ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ, ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର

Madhusudan Das Picture
Published On

ଜଳେଶ୍ବର : ପିଶାଚ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ରାକ୍ଷସ ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । 

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ସୂଚନା ଅନୁଯାୟୀ, ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଆଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହି ନପାରି ଗତ ଏକ ମାସ ହେବ ମାଳତ୍ରୀ ବାପ ଘରକୁ ପଳାଇ ଆସିଥିଲେ ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ବାଲିଆପାଳ ପୋଲିସ ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

18 Feb 2026 By Madhusudan Das

ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ, ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର

ଜଳେଶ୍ବର : ପିଶାଚ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ରାକ୍ଷସ ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । 

ସୂଚନା ଅନୁଯାୟୀ, ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଆଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହି ନପାରି ଗତ ଏକ ମାସ ହେବ ମାଳତ୍ରୀ ବାପ ଘରକୁ ପଳାଇ ଆସିଥିଲେ ।

ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ବାଲିଆପାଳ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର