୨୪ ଘଣ୍ଟା ପାଇଁ ଆଇଡି ମାର୍କେଟ ସିଲ୍‌ କଲା ବିଏମ୍‌ସି

The Sakala Picture
Published On

ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି ) ପକ୍ଷରୁ ଆଇଡ଼ି ମାର୍କେଟକୁ ଆଜି ସିଲ୍ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଓ ସାମାଜିକ ଦୂରତ ପାଳନରେ ଅବହେଳା ଯୋଗୁଁ ୨୪ ଘଣ୍ଟା ପାଇଁ ମାକେର୍ଟକୁ ସିଲ୍ କରିଛି ବିଏମ୍‌ସି।ଲୋକେ ଅମାନିଆ ହୋଇ କିଣାବିକା କରୁଥିବାରୁ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ସୂଚନା ମୁତାବକ, କୋଭିଡ ନିୟମକୁ ଉଲଂଘନ କରୁଥିବା ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟ ସିଲ୍‌ କରିଛି ବିଏମ୍‌ସି । ମାର୍କେଟରେ ଭିଡ଼ ଜମାଇବା କାରଣରୁ […]

ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି ) ପକ୍ଷରୁ ଆଇଡ଼ି ମାର୍କେଟକୁ ଆଜି ସିଲ୍ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଓ ସାମାଜିକ ଦୂରତ ପାଳନରେ ଅବହେଳା ଯୋଗୁଁ ୨୪ ଘଣ୍ଟା ପାଇଁ ମାକେର୍ଟକୁ ସିଲ୍ କରିଛି ବିଏମ୍‌ସି।ଲୋକେ ଅମାନିଆ ହୋଇ କିଣାବିକା କରୁଥିବାରୁ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ।

ଆହୁରି ପଢ଼ନ୍ତୁ: ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା

ସୂଚନା ମୁତାବକ, କୋଭିଡ ନିୟମକୁ ଉଲଂଘନ କରୁଥିବା ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟ ସିଲ୍‌ କରିଛି ବିଏମ୍‌ସି । ମାର୍କେଟରେ ଭିଡ଼ ଜମାଇବା କାରଣରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଆଇଡ଼ି ମାର୍କେଟ। ଆସନ୍ତା କାଲି ଶନି ଓ ରବି ଦୁଇଦିନ ସପ୍ତାହାନ୍ତ ସଟଡାଉନ ରହିଛି। ଏଣୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାିଛି। ଗତ କାଲି ସନ୍ଧ୍ୟାରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ। ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ ପୂର୍ବରୁ ମାର୍କେଟ୍‌ ବିଲ୍ଡିଂ ଏବଂ ଭିଏସଏସନଗର ହାଟ ଓ ୟୁନିଟ-୧ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି ।

ଆହୁରି ପଢ଼ନ୍ତୁ: Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp