ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପଦ୍ମପୁରବାସୀଙ୍କ ସବୁ ଦାବି ପୂରଣ ହେବ : ମୁଖ୍ୟମନ୍ତ୍ରୀ

The Sakala Picture
Published On

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ […]

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ ନେଲେ ବର୍ଷା

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ପୁଣି ଜନସଭାରେ କାନ୍ଦି ପକାଇଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନୀ ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କଲେ ।ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ‘ ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ’ । ଆଜି ପଦ୍ମପୁର ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚୋର ବସିଥିଲେ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ଦେଇଥିଲେ ବର୍ଷା । ଏହାସହ ଲୋକଙ୍କ ଅଶୀର୍ବାଦ ଭିକ୍ଷା କରିଥିଲେ ।

02 Dec 2022 By The Sakala

ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପଦ୍ମପୁରବାସୀଙ୍କ ସବୁ ଦାବି ପୂରଣ ହେବ : ମୁଖ୍ୟମନ୍ତ୍ରୀ

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ ନେଲେ ବର୍ଷା

ପୁଣି ଜନସଭାରେ କାନ୍ଦି ପକାଇଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନୀ ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କଲେ ।ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ‘ ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ’ । ଆଜି ପଦ୍ମପୁର ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚୋର ବସିଥିଲେ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ଦେଇଥିଲେ ବର୍ଷା । ଏହାସହ ଲୋକଙ୍କ ଅଶୀର୍ବାଦ ଭିକ୍ଷା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର