ବର୍ଷକରେ ୧୯୪ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ, ବଜ୍ରପାତରେ ମରିଛନ୍ତି ୧୬୮

The Sakala Picture
Published On

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି। ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ […]

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି। ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଟ୍‌‌ୱେଭ୍‌‌ରେ ୧୨ ଜଣଙ୍କ ପ୍ରାଣହାନୀ ହେବା ସହ ଅନ୍ୟାନ୍ୟ ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ଏକ ଆହ୍ବାନ ପାଲଟିଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନୀକୁ ମୂଳ ମନ୍ତ୍ର କରିଛନ୍ତି। ଅନ୍ୟ ବିପର୍ଯ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ବହୁ ଆଗରେ ରହିଛି। ମାତ୍ର ବଜ୍ରପାତ ଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ଯ୍ୟୟ ସାଜିଛି। କେମିତି ଏହି ମୃତ୍ୟୁ ରୋକିବ ସେନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଦ ହଜିଛି। ୨୦୨୧ରେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଥିଲା। ସେହି ବର୍ଷ ରାଜ୍ୟରେ ୨୧୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ପ୍ରତି ବର୍ଷ ଓଡ଼ିଶା ବନ୍ୟା ବାତ୍ୟା ସମେତ ପ୍ରବଳ ଗ୍ରୀଷ୍ମ ପ୍ରବାହର ସାମନା କରୁଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହୋଇପାରୁଛନ୍ତି। ହେଲେ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ୟୁ ହେଉଥିଲେ ମଧ୍ୟ ଏହାକୁ ରୋକି ନ ପାରିବା ବଡ଼ ଚିନ୍ତାର କାରଣ ସାଜିଛି। ୨୦୧୭-୧୮ରେ ରାଜ୍ୟରୁ ସର୍ବାଧିକ ୪୭୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା। ଏହା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ବଜ୍ରପାତ ଜନିତ ସତର୍କ ସୂଚନା ପାଇବା ପାଇଁ ଦାମିନି ଓ ସତର୍କ ଆପ୍‌‌ର ପ୍ରଚଳନ ସହ ମୋବାଇଲ୍‌‌କୁ ସଚେତନତା ମେସେଜ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ବେ ଅନେକ ଲୋକ ଏହାକୁ ଗୁରୁତ୍ବ ଦେଉ ନ ଥିବାରୁ ବଜ୍ରପାତଜନିତ ମୃତ୍ୟୁ ଉଦ୍‌ବେଗଜନକ ରହିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବାଲେଶ୍ୱରଠାରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କେବଳ ସର୍ଭେରେ ସୀମିତ ରହିଛି। ଏହି କେନ୍ଦ୍ର ସ୍ଥାପନ ହୋଇଥିଲେ ବଜ୍ରପାତ ଉପରେ ଗବେଷଣା ହେବା ସହ ବଜ୍ରପାତ ମୃତ୍ୟୁ ରୋକିବା ଉପରେ କାର୍ଯ୍ୟ କରାଯାଇଥାନ୍ତା। ମାତ୍ର ଭୂବିଜ୍ଞାନ ମନ୍ତ୍ରଣାଳାୟର ନିଷ୍କ୍ରିୟତା ଯୋଗୁଁ ଏହି କାର୍ଯ୍ୟ ବିଳମ୍ବ ହୋଇ ଚାଲିଛି। ସମାନ ଭାବେ ବାଲେଶ୍ୱର ଓ ସମ୍ବଲପୁର ଡପଲାର୍‌‌ ରାଡାର ସ୍ଥାପନରେ ମଧ୍ୟ ତତ୍‌‌ପରତା ଦେଖା ଯାଉନାହିଁ। ରାଜ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

29 Apr 2023 By The Sakala

ବର୍ଷକରେ ୧୯୪ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ, ବଜ୍ରପାତରେ ମରିଛନ୍ତି ୧୬୮

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି। ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଟ୍‌‌ୱେଭ୍‌‌ରେ ୧୨ ଜଣଙ୍କ ପ୍ରାଣହାନୀ ହେବା ସହ ଅନ୍ୟାନ୍ୟ ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ଏକ ଆହ୍ବାନ ପାଲଟିଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନୀକୁ ମୂଳ ମନ୍ତ୍ର କରିଛନ୍ତି। ଅନ୍ୟ ବିପର୍ଯ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ବହୁ ଆଗରେ ରହିଛି। ମାତ୍ର ବଜ୍ରପାତ ଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ଯ୍ୟୟ ସାଜିଛି। କେମିତି ଏହି ମୃତ୍ୟୁ ରୋକିବ ସେନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଦ ହଜିଛି। ୨୦୨୧ରେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଥିଲା। ସେହି ବର୍ଷ ରାଜ୍ୟରେ ୨୧୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା।

ପ୍ରତି ବର୍ଷ ଓଡ଼ିଶା ବନ୍ୟା ବାତ୍ୟା ସମେତ ପ୍ରବଳ ଗ୍ରୀଷ୍ମ ପ୍ରବାହର ସାମନା କରୁଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହୋଇପାରୁଛନ୍ତି। ହେଲେ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ୟୁ ହେଉଥିଲେ ମଧ୍ୟ ଏହାକୁ ରୋକି ନ ପାରିବା ବଡ଼ ଚିନ୍ତାର କାରଣ ସାଜିଛି। ୨୦୧୭-୧୮ରେ ରାଜ୍ୟରୁ ସର୍ବାଧିକ ୪୭୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା। ଏହା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ବଜ୍ରପାତ ଜନିତ ସତର୍କ ସୂଚନା ପାଇବା ପାଇଁ ଦାମିନି ଓ ସତର୍କ ଆପ୍‌‌ର ପ୍ରଚଳନ ସହ ମୋବାଇଲ୍‌‌କୁ ସଚେତନତା ମେସେଜ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ବେ ଅନେକ ଲୋକ ଏହାକୁ ଗୁରୁତ୍ବ ଦେଉ ନ ଥିବାରୁ ବଜ୍ରପାତଜନିତ ମୃତ୍ୟୁ ଉଦ୍‌ବେଗଜନକ ରହିଛି।

ବାଲେଶ୍ୱରଠାରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କେବଳ ସର୍ଭେରେ ସୀମିତ ରହିଛି। ଏହି କେନ୍ଦ୍ର ସ୍ଥାପନ ହୋଇଥିଲେ ବଜ୍ରପାତ ଉପରେ ଗବେଷଣା ହେବା ସହ ବଜ୍ରପାତ ମୃତ୍ୟୁ ରୋକିବା ଉପରେ କାର୍ଯ୍ୟ କରାଯାଇଥାନ୍ତା। ମାତ୍ର ଭୂବିଜ୍ଞାନ ମନ୍ତ୍ରଣାଳାୟର ନିଷ୍କ୍ରିୟତା ଯୋଗୁଁ ଏହି କାର୍ଯ୍ୟ ବିଳମ୍ବ ହୋଇ ଚାଲିଛି। ସମାନ ଭାବେ ବାଲେଶ୍ୱର ଓ ସମ୍ବଲପୁର ଡପଲାର୍‌‌ ରାଡାର ସ୍ଥାପନରେ ମଧ୍ୟ ତତ୍‌‌ପରତା ଦେଖା ଯାଉନାହିଁ। ରାଜ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର