେପୁର ଗ୍ରାମର ଧୀରେନ୍ଦ୍ରନାଥ ନାୟକ (୭୨) ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଶ୍ରୀ ମହାନ୍ତି ସେଠାରୁ ନିଜ କାରରେ ସମ୍ପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସାଂସଦ ଶ୍ରୀ ମହାନ୍ତି ଚିକିତ୍ସା କେନ୍ଦ୍ରରେ ରହି ମୁଖ୍ୟ ଚିକିତ୍ସାଧିକାରୀ ଅମିତ ଜେନାଙ୍କୁ ଡକାଇ ଆହତ ବୃଦ୍ଧଙ୍କ ତ୍ୱରିତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ବୃଦ୍ଧ ସୁସ୍ଥ ଅନୁଭବ କରିବାରୁ ସାଂସଦ କଟକ ଫେରିଯାଇଥିଲେ। ସମ୍ପୃକ୍ତ ବୃଦ୍ଧ ଧୀରେନ୍ଦ୍ର ଏକ ସ୍କୁଟି ଯୋଗେ ନିଶ୍ଚିନ୍ତକୋଇଲି ବଜାରରୁ ଘରକୁ ଫେରୁଥିବା ବେଳେ ଗାଡ଼ି ଆଗରେ ଏକ କୁକୁର ଆସିଯିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

09 Sep 2021 By The Sakala

ଆହତଙ୍କୁ ରାସ୍ତାରୁ ଆଣି ଚିକିତ୍ସା କରାଇଲେ କେନ୍ଦ୍ରାପଡ଼ା ସାଂସଦ

ନିଶ୍ଚିନ୍ତକୋଇଲି : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ କଟକ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଛନ୍ତି। ମଙ୍ଗଳବାର ରାତିରେ କଟକ-ଚାନ୍ଦବାଲି ରାସ୍ତାର ପଣସପଡ଼ିଆ ଠାରେ ଫତେପୁର ଗ୍ରାମର ଧୀରେନ୍ଦ୍ରନାଥ ନାୟକ (୭୨) ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଶ୍ରୀ ମହାନ୍ତି ସେଠାରୁ ନିଜ କାରରେ ସମ୍ପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସାଂସଦ ଶ୍ରୀ ମହାନ୍ତି ଚିକିତ୍ସା କେନ୍ଦ୍ରରେ ରହି ମୁଖ୍ୟ ଚିକିତ୍ସାଧିକାରୀ ଅମିତ ଜେନାଙ୍କୁ ଡକାଇ ଆହତ ବୃଦ୍ଧଙ୍କ ତ୍ୱରିତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ବୃଦ୍ଧ ସୁସ୍ଥ ଅନୁଭବ କରିବାରୁ ସାଂସଦ କଟକ ଫେରିଯାଇଥିଲେ। ସମ୍ପୃକ୍ତ ବୃଦ୍ଧ ଧୀରେନ୍ଦ୍ର ଏକ ସ୍କୁଟି ଯୋଗେ ନିଶ୍ଚିନ୍ତକୋଇଲି ବଜାରରୁ ଘରକୁ ଫେରୁଥିବା ବେଳେ ଗାଡ଼ି ଆଗରେ ଏକ କୁକୁର ଆସିଯିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର