ପାରିବାରିକ କଳହ: ଦେହରେ ନିଆଁ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର

The Sakala Picture
Published On

ସୋର: ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା କରିବାକୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ସ୍ବାମୀ ବି ଗୁରୁତର । ଉଭୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ସୋର ଥାନା ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁର ଅଘଟଣ । ସୂଚନା ଅନୁସାରେ, ସୋର ଥାନା ଆଡ଼ିଆ ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ […]

ସୋର: ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା କରିବାକୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ସ୍ବାମୀ ବି ଗୁରୁତର । ଉଭୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ସୋର ଥାନା ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁର ଅଘଟଣ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁସାରେ, ସୋର ଥାନା ଆଡ଼ିଆ ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା। ଏଥିରେ ଭାରସାମ୍ୟ ହରାଇ ସ୍ତ୍ରୀ ଭାନୁମତି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ତ୍ରୀ ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଶସିକାନ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର