ବଢ଼ିଲା OTET ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ  କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ସୂଚନାଯୋଗ୍ୟ ଯେ, 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ  କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଯୋଗ୍ୟ ଯେ, 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ।   ଏହାଦ୍ୱାରା ରାଜ୍ୟର ୧୪୭୨  ଗଣଶିକ୍ଷକ   ଉପକୃତ ହେଲେ । ସେହିପରି OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ  ଉପକୃତ ହେଲେ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଏହାସହିତ ଯେଉଁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍‌କ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର)  ଉପକୃତ ହେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର