କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡାକ୍ତରଙ୍କ ସମେତ ୩ ପଜିଟିଭ୍‌ ଚିହ୍ନଟ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଦୁଇ ରୁ ତିନି ଦିନ ତଳେ ପାଞ୍ଚ ଶହ ତଳେ ଥିବା ସଂକ୍ରମଣ ଏବେ ବୃଦ୍ଧି ପାଇ ଦୁଇ ହଜାର ମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଯେପରି ସ୍କୁଲ ଏବଂ କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ମେଡିକାଲରୁ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ […]

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଦୁଇ ରୁ ତିନି ଦିନ ତଳେ ପାଞ୍ଚ ଶହ ତଳେ ଥିବା ସଂକ୍ରମଣ ଏବେ ବୃଦ୍ଧି ପାଇ ଦୁଇ ହଜାର ମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଯେପରି ସ୍କୁଲ ଏବଂ କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ମେଡିକାଲରୁ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ବିଏମସି ଅଞ୍ଚଳରେ କରୋନା ସଂଖ୍ୟା ବଢ଼ି ଚାଲିଥିବାରୁ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କାଲିଠାରୁ ଆଜି ଭିତରେ ବିଏମସିରେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

06 Jan 2022 By The Sakala

କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡାକ୍ତରଙ୍କ ସମେତ ୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଦୁଇ ରୁ ତିନି ଦିନ ତଳେ ପାଞ୍ଚ ଶହ ତଳେ ଥିବା ସଂକ୍ରମଣ ଏବେ ବୃଦ୍ଧି ପାଇ ଦୁଇ ହଜାର ମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଯେପରି ସ୍କୁଲ ଏବଂ କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ମେଡିକାଲରୁ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି।

ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ବିଏମସି ଅଞ୍ଚଳରେ କରୋନା ସଂଖ୍ୟା ବଢ଼ି ଚାଲିଥିବାରୁ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କାଲିଠାରୁ ଆଜି ଭିତରେ ବିଏମସିରେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର