ଗତ ୮ ମାସରେ ‘ଆମ-ବସ୍’ ଘଟାଇଛି ୧୯ ଦୁର୍ଘଟଣା, ନେଲାଣି ୬ ଜୀବନ
ଭୁବନେଶ୍ୱର: ଗତ ୮ ମାସ ଭିତରେ ‘ଆମ-ବସ୍’ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ଜୁନ୍ଠାରୁ ବର୍ତ୍ତମାନ ପର୍ଯ୍ୟ ନ୍ତ […]
ଭୁବନେଶ୍ୱର: ଗତ ୮ ମାସ ଭିତରେ ‘ଆମ-ବସ୍’ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ଜୁନ୍ଠାରୁ ବର୍ତ୍ତମାନ ପର୍ଯ୍ୟ ନ୍ତ ‘ଆମ-ବସ୍’ ୧୯ଟି ଦୁର୍ଘଟଣା ଘଟାଇଛି। ‘ଆମ-ବସ୍’ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ ୫ହଜାର ଟଙ୍କା ଦିଆଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: ନବନିଯୁକ୍ତ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା: “ଓଡ଼ିଶାରେ ବିଜେପିକୁ କିପରି ଭୋଟ୍ ଆସିବ ଚିନ୍ତା କରିବି”






