ମନୋରଞ୍ଜନ
ଓଡ଼ିଶା
ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ଗୁରୁତ୍ୱ: ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଓ ୨୯ ପ୍ଲାଟୁନ୍ OSAP
ପୁରୀ: ପିପିଲି ଉପନିର୍ବାଚନକୁ ଆଉ ୪ଦିନ ବାକିଥିବା ବେଳେ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି । ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଓ ୨୯ ପ୍ଲାଟୁନ୍ OSAP ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍ରେ ବିଭକ୍ତ କରାଯାଇଛି ବୋଲି ପୁଲିସି ଡିଜି ଅଭୟ କହିଛନ୍ତି। ପ୍ରତି ଜୋନରେ ସୁରକ୍ଷା ଦାୟିତ୍ୱର ତଦାରଖ କରିବେ ଦୁଇ […]
ପୁରୀ: ପିପିଲି ଉପନିର୍ବାଚନକୁ ଆଉ ୪ଦିନ ବାକିଥିବା ବେଳେ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି । ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଓ ୨୯ ପ୍ଲାଟୁନ୍ OSAP ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍ରେ ବିଭକ୍ତ କରାଯାଇଛି ବୋଲି ପୁଲିସି ଡିଜି ଅଭୟ କହିଛନ୍ତି।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
ପ୍ରତି ଜୋନରେ ସୁରକ୍ଷା ଦାୟିତ୍ୱର ତଦାରଖ କରିବେ ଦୁଇ ଜଣ ଏଏସପି, ୩ଜଣ ଲେଖାଏ ଡିଏସପି । ଏହାସହ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (OSAF) ) ବି ମୁତୟନ ରହିବେ । ୮୦ଟି ସମ୍ବେଦନଶୀଳ ବୁଥରେ ବିଏସଏଫ ଯବାନ ମୁତୟନ ହେବେ । ଆଜି ପିପିଲିରେ ଏହି ସମୀକ୍ଷା ବେଳେ ପୁଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଓ ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।






