ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତା’ର ଶ୍ରେୟ କେବଳ ନବୀନଙ୍କର

The Sakala Picture
Published On

ଭୁବନେଶ୍ୱର: ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି । ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ […]

ଭୁବନେଶ୍ୱର: ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି । ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ନବୀନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ନବୀନଙ୍କ ଭିଜନ ଓ ଆକ୍ସନ ପାଇଁ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିପ୍ଳବ ଆସିଛି । ବିଜେଡି ସୁପ୍ରିମୋଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ହିଁ ଓଡ଼ିଶାକକୁ ବିଶ୍ବ ଦରବାରରେ ପରିଚିତ କରାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସେ ଓଡ଼ିଶାର ଆର୍ଥିକ ଶକ୍ତିର ବୃଦ୍ଧି ଦିଗରେ ନିରନ୍ତର କାମ କରିଥିଲେ । ଟ୍ରିଲିୟନ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ହିଁ ସହଯୋଗୀ ହେବ ବୋଲି ନବୀନ ବୁଝିସାରିଥିଲେ । ନୂଆ ଷ୍ଟାର୍ଟ ଅପକୁ ରାଜ୍ଯକୁ ଆଗକୁ ନେଇପାରିବ। ସେଥିପାଇଁ ଓ-ହବ ସୃଷ୍ଟି କରିଥିଲେ । ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା କରିଥିଲେ । ୨୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଇନ୍ଫୋଭ୍ୟାଲି ୧ ଓ ୨ ପ୍ରତିଷ୍ଠା କରିଥିଲେ । ଯେଉଁଥିପାଇଁ ବଡ଼ ବଡ଼ କମ୍ପାନୀ ଡେଲଏଟ, କଗନିଜାଣ୍ଟ ଭଳି କମ୍ପାନୀ ଓଡ଼ିଶାରେ ପହଂଚିପାରିଲେ। ଗାଁ ଗାଁରେ କିଭଳି ଆଇଟି, ଇଲେକ୍ଟ୍ରୋନିକ୍ସ, ଇଣ୍ଟରନେଟର ସୁବିଧା ପହଂଚିପାରିବ ତାକୁ ନେଇ ଉଦ୍ୟମ କରିଥିଲେ । ସେଥିପାଇଁ ବ୍ୟାପକ ଆଇଟିଆଇ ଓ ପଲିଟେକ୍ନିକ ପ୍ରତିଷ୍ଠା ହେଲା।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ନବୀନଙ୍କ ଏପରି ଭିଜନକୁ ଆଜି ସଫଳତା ମିଳିଥିବାବେଳେ ଦଳୀୟ ନେତା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁ ଅଞ୍ଚଳରେ ଶିଳ୍ପ ପହଂଚିପାରିବ ବୋଲି କେହି ଚିନ୍ତା କରି ନଥିଲେ ସେଠି ଶିଳ୍ପ ପହଞ୍ଚିଛି । ରିବନ କଟିଙ୍ଗ ସେରିମନି, ଲୋକଙ୍କ ସାମ୍ନାକୁ ଟିଭି ମାଧ୍ୟମରେ ଆସିଵା, ବାହାବା ନେବା ପାଇଁ କେବେ ନବୀନ ଉଦ୍ୟମ କରି ନାହାନ୍ତି। ତାଙ୍କ ସମୟରେ ଦୁବାଇ, ସିଙ୍ଗାପୁର ଯାଇ ବ୍ୟାପକ ଗ୍ଲୋବାଲ ରୋଡ ଶୋ ହୋଇଥିଲା। ଯାହା ଆଜି ପୁଂଜି ଆଣିବାରେ ଓଡ଼ିଶାକୁ ସଫଳ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

09 Sep 2024 By The Sakala

ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତା’ର ଶ୍ରେୟ କେବଳ ନବୀନଙ୍କର

ଭୁବନେଶ୍ୱର: ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି । ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ନବୀନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ନବୀନଙ୍କ ଭିଜନ ଓ ଆକ୍ସନ ପାଇଁ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିପ୍ଳବ ଆସିଛି । ବିଜେଡି ସୁପ୍ରିମୋଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ହିଁ ଓଡ଼ିଶାକକୁ ବିଶ୍ବ ଦରବାରରେ ପରିଚିତ କରାଇଛି ।

ସେ ଓଡ଼ିଶାର ଆର୍ଥିକ ଶକ୍ତିର ବୃଦ୍ଧି ଦିଗରେ ନିରନ୍ତର କାମ କରିଥିଲେ । ଟ୍ରିଲିୟନ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ହିଁ ସହଯୋଗୀ ହେବ ବୋଲି ନବୀନ ବୁଝିସାରିଥିଲେ । ନୂଆ ଷ୍ଟାର୍ଟ ଅପକୁ ରାଜ୍ଯକୁ ଆଗକୁ ନେଇପାରିବ। ସେଥିପାଇଁ ଓ-ହବ ସୃଷ୍ଟି କରିଥିଲେ । ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା କରିଥିଲେ । ୨୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଇନ୍ଫୋଭ୍ୟାଲି ୧ ଓ ୨ ପ୍ରତିଷ୍ଠା କରିଥିଲେ । ଯେଉଁଥିପାଇଁ ବଡ଼ ବଡ଼ କମ୍ପାନୀ ଡେଲଏଟ, କଗନିଜାଣ୍ଟ ଭଳି କମ୍ପାନୀ ଓଡ଼ିଶାରେ ପହଂଚିପାରିଲେ। ଗାଁ ଗାଁରେ କିଭଳି ଆଇଟି, ଇଲେକ୍ଟ୍ରୋନିକ୍ସ, ଇଣ୍ଟରନେଟର ସୁବିଧା ପହଂଚିପାରିବ ତାକୁ ନେଇ ଉଦ୍ୟମ କରିଥିଲେ । ସେଥିପାଇଁ ବ୍ୟାପକ ଆଇଟିଆଇ ଓ ପଲିଟେକ୍ନିକ ପ୍ରତିଷ୍ଠା ହେଲା।

ନବୀନଙ୍କ ଏପରି ଭିଜନକୁ ଆଜି ସଫଳତା ମିଳିଥିବାବେଳେ ଦଳୀୟ ନେତା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁ ଅଞ୍ଚଳରେ ଶିଳ୍ପ ପହଂଚିପାରିବ ବୋଲି କେହି ଚିନ୍ତା କରି ନଥିଲେ ସେଠି ଶିଳ୍ପ ପହଞ୍ଚିଛି । ରିବନ କଟିଙ୍ଗ ସେରିମନି, ଲୋକଙ୍କ ସାମ୍ନାକୁ ଟିଭି ମାଧ୍ୟମରେ ଆସିଵା, ବାହାବା ନେବା ପାଇଁ କେବେ ନବୀନ ଉଦ୍ୟମ କରି ନାହାନ୍ତି। ତାଙ୍କ ସମୟରେ ଦୁବାଇ, ସିଙ୍ଗାପୁର ଯାଇ ବ୍ୟାପକ ଗ୍ଲୋବାଲ ରୋଡ ଶୋ ହୋଇଥିଲା। ଯାହା ଆଜି ପୁଂଜି ଆଣିବାରେ ଓଡ଼ିଶାକୁ ସଫଳ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର