ଏସ୍‍ଟିଏଫ୍‍ ଯଦି ଧରୁଛି; ପୁଲିସ କାହିଁକି ପାରୁନି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ବୁଲିଛି ମାଳମାଳ ବନ୍ଧୁକ। ବନ୍ଧୁକ ବେପାରୀଙ୍କୁ ଧରିବାରେ ଏସ୍‍ଟିଏଫ୍‍ ଏକପ୍ରକାର ସଫଳତା ପାଉଥିବା ବେଳେ କମିସନରେଟ୍‍ ପୁଲିସ କିଭଳି ଏ ଦିଗରେ କାହିଁକି ବିଫଳ ହେଉଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରାଜଧାନୀ କିମ୍ବା ଉପକଣ୍ଠ ଅଞ୍ଚଳରେ ମାଳମାଳ ବନ୍ଧୁକ କାରବାର ଚାଲୁଛି। ତେଣୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‍ଟିଏଫ୍‍) ଏକ ସ୍ୱତନ୍ତ୍ର ଅଭିଯାନ କରିଛି। କିଛିଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଛକରେ ବନ୍ଧୁକ ବିକ୍ରି ପାଇଁ […]

ଭୁବନେଶ୍ୱର : ରାଜଧାନୀରେ ବୁଲିଛି ମାଳମାଳ ବନ୍ଧୁକ। ବନ୍ଧୁକ ବେପାରୀଙ୍କୁ ଧରିବାରେ ଏସ୍‍ଟିଏଫ୍‍ ଏକପ୍ରକାର ସଫଳତା ପାଉଥିବା ବେଳେ କମିସନରେଟ୍‍ ପୁଲିସ କିଭଳି ଏ ଦିଗରେ କାହିଁକି ବିଫଳ ହେଉଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରାଜଧାନୀ କିମ୍ବା ଉପକଣ୍ଠ ଅଞ୍ଚଳରେ ମାଳମାଳ ବନ୍ଧୁକ କାରବାର ଚାଲୁଛି। ତେଣୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‍ଟିଏଫ୍‍) ଏକ ସ୍ୱତନ୍ତ୍ର ଅଭିଯାନ କରିଛି। କିଛିଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଛକରେ ବନ୍ଧୁକ ବିକ୍ରି ପାଇଁ ଡିଲ୍‍ କରୁଥିବା ବେଳେ ମାଫିଆ ସଞ୍ଜୟ ସାହୁକୁ ଗିରଫ କରିଥିଲା ଏସ୍‍ଟିଏଫ୍‍। ସଞ୍ଜୟଠାରୁ ୪ଟି ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ୬ଟି ଏବଂ ବାଲିଅନ୍ତା ଥାନା ଅଞ୍ଚଳରୁ ୨ଟି ବନ୍ଧୁକ ଓ ଜବତ କରିଥିଲା ଏସ୍‍ଟିଏଫ୍‍। ଏଭଳି ଗତ ୩ବର୍ଷରେ ଏସ୍‍ଟିଏଫ୍‍ ରାଜଧାନୀରୁ ୩୫ଟି ବନ୍ଧୁକ ଜବତ କରିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

କିନ୍ତୁ ସହରରେ ବନ୍ଧୁକ କାରବାର ବଢ଼଼ିଥିଲେ ସୁଦ୍ଧା କମିସନରେଟ ସହରାଞ୍ଚଳ ପୁଲିସ ବନ୍ଧୁକ ମାଫିଆଙ୍କ ସୁରାକ୍‍ ମଧ୍ୟ ପାଇପାରୁନି। ବନ୍ଧୁକ କେଉଁଠୁ ଆସୁଛି ଓ କୁଆଡ଼େ ଯାଉଛି ତା’ର ମୂଳରେ ପହଞ୍ଚିବାରେ ବିଫଳ ହେଉଛି ପୁଲିସ। ବିହାର, ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଆସି ଭୁବନେଶ୍ୱରରେ ବିକ୍ରି କରାଯାଉଛି। ସେପଟେ ଗୋଟିଏ ଚମତ୍କାର କଥା ପୁଲିସ ନଜରକୁ ଆସିଛି। ତାହା ହେଉଛି ଭଡ଼ାରେ ମିଳୁଛି ବନ୍ଧୁକ। ଅପରାଧୀ ଘଟାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ବନ୍ଧୁକ ଭଡ଼ାରେ ନେଇ ଅପରାଧ ଭିଆଉଛନ୍ତି। ଗତ ସପ୍ତାହରେ ନୂଆପଲ୍ଲୀ ଥାନା ପୁଲିସ ବିଜୁପଟ୍ଟନାକ ଛକର ଧରିଥିବା ୩ଜଣଙ୍କ ଠାରୁ ୨ଟି ବନ୍ଧୁକ ଜବତ ହୋଇଥିଲା। ସେମାନେ ଉକ୍ତ ବନ୍ଧୁକକୁ ଦିନକୁ ୫ହଜାର ଟଙ୍କାରେ ଭଡ଼ାରେ ଆଣିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲେ। ଯୁକ୍ତି ଅନୁଯାୟୀ ଲୁଟ୍‍ପାଟ୍‍ କରିବା ପରେ ସେଥିରୁ ମିଳିଥିବା ଅର୍ଥରୁ କିଛି ବନ୍ଧୁକ ମାଲିକଙ୍କୁ ଦେଇଥାନ୍ତେ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ତାଙ୍କଠାରୁ ପ୍ରମାଣ ଯୋଗାଡ଼ କରିବା ବନ୍ଧୁକ ଭଡ଼ାରେ ଦେଉଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା। ହେଲେ ବନ୍ଧୁକର ପ୍ରକୃତ ମାଲିକ ଖସିଯାଇଥିଲା। ଯେଉଁ ଅପରାଧୀମାନେ ରାଜଧାନୀ ବାହାରୁ ତଥା ରାଜ୍ୟ ବାହାରୁ ଆସୁଛନ୍ତି ସେମାନେ ସୁବିଧାଜନକ ଭାବେ ଭଡ଼ାରେ ବନ୍ଧୁକ ଆଣି ଅପରାଧ ଘଟାଇ ସହଜରେ ଫେରାର୍‍ ହୋଇଯାଉଛନ୍ତି। ‘ବ୍ଲାକସ୍କୋକ୍‍’ ଉଭାନ ରାଜଧାନୀ ଚୋର ବନ୍ଧୁକ କାରବାରରୁ ଦିନକୁ ଦିନ ବଢ଼଼ିଥିଲା। ଏହାକୁ ରୋକିବା ଲାଗି କମିସନରେଟ ପୁଲିସ ୨୦୧୪ ମସିହାରେ ବ୍ଲାକସ୍କୋକ ଯୋଜନା କାର୍ଯ୍ୟକ୍ଷମ ହୋଇଥିଲା। ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି, ୨୦୧୫ରେ ୬୩ଟି ମାଉଜର ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା। ସେଭଳି ୨୦୧୬ରେ ୮୯ଟି ମାଉଜର ସହ ୧୨୧ ଅଫୁଟା ଗୁଳି ଜବତ ହୋଇଥିଲା। ଏହି ୩ବର୍ଷରେ ୩୭୮ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଯୋଜନା ବନ୍ଦ କରିଦିଆଯାଇଥିବାରୁ ସହରରେ ବନ୍ଧୁକ କାରବାର ବଢ଼଼ିଛି।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

26 Jul 2021 By The Sakala

ଏସ୍‍ଟିଏଫ୍‍ ଯଦି ଧରୁଛି; ପୁଲିସ କାହିଁକି ପାରୁନି

ଭୁବନେଶ୍ୱର : ରାଜଧାନୀରେ ବୁଲିଛି ମାଳମାଳ ବନ୍ଧୁକ। ବନ୍ଧୁକ ବେପାରୀଙ୍କୁ ଧରିବାରେ ଏସ୍‍ଟିଏଫ୍‍ ଏକପ୍ରକାର ସଫଳତା ପାଉଥିବା ବେଳେ କମିସନରେଟ୍‍ ପୁଲିସ କିଭଳି ଏ ଦିଗରେ କାହିଁକି ବିଫଳ ହେଉଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରାଜଧାନୀ କିମ୍ବା ଉପକଣ୍ଠ ଅଞ୍ଚଳରେ ମାଳମାଳ ବନ୍ଧୁକ କାରବାର ଚାଲୁଛି। ତେଣୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‍ଟିଏଫ୍‍) ଏକ ସ୍ୱତନ୍ତ୍ର ଅଭିଯାନ କରିଛି। କିଛିଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଛକରେ ବନ୍ଧୁକ ବିକ୍ରି ପାଇଁ ଡିଲ୍‍ କରୁଥିବା ବେଳେ ମାଫିଆ ସଞ୍ଜୟ ସାହୁକୁ ଗିରଫ କରିଥିଲା ଏସ୍‍ଟିଏଫ୍‍। ସଞ୍ଜୟଠାରୁ ୪ଟି ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ୬ଟି ଏବଂ ବାଲିଅନ୍ତା ଥାନା ଅଞ୍ଚଳରୁ ୨ଟି ବନ୍ଧୁକ ଓ ଜବତ କରିଥିଲା ଏସ୍‍ଟିଏଫ୍‍। ଏଭଳି ଗତ ୩ବର୍ଷରେ ଏସ୍‍ଟିଏଫ୍‍ ରାଜଧାନୀରୁ ୩୫ଟି ବନ୍ଧୁକ ଜବତ କରିଛି।

କିନ୍ତୁ ସହରରେ ବନ୍ଧୁକ କାରବାର ବଢ଼଼ିଥିଲେ ସୁଦ୍ଧା କମିସନରେଟ ସହରାଞ୍ଚଳ ପୁଲିସ ବନ୍ଧୁକ ମାଫିଆଙ୍କ ସୁରାକ୍‍ ମଧ୍ୟ ପାଇପାରୁନି। ବନ୍ଧୁକ କେଉଁଠୁ ଆସୁଛି ଓ କୁଆଡ଼େ ଯାଉଛି ତା’ର ମୂଳରେ ପହଞ୍ଚିବାରେ ବିଫଳ ହେଉଛି ପୁଲିସ। ବିହାର, ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଆସି ଭୁବନେଶ୍ୱରରେ ବିକ୍ରି କରାଯାଉଛି। ସେପଟେ ଗୋଟିଏ ଚମତ୍କାର କଥା ପୁଲିସ ନଜରକୁ ଆସିଛି। ତାହା ହେଉଛି ଭଡ଼ାରେ ମିଳୁଛି ବନ୍ଧୁକ। ଅପରାଧୀ ଘଟାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ବନ୍ଧୁକ ଭଡ଼ାରେ ନେଇ ଅପରାଧ ଭିଆଉଛନ୍ତି। ଗତ ସପ୍ତାହରେ ନୂଆପଲ୍ଲୀ ଥାନା ପୁଲିସ ବିଜୁପଟ୍ଟନାକ ଛକର ଧରିଥିବା ୩ଜଣଙ୍କ ଠାରୁ ୨ଟି ବନ୍ଧୁକ ଜବତ ହୋଇଥିଲା। ସେମାନେ ଉକ୍ତ ବନ୍ଧୁକକୁ ଦିନକୁ ୫ହଜାର ଟଙ୍କାରେ ଭଡ଼ାରେ ଆଣିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲେ। ଯୁକ୍ତି ଅନୁଯାୟୀ ଲୁଟ୍‍ପାଟ୍‍ କରିବା ପରେ ସେଥିରୁ ମିଳିଥିବା ଅର୍ଥରୁ କିଛି ବନ୍ଧୁକ ମାଲିକଙ୍କୁ ଦେଇଥାନ୍ତେ।

ତାଙ୍କଠାରୁ ପ୍ରମାଣ ଯୋଗାଡ଼ କରିବା ବନ୍ଧୁକ ଭଡ଼ାରେ ଦେଉଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା। ହେଲେ ବନ୍ଧୁକର ପ୍ରକୃତ ମାଲିକ ଖସିଯାଇଥିଲା। ଯେଉଁ ଅପରାଧୀମାନେ ରାଜଧାନୀ ବାହାରୁ ତଥା ରାଜ୍ୟ ବାହାରୁ ଆସୁଛନ୍ତି ସେମାନେ ସୁବିଧାଜନକ ଭାବେ ଭଡ଼ାରେ ବନ୍ଧୁକ ଆଣି ଅପରାଧ ଘଟାଇ ସହଜରେ ଫେରାର୍‍ ହୋଇଯାଉଛନ୍ତି। ‘ବ୍ଲାକସ୍କୋକ୍‍’ ଉଭାନ ରାଜଧାନୀ ଚୋର ବନ୍ଧୁକ କାରବାରରୁ ଦିନକୁ ଦିନ ବଢ଼଼ିଥିଲା। ଏହାକୁ ରୋକିବା ଲାଗି କମିସନରେଟ ପୁଲିସ ୨୦୧୪ ମସିହାରେ ବ୍ଲାକସ୍କୋକ ଯୋଜନା କାର୍ଯ୍ୟକ୍ଷମ ହୋଇଥିଲା। ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି, ୨୦୧୫ରେ ୬୩ଟି ମାଉଜର ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା। ସେଭଳି ୨୦୧୬ରେ ୮୯ଟି ମାଉଜର ସହ ୧୨୧ ଅଫୁଟା ଗୁଳି ଜବତ ହୋଇଥିଲା। ଏହି ୩ବର୍ଷରେ ୩୭୮ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଯୋଜନା ବନ୍ଦ କରିଦିଆଯାଇଥିବାରୁ ସହରରେ ବନ୍ଧୁକ କାରବାର ବଢ଼଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର