ଅବ୍ୟବସ୍ଥାରେ ଟିକାକରଣ କେନ୍ଦ୍ର, କିଏ ପାଉଛି ତ କାହା ପାଇଁ ନାହିଁ ଟିକା

The Sakala Picture
Published On

ଭଦ୍ରକ: ମହାମାରୀ କରୋନାର ଦ୍ଵିତୀୟ ଲହରୀ ଏବେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ମିଶି ଏହାର ମୁକାବିଲା କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ଏପରିକି ବରିଷ୍ଠ ନାଗରୀକ ଓ ୧୮ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରୀକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରାଯାଇଛି । ମାତ୍ର ବିଡମ୍ବନାର ବିଷୟ ଯେ ପ୍ରଥମେ ବରିଷ୍ଠ ନାଗରୀକମାନେ ପ୍ରଥମ ଡୋଜ ଟିକା ନେବା ପରେ ଦ୍ବିତୀୟ ଡୋଜ ଟିକା ପାଇଁ […]

ଭଦ୍ରକ: ମହାମାରୀ କରୋନାର ଦ୍ଵିତୀୟ ଲହରୀ ଏବେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ମିଶି ଏହାର ମୁକାବିଲା କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ଏପରିକି ବରିଷ୍ଠ ନାଗରୀକ ଓ ୧୮ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରୀକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରାଯାଇଛି । ମାତ୍ର ବିଡମ୍ବନାର ବିଷୟ ଯେ ପ୍ରଥମେ ବରିଷ୍ଠ ନାଗରୀକମାନେ ପ୍ରଥମ ଡୋଜ ଟିକା ନେବା ପରେ ଦ୍ବିତୀୟ ଡୋଜ ଟିକା ପାଇଁ ବାରମ୍ବାର ମେଡିକାଲକୁ ଆସୁଥିଲେ ମଧ୍ଯ ମେଡିକାଲରେ ଟିକା ଅଭାବରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଆରଡି ମେଡିକାଲର ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ଅପ୍ରେଲ ମାସ ୨୦ ସୁଧା ୩ହଜାର ୬ଶହ ୩୬ଜଣ ପ୍ରଥମ ଟିକା ନେଇଛନ୍ତି। ହେଲେ ସେମାନଙ୍କ ମଧ୍ଯରୁ କାହାର ୨ମାସ ବିତିଲାଣି ତ ଆଉ କାହାର ଦେଢମାସ ହେଲାଣି । ୨ୟ ଡୋଜ ଟିକା କେତେ କାମ ଦେବ ତାହା ଲୋକଙ୍କୁ ସନ୍ଦେହ ଘେରରେ ପକାଇଛି। ବିଶେଷକରି ବାହାରୁ ଫେରୁଥିବା ପ୍ରବାସୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ମେଡିକାଲରେ ଆବଶ୍ଯକତା ଅନୁଯାୟୀ କିଟ ନଥିବାରୁ ଟେଷ୍ଟି ପାଇଁ ସକାଳୁ ସଂଞ୍ଜ ଯାଏଁ ଭିଡ ଜମୁଛି ମେଡିକାଲ ପରିସରରେ। ଏହି ଆରଡି ମେଡିକାଲ ଉପରେ ଚାନ୍ଦବାଲି ଓ ତିହିଡ ବ୍ଲକର ୧୫ପଞ୍ଚାୟତର ଲୋକଙ୍କ ସହ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି। ବହୁ ଦୂରଦୂରାନ୍ତରରୁ ଆସୁଥବା ଳୋକ ଟିକା ନପାଇ ନିରାସ ହେଉଥିବା ମଧ୍ୟ ଅବିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର