ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ: ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ ପାଇଁ କାର୍ଯ୍ୟକ୍ରମ ଆୟୋଜନ

The Sakala Picture
Published On

ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏକତା ଓ ସ୍ୱାଧୀନତାର ଭାବନାକୁ ପ୍ରତିଫଳିତ କରି ସ୍ୱାଧୀନତା ଦିବସକୁ ଦେଶପ୍ରେମର ସହ ପାଳନ କରିଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରି ଜାତୀୟ ଗୌରବ ଓ ସାମୂହିକ ଭାବନାକୁ ପ୍ରତିପାଦିତ କରିଛି । ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ […]

ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏକତା ଓ ସ୍ୱାଧୀନତାର ଭାବନାକୁ ପ୍ରତିଫଳିତ କରି ସ୍ୱାଧୀନତା ଦିବସକୁ ଦେଶପ୍ରେମର ସହ ପାଳନ କରିଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରି ଜାତୀୟ ଗୌରବ ଓ ସାମୂହିକ ଭାବନାକୁ ପ୍ରତିପାଦିତ କରିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଗୁଣପୁର ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ଛାତ୍ର ତ୍ରିଲୋକନାଥ ବିଶୋଇ ତାଙ୍କ ଅନୁଭୂତି ବଖାଣିଥିଲେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ଦେଶପ୍ରେମର ଗଭୀର ଭାବନା ଜାଗ୍ରତ ହୋଇଥିଲା ଏବଂ ମୋ ଦେଶ ପ୍ରତି ମୋର ଭଲପାଇବା ଗଭୀର ହୋଇଥିଲା । ଏହା ଏକ ଅବିଶ୍ୱସନୀୟ ଅନୁଭୂତି ଥିଲା ଯାହା ମୋତେ କଳା ମାଧ୍ୟମରେ ମୋର ଜାତୀୟ ଗର୍ବକୁ ପ୍ରକାଶ କରିବାକୁ ସୁଯୋଗ ଦେଇଥିଲା । ଏଭଳି ଏକ ପ୍ରେରଣାଦାୟୀ ଏବଂ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ବେଦାନ୍ତ ନିକଟରେ ମୁଁ ପ୍ରକୃତରେ କୃତଜ୍ଞ ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଏଭଳି କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷେତ୍ରରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ତାହାର ସମର୍ପଣ ଭାବକୁ ଦର୍ଶାଏ । ସ୍ଥାନୀୟ କର୍ତ୍ତୃପକ୍ଷ, ସେବା ସଂଗଠନ ଏବଂ ଗୋଷ୍ଠିର ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ କରି ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଉନ୍ନତିରେ ତାହାର ପ୍ରମୁଖ ଯୋଗଦାନ ଜାରି ରଖିଛି ।

16 Aug 2024 By The Sakala

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ: ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ ପାଇଁ କାର୍ଯ୍ୟକ୍ରମ ଆୟୋଜନ

ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏକତା ଓ ସ୍ୱାଧୀନତାର ଭାବନାକୁ ପ୍ରତିଫଳିତ କରି ସ୍ୱାଧୀନତା ଦିବସକୁ ଦେଶପ୍ରେମର ସହ ପାଳନ କରିଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରି ଜାତୀୟ ଗୌରବ ଓ ସାମୂହିକ ଭାବନାକୁ ପ୍ରତିପାଦିତ କରିଛି ।

ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

ଗୁଣପୁର ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ଛାତ୍ର ତ୍ରିଲୋକନାଥ ବିଶୋଇ ତାଙ୍କ ଅନୁଭୂତି ବଖାଣିଥିଲେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ଦେଶପ୍ରେମର ଗଭୀର ଭାବନା ଜାଗ୍ରତ ହୋଇଥିଲା ଏବଂ ମୋ ଦେଶ ପ୍ରତି ମୋର ଭଲପାଇବା ଗଭୀର ହୋଇଥିଲା । ଏହା ଏକ ଅବିଶ୍ୱସନୀୟ ଅନୁଭୂତି ଥିଲା ଯାହା ମୋତେ କଳା ମାଧ୍ୟମରେ ମୋର ଜାତୀୟ ଗର୍ବକୁ ପ୍ରକାଶ କରିବାକୁ ସୁଯୋଗ ଦେଇଥିଲା । ଏଭଳି ଏକ ପ୍ରେରଣାଦାୟୀ ଏବଂ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ବେଦାନ୍ତ ନିକଟରେ ମୁଁ ପ୍ରକୃତରେ କୃତଜ୍ଞ ବୋଲି ସେ କହିଥିଲେ ।

ଏଭଳି କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷେତ୍ରରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ତାହାର ସମର୍ପଣ ଭାବକୁ ଦର୍ଶାଏ । ସ୍ଥାନୀୟ କର୍ତ୍ତୃପକ୍ଷ, ସେବା ସଂଗଠନ ଏବଂ ଗୋଷ୍ଠିର ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ କରି ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଉନ୍ନତିରେ ତାହାର ପ୍ରମୁଖ ଯୋଗଦାନ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର