ରାଜ୍ୟ କ୍ୟାବିନେଟ୍‍ରେ କୃଷିକୁ ଗୁରୁତ୍ୱ: ଯନ୍ତ୍ରପାତି ପାଇଁ ଖର୍ଚ୍ଚ ହେବ ୧୩୫୦ କୋଟି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଯୁବଗୋଷ୍ଠୀଙ୍କୁ କୃଷି ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କୃଷି ଯନ୍ତ୍ରପାତିର ଲୋକପ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୩୫୦ କୋଟିର ଆର୍ଥିକ ଆବଣ୍ଟନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‍ ବୈଠକରେ ମୋହର ବାଜିଛି। ଏହାଦ୍ୱାରା ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ ବୃଦ୍ଧି ଏବଂ ବିଭିନ୍ନ କୃଷି କାର୍ଯ୍ୟ ଠିକ୍‍ ସମୟରେ ସମାପ୍ତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ୍‍ ହେକ୍ଟର ପ୍ରତି ୧.୯୩ କିଲୋୱାଟ ଥିବା ବେଳେ ୨୦୨୫-୨୬ ଶେଷ […]

ଭୁବନେଶ୍ୱର: ରାଜ୍ୟର ଯୁବଗୋଷ୍ଠୀଙ୍କୁ କୃଷି ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କୃଷି ଯନ୍ତ୍ରପାତିର ଲୋକପ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୩୫୦ କୋଟିର ଆର୍ଥିକ ଆବଣ୍ଟନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‍ ବୈଠକରେ ମୋହର ବାଜିଛି।
ଏହାଦ୍ୱାରା ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ ବୃଦ୍ଧି ଏବଂ ବିଭିନ୍ନ କୃଷି କାର୍ଯ୍ୟ ଠିକ୍‍ ସମୟରେ ସମାପ୍ତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ୍‍ ହେକ୍ଟର ପ୍ରତି ୧.୯୩ କିଲୋୱାଟ ଥିବା ବେଳେ ୨୦୨୫-୨୬ ଶେଷ ସୁଦ୍ଧା ଏହାକୁ ହେକ୍ଟର ପିଛା ୨.୩୦ କିଲୋୱାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜଳସେଚନ ଉପରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକୁ ମୋହର ବାଜିଛି। ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲର ପୁନରୁଦ୍ଧାର ପାଇଁ ୧୬୦ କୋଟି୩୩ ଲକ୍ଷ ୪ହଜାର ୬ଶହ ତେତିଶ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ପ୍ରକଳ୍ପଗୁଡିକୁ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିିର ଜିଲ୍ଲାକୁ ଖରିଫ ଋତୁରେ ୧ ଲକ୍ଷ ୩୦ ହଜାର ୨୩୫ ହେକ୍ଟର ଚାଷ ଜମିକୁ ଏବଂ ରବି ଋତୁରେ ୯୮ ହଜାର ୯୫୮ ହେକ୍ଟର ଚାଷ ଜମିକୁ ସୂଚାରୁ ରୂପେ ଜଳ ଯୋଗାଇ ଦିଆଯାଇ ପାରିବ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଏହାଛଡ଼ା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ୧୮୫ କୋଟି ୪୫ ଲକ୍ଷ ୨ ହଜାର ୬ଶହ ୫୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଯାହାକି ଆସନ୍ତା ୨୪ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍କ ନିର୍ମାଣ ହେଲେ ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀ ବ୍ଲକର ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ। ଫଳରେ ୧୨ଟି ଗାଁର ଲୋକ ଉପକୃତ ହୋଇ ପାରିବେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯେଉଁଥିରେ ଆସନ୍ତା ୫ ବର୍ଷ ଭିତରେ ଏକ ଲକ୍ଷ ଡିପ୍‍ ବୋରୱେଲ ସ୍ଥାପନ କରିବାକୁ ସରକାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ। ଯାହା ଫଳରେ ୫ ଲକ୍ଷ ହେକ୍ଟର ଖରିଫ ଓ ୨ ଲକ୍ଷ ହେକ୍ଟର ରବି ଫସଲ ପାଇଁ ଜଳସେଚନ ସୁବିଧା ହୋଇ ପାରିବ।

ଛୋଟ ନଦୀ ନାଳଗୁଡ଼ିକରେ ଆଡିବନ୍ଧ ନିର୍ମାଣ କରି ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବାକୁ ସରକାର ୮୧୧.୪୫ କୋଟି ଟଙ୍କା ମଞ୍ଜୁରୀକୁ କ୍ୟାବିନେଟ ମୋହର ମାରିଛନ୍ତି। ଯେଉଁଥିରେ ଆସନ୍ତା ୩ ବର୍ଷ ଭିତରେ ୧୨୮୦ଟି ଆଡିବନ୍ଧ ନିର୍ମାଣ କରାଯିବ। ଏହାକୁ ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ କାର୍ଯ୍ୟକାରୀ କରାଯିବ। ଫଳରେ ୨୭,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇ ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର