ଲଘୁଚାପ ବଢାଇବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଗକୁ ବର୍ଷା ଆଶଙ୍କା ବୃଦ୍ଧି ହୋଇଛି। ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ତାମିଲନାଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ଏହି ଲଘୁଚାପ ବର୍ତ୍ତମାନ ୱେଲ୍‌ମାର୍କଡ ଲଘୁଚାପ ରୂପ ନେଇ ଘନୀଭୂତ ହେଉଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ। ଯଦିଓ ଓଡ଼ିଶା […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଗକୁ ବର୍ଷା ଆଶଙ୍କା ବୃଦ୍ଧି ହୋଇଛି। ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ତାମିଲନାଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ଏହି ଲଘୁଚାପ ବର୍ତ୍ତମାନ ୱେଲ୍‌ମାର୍କଡ ଲଘୁଚାପ ରୂପ ନେଇ ଘନୀଭୂତ ହେଉଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ। ଯଦିଓ ଓଡ଼ିଶା ଉପରେ ଏହି ଲଘୁଚାପର ବିଶେଷ ପ୍ରଭାବ ରହୁ ନାହିଁ । କିନ୍ତୁ ଗୁରୁବାରଠାରୁ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଉଛି। ଅନ୍ୟପଟେ ଓଡ଼ିଶା ପାଇଁ ଆଉ ଏକ ଲଘୁଚାପ ଚିନ୍ତାର କାରଣ ସାଜିଛି। ଆଇଏମଡିର ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଏହି ଲଘୁଚାପ ଶକ୍ତିଶାଳୀ ହେଲେ ଓଡ଼ିଶା ଉପରେ ପ୍ରଭାବ ପକାଇବ। ସମ୍ଭବତଃ ଏହା ପ୍ରଭାବରେ ୧୪ କିମ୍ବା ୧୫ ତାରିଖଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ଅନ୍ୟପଟେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ଏହା ଦ୍ବାରା ରାଜ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଦ୍ବାରା ରାଜ୍ୟରେ ଶୀତ ସାମାନ୍ୟ କମିବ।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଗତ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି | ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ଫୁଲବାଣୀରେ ୧୩୨ ଡିଗ୍ରୀ, ଟିଟଲାଗଡ଼ରେ ୧୪.୫ ଡିଗ୍ରୀ, ଝାରସୁଗୁଡ଼ାରେ୧୪.୬ ଡିଗ୍ରୀ, କେନ୍ଦୁଝରରେ ୧୪ ୮ ଡିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୧୮୫ଡିଗ୍ରୀ ଏବଂ କଟକ ରେ ୧୮.୪ ଡିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

11 Nov 2021 By The Sakala

ଲଘୁଚାପ ବଢାଇବ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଗକୁ ବର୍ଷା ଆଶଙ୍କା ବୃଦ୍ଧି ହୋଇଛି। ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ତାମିଲନାଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ଏହି ଲଘୁଚାପ ବର୍ତ୍ତମାନ ୱେଲ୍‌ମାର୍କଡ ଲଘୁଚାପ ରୂପ ନେଇ ଘନୀଭୂତ ହେଉଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ। ଯଦିଓ ଓଡ଼ିଶା ଉପରେ ଏହି ଲଘୁଚାପର ବିଶେଷ ପ୍ରଭାବ ରହୁ ନାହିଁ । କିନ୍ତୁ ଗୁରୁବାରଠାରୁ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଉଛି। ଅନ୍ୟପଟେ ଓଡ଼ିଶା ପାଇଁ ଆଉ ଏକ ଲଘୁଚାପ ଚିନ୍ତାର କାରଣ ସାଜିଛି। ଆଇଏମଡିର ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଶକ୍ତିଶାଳୀ ହେଲେ ଓଡ଼ିଶା ଉପରେ ପ୍ରଭାବ ପକାଇବ। ସମ୍ଭବତଃ ଏହା ପ୍ରଭାବରେ ୧୪ କିମ୍ବା ୧୫ ତାରିଖଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ଅନ୍ୟପଟେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ଏହା ଦ୍ବାରା ରାଜ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଦ୍ବାରା ରାଜ୍ୟରେ ଶୀତ ସାମାନ୍ୟ କମିବ।

ଗତ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି | ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ଫୁଲବାଣୀରେ ୧୩୨ ଡିଗ୍ରୀ, ଟିଟଲାଗଡ଼ରେ ୧୪.୫ ଡିଗ୍ରୀ, ଝାରସୁଗୁଡ଼ାରେ୧୪.୬ ଡିଗ୍ରୀ, କେନ୍ଦୁଝରରେ ୧୪ ୮ ଡିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୧୮୫ଡିଗ୍ରୀ ଏବଂ କଟକ ରେ ୧୮.୪ ଡିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର