‘ଇଣ୍ଡିଆ ଟୁଡେ ମୁଡ୍‍ ଅଫ୍‍ ଦ ନେସନ’ ସର୍ଭେ: ରାଜ୍ୟୱାରୀ ଲୋକପ୍ରିୟତାରେ ନବୀନ ପୁଣି ନମ୍ବର ୱାନ୍‍

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି। ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ତାଙ୍କ ପାଇଁ ଏହି ସଫଳତା ଆଣିଦେଇଛି। କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି। ଜାତୀୟ ଗଣମାଧ୍ୟମ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି। ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ତାଙ୍କ ପାଇଁ ଏହି ସଫଳତା ଆଣିଦେଇଛି। କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏହି ସର୍ଭେକ୍ଷଣରେ ରାଜ୍ୟୱାରୀ ଲୋକପ୍ରିୟତା ଆଧାରରେ ଓଡ଼ିଶାର ୭୮ ପ୍ରତିଶତ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। କୌଣସି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସର୍ବାଧିକ ବ୍ୟକ୍ତିଙ୍କ ପସନ୍ଦ ଭାବେ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ନବୀନଙ୍କ ପଛକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‍ ତୃତୀୟ ସ୍ଥାନରେ ରହିଛନ୍ତି। ନବୀନ ପାଇଥିବା ଜନତାଙ୍କ ପସନ୍ଦ ହାର ଠାରୁ ହିମନ୍ତ ଏବଂ ଷ୍ଟାଲିନ୍‍ ଯଥାକ୍ରମେ ୧୫% ଓ ୧୭% ପଛରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ଗତବର୍ଷ ଜାନୁୟାରୀ ମାସରେ ମଧ୍ୟ ଇଣ୍ଡିଆ ଟୁଡେ ଗ୍ରୁପ୍‍-କାର୍ଭି ଇନ୍‍ସାଇଟ୍ସର ‘ମୁଡ୍‍ ଅଫ ଦ ନେସନ’ ସର୍ଭେକ୍ଷଣରେ ନବୀନ ସମାନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଶ୍ରୀ ପଟ୍ଟନାୟକ ସେହି ସମୟରେ ରାଜ୍ୟର ୫୧% ଲୋକଙ୍କ ସମର୍ଥନ ପାଇ ନିଜ ରାଜ୍ୟରେ ସର୍ବାଧିକ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିଲେ। ଏହି ସର୍ଭେରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେଭିୱେଟଙ୍କୁ ପଛରେ ପକାଇଦେଇଥିଲେ। ସେହିପରି ଗତ ଜାନୁୟାରୀ ମାସରେ ମଧ୍ୟ ନବୀନ ମୁଡ୍‍ ଅଫ ଦ ନେସନ୍‍ ସର୍ଭେରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ନମ୍ବର ସ୍ଥାନ ବଜାୟ ରଖିଥିଲେ। ଏହି ସର୍ଭେରେ ନବୀନଙ୍କ ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍ କେ ଷ୍ଟାଲିନ୍‍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ସର୍ଭେରେ ନବୀନଙ୍କୁ ରାଜ୍ୟର ୭୧% ଲୋକ ନିଜର ସମର୍ଥନ ଜଣାଇଥିେଲେ। ଯାହା ପୂର୍ବ ସର୍ଭେ ତୁଳନାରେ ୨୦% ଅଧିକ ରହିଥିଲା। ଚଳିତ ସର୍ଭେରେ ନବୀନ ନିଜ ରାଜ୍ୟରେ ପୂର୍ବବତ୍‍ ନିଜର ଲୋକପ୍ରିୟତା ବଜାୟ ରଖିବା ସହ ସମର୍ଥନ ହାରକୁ ଆହୁରି ୭% ବୃଦ୍ଧି କରିପାରିଛନ୍ତି। ଏହିପରି ଭାବେ ଗତ ୩ଟି ସର୍ଭେକ୍ଷଣରେ କ୍ରମାଗତ ଭାବେ ନବୀନ ନମ୍ବର ୱାନ୍‍ ହୋଇ ଆସୁଥିବା ବେଳେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଜାୟ ରଖପାରିନାହାନ୍ତି। କେବଳ ଇଣ୍ଡିଆ ଟୁଡେ ନୁହେଁ; ନିକଟ ଅତୀତରେ ଏବିପି ସି ଭୋଟର ଦେଶବ୍ୟାପୀ ସର୍ଭେରେ ମଧ୍ୟ ନବୀନ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

12 Aug 2022 By The Sakala

‘ଇଣ୍ଡିଆ ଟୁଡେ ମୁଡ୍‍ ଅଫ୍‍ ଦ ନେସନ’ ସର୍ଭେ: ରାଜ୍ୟୱାରୀ ଲୋକପ୍ରିୟତାରେ ନବୀନ ପୁଣି ନମ୍ବର ୱାନ୍‍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି। ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ତାଙ୍କ ପାଇଁ ଏହି ସଫଳତା ଆଣିଦେଇଛି। କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏହି ସର୍ଭେକ୍ଷଣରେ ରାଜ୍ୟୱାରୀ ଲୋକପ୍ରିୟତା ଆଧାରରେ ଓଡ଼ିଶାର ୭୮ ପ୍ରତିଶତ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। କୌଣସି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସର୍ବାଧିକ ବ୍ୟକ୍ତିଙ୍କ ପସନ୍ଦ ଭାବେ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ନବୀନଙ୍କ ପଛକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‍ ତୃତୀୟ ସ୍ଥାନରେ ରହିଛନ୍ତି। ନବୀନ ପାଇଥିବା ଜନତାଙ୍କ ପସନ୍ଦ ହାର ଠାରୁ ହିମନ୍ତ ଏବଂ ଷ୍ଟାଲିନ୍‍ ଯଥାକ୍ରମେ ୧୫% ଓ ୧୭% ପଛରେ ରହିଛନ୍ତି।

ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ଗତବର୍ଷ ଜାନୁୟାରୀ ମାସରେ ମଧ୍ୟ ଇଣ୍ଡିଆ ଟୁଡେ ଗ୍ରୁପ୍‍-କାର୍ଭି ଇନ୍‍ସାଇଟ୍ସର ‘ମୁଡ୍‍ ଅଫ ଦ ନେସନ’ ସର୍ଭେକ୍ଷଣରେ ନବୀନ ସମାନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଶ୍ରୀ ପଟ୍ଟନାୟକ ସେହି ସମୟରେ ରାଜ୍ୟର ୫୧% ଲୋକଙ୍କ ସମର୍ଥନ ପାଇ ନିଜ ରାଜ୍ୟରେ ସର୍ବାଧିକ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିଲେ। ଏହି ସର୍ଭେରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେଭିୱେଟଙ୍କୁ ପଛରେ ପକାଇଦେଇଥିଲେ। ସେହିପରି ଗତ ଜାନୁୟାରୀ ମାସରେ ମଧ୍ୟ ନବୀନ ମୁଡ୍‍ ଅଫ ଦ ନେସନ୍‍ ସର୍ଭେରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ନମ୍ବର ସ୍ଥାନ ବଜାୟ ରଖିଥିଲେ। ଏହି ସର୍ଭେରେ ନବୀନଙ୍କ ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍ କେ ଷ୍ଟାଲିନ୍‍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ସର୍ଭେରେ ନବୀନଙ୍କୁ ରାଜ୍ୟର ୭୧% ଲୋକ ନିଜର ସମର୍ଥନ ଜଣାଇଥିେଲେ। ଯାହା ପୂର୍ବ ସର୍ଭେ ତୁଳନାରେ ୨୦% ଅଧିକ ରହିଥିଲା। ଚଳିତ ସର୍ଭେରେ ନବୀନ ନିଜ ରାଜ୍ୟରେ ପୂର୍ବବତ୍‍ ନିଜର ଲୋକପ୍ରିୟତା ବଜାୟ ରଖିବା ସହ ସମର୍ଥନ ହାରକୁ ଆହୁରି ୭% ବୃଦ୍ଧି କରିପାରିଛନ୍ତି। ଏହିପରି ଭାବେ ଗତ ୩ଟି ସର୍ଭେକ୍ଷଣରେ କ୍ରମାଗତ ଭାବେ ନବୀନ ନମ୍ବର ୱାନ୍‍ ହୋଇ ଆସୁଥିବା ବେଳେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଜାୟ ରଖପାରିନାହାନ୍ତି। କେବଳ ଇଣ୍ଡିଆ ଟୁଡେ ନୁହେଁ; ନିକଟ ଅତୀତରେ ଏବିପି ସି ଭୋଟର ଦେଶବ୍ୟାପୀ ସର୍ଭେରେ ମଧ୍ୟ ନବୀନ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ।

https://www.thesakala.in/latest-odisha-news/india-today-motn-polls-naveen-adjudged-indias-most-trusted-chief-minister/article-14069
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର