ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ପରିଚାଳନା କମିଟିର ଅନୁମୋଦନ, ଐଶାନ୍ୟ କୋଣରେ ହେବ ଯଜ୍ଞ
ପୁରୀ: ନୀଳାଦ୍ରି ଭକ୍ତ ନିବାସ ପରିସରରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ହେବ । ନୀତି ସବ୍ କମିଟିରେ ପ୍ରତିଷ୍ଠା ଉତ୍ସବରେ ଯେଉଁ ନୀତିକାନ୍ତି ସ୍ଥିର କରାଯାଇଥିଲା ତାହାକୁ ପରିଚାଳନା କମିଟି ଅନୁମୋଦନ ଦେଇଛି । […]
ପୁରୀ: ନୀଳାଦ୍ରି ଭକ୍ତ ନିବାସ ପରିସରରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ହେବ । ନୀତି ସବ୍ କମିଟିରେ ପ୍ରତିଷ୍ଠା ଉତ୍ସବରେ ଯେଉଁ ନୀତିକାନ୍ତି ସ୍ଥିର କରାଯାଇଥିଲା ତାହାକୁ ପରିଚାଳନା କମିଟି ଅନୁମୋଦନ ଦେଇଛି । ଏ ନେଇ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ପ୍ରତିଷ୍ଠା ଉତ୍ସବ ପାଇଁ ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀକୁ ପୁରୀ ଆସିବାକୁ ନିମନ୍ତ୍ରଣ କରାଯିବ । ୪ଟି ସ୍ଥାନରେ ଦାନବାକ୍ସ ରହିବ । ଭକ୍ତ ନିବାସରେ ଟିଭି ଲାଗିବ । ସେବକଙ୍କ କଲ୍ୟାଣ ଯୋଜନାର ଅର୍ଥରାଶି ବୃଦ୍ଧି ନେଇ ମଧ୍ୟ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏ ନେଇ ଏଏସ୍ଆଇକୁ ଅନୁମତି ଦିଆଯାଇଛି । ସେମାନେ ତାଙ୍କ ସୁବିଧା ଅନୁସାରେ ଲେଜର ସ୍କାନିଂ କରି ଏହାର ରିପୋର୍ଟ ପ୍ରଦାନ କରିବେ । ଏହାବ୍ୟତୀତ ଆଦର୍ଶ ଗୁରୁକୂଳ ଏବଂ ସେବକଙ୍କ ବାସଗୃହ କାମ ଖୁବ୍ଶୀଘ୍ର ଆରମ୍ଭ ହେବ । ବାଉଳୀ ମଠର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଆରସିଏମ ଫାସିଲିଟି ସୁବିଧା ରହିବ । ରିଏମ୍ବର୍ସ କଷ୍ଟ୍ ଅଫ ମେଡିସିନ ବ୍ୟବସ୍ଥା କରାଯିବ । ୧୨ ହଜାର ଟଙ୍କାର ସିଲିଂରେ ବ୍ୟବସ୍ଥା କରାଯିବ । ସେବକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେବକଙ୍କ କନ୍ୟାଙ୍କ ବିବାହ ସହାୟତା ପରିମାଣ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବ୍ରତ ଘର ସହାୟତା ୩୦ ହଜାର ଟଙ୍କାକୁ ବୃଦ୍ଧି । ଶୁଦ୍ଧିକ୍ରିୟାରେ ସହାୟତା ୨୦ ହଜାର ଟଙ୍କାକୁ ବୃଦ୍ଧି ।
ଶିକ୍ଷାବୃତ୍ତି ୫ଜଣ ପୁଅ ଓ ୫ଜଣ ଝିଅଙ୍କୁ ଦିଆଯିବ । ପଞ୍ଚକ ସମୟରେ ଭିଡ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯିବ । ମନ୍ଦିରର ମାଲିକାନାରେ ଥିବା ବିଭିନ୍ନ ଅବ୍ୟବହୃତ ସମ୍ପତ୍ତିକୁ ଡିସପୋଜ କରି ସ୍ଥାୟୀ ସମ୍ପତ୍ତିରେ ପରିଣତ ଲାଗି ପ୍ରସ୍ତାବ ଦିଆଯାଇଛି । ରତ୍ନଭଣ୍ଡାର ସମ୍ପର୍କରେ ଏଏସଆଇ ସହ ଆଲୋଚନା । ଲେଜର ସ୍କାନିଂ ଲାଗି ଏଏସଆଇକୁ ଦିଆଯାଇଛି ଅନୁମତି । ସ୍କାନିଂ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆଉ କିଛି ସମୟ ପରେ ଏଏସଆଇ ସହ ଏନେଇ ବୈଠକ ହେବ ।