ନିୟମ ପରିବର୍ତ୍ତନ କଲା ସ୍ବାସ୍ଥ୍ୟ ବିଭାଗ: ଡାକ୍ତର ନ ଥିଲେ ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏପରିସ୍ଥଳେ ଫାର୍ମାସିଷ୍ଟ ମାନଙ୍କୁ ଚିକିତ୍ସାରେ ନିୟୋଜିତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଡାକ୍ତର ନ ଥିବା ଚିକିତ୍ସାଳୟରେ ନିୟୋଜିତ ଫାର୍ମାସିଷ୍ଟ ମାନେ ରୋଗୀଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ୍ ଦେଇ ପାରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଫାର୍ମାସିଷ୍ଟଙ୍କ ଚିକିତ୍ସା ଏବଂ ଔଷଧ […]

ଭୁବନେଶ୍ୱର: ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏପରିସ୍ଥଳେ ଫାର୍ମାସିଷ୍ଟ ମାନଙ୍କୁ ଚିକିତ୍ସାରେ ନିୟୋଜିତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଡାକ୍ତର ନ ଥିବା ଚିକିତ୍ସାଳୟରେ ନିୟୋଜିତ ଫାର୍ମାସିଷ୍ଟ ମାନେ ରୋଗୀଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ୍ ଦେଇ ପାରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଫାର୍ମାସିଷ୍ଟଙ୍କ ଚିକିତ୍ସା ଏବଂ ଔଷଧ ପ୍ରଦାନ କିଛି ନିର୍ଦ୍ଦିଷ୍ଟ ରୋଗୀଙ୍କ ମଧ୍ୟରେ ସୀମିତ ରହିବ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମ୍ୟାଲେରିଆ, ଜ୍ଵର, ଚର୍ମ ରୋଗ, କୃମି, ଡାଇରିଆ, ସାଧାରଣ କ୍ଷତ, ସ୍ଵଚ୍ଛ ପୋଡ଼ା ଜଳା ଭଳି ୧୨ ପ୍ରକାର ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇ ପାରିବ । ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ କାରଣ ପାଇଁ ଅନେକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି ଏବଂ ସେହି ଡାକ୍ତରଖାନା ଗୁଡ଼ିକ ଫାର୍ମାସିଷ୍ଟଙ୍କ ଦ୍ବାରା ପରିଚାଳିତ ହେଉଛି । କିନ୍ତୁ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ନ ଥିବାରୁ ରୋଗୀଙ୍କ ଚିକିତ୍ସା ସମ୍ଭବପର ହେଉ ନ ଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେପରିବର୍ତ୍ତନ କରାଯିବା ସହ ଫାର୍ମାସିଷ୍ଟ ମାନଙ୍କୁ ସାଧାରଣ ରୋଗୀଙ୍କ ଚିକିତ୍ସା ସହିତ ଔଷଧ ପ୍ରଦାନ ପାଇଁ ଅନୁମତି ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର