ମନୋରଞ୍ଜନ
ଓଡ଼ିଶା
ମେ’ ୨୧ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୨ ପରେ ଆଣ୍ଡାମାନ ଛୁଇଁବ ମୌସୁମୀ
ଭୁବନେଶ୍ୱର : ଆସନ୍ତା ମେ’ ଚତୁର୍ଥ ସପ୍ତାହ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ସମ୍ଭବତଃ ମେ’ ୨୧ ତାରିଖରେ ପୋର୍ଟବ୍ଲେୟାର ନିକଟରେ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଫଳରେ ୨୩ ତାରିଖରେ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଭାବିକ ଭାବେ ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ। ମାତ୍ର ଏହି […]
ଭୁବନେଶ୍ୱର : ଆସନ୍ତା ମେ’ ଚତୁର୍ଥ ସପ୍ତାହ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ସମ୍ଭବତଃ ମେ’ ୨୧ ତାରିଖରେ ପୋର୍ଟବ୍ଲେୟାର ନିକଟରେ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଫଳରେ ୨୩ ତାରିଖରେ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଭାବିକ ଭାବେ ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ। ମାତ୍ର ଏହି ଘୂର୍ଣ୍ଣିବଳୟ ଯୋଗୁଁ ୨୨ରେ ଯଦିବା ଆଣ୍ଡମାନରେ କିଛି ବର୍ଷା ହେବ, କିନ୍ତୁ ବର୍ଷାର ପରିମାଣ ଓ ପବନର ବେଗରୁ ଜଣାପଡ଼ୁଛି ଯେ ମୌସୁମୀ ୨୨ ପରେ ଆଣ୍ଡାମାନ ଛୁଇଁବ।
ସେ କହିଛନ୍ତି ଯେ ଗତ କିଛି ଦିନ ହେବ ଦକ୍ଷିଣ ଗୋଲାର୍ଦ୍ଧରୁ ବିଷୁବରେଖା ଅତିକ୍ରମ କରି ଦକ୍ଷିଣ ଆଫ୍ରିକା ସଂଲଗ୍ନ ଆରବସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଥିଲା। ବିଷୁବ ରେଖା ଅତିକ୍ରମ ସ୍ଥାନ କ୍ରମଶଃ ପୂର୍ବ ଆଡ଼କୁ ଆସୁଛି ଏବଂ ଏହା ସପ୍ତାହେ ପରେ ବଙ୍ଗୋପସାଗରକୁ ମଧ୍ୟ କିଛି ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହି ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ଘନୀଭୂତ ହେବା ଦ୍ୱାରା ଥାଇଲାଣ୍ଡ, ମିଆଁମାର, ବଙ୍ଗଲାଦେଶ, ଉତ୍ତର-ପୂର୍ବ ଭାରତ ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ମଧ୍ୟ ଭାରୀ ବର୍ଷା ହୋଇପାରେ।
ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ଆସନ୍ତା ୧୯ ପରେ ହିଁ କହିହେବ ବୋଲି ପ୍ରଫେସର ପଶୁପାଳକ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଯେହେତୁ ପ୍ରାକ୍ ମୌସୁମୀ ବାତ୍ୟା ସମୟ ଜାରି ରହିଛି, ତେଣୁ ଏହି ଘୂର୍ଣ୍ଣିବଳୟ ଉପରେ ସଭିଙ୍କ ନଜର ରହିଛି। ଯଦିବା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟର ପ୍ରଭାବ କଣ ରହିବା ତାହା ସ୍ପଷ୍ଟ ହୋଇନାହିଁ ହେଲେ ଆଇଏମ୍ଡିର ବିସ୍ତାରିତ ପରିସର ଆକଳନରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ ଓ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ନେଇ ଆକଳନ କରାଯାଉଛି।
ଅନ୍ୟପଟେ ପ୍ରଫେସର ପଶୁପାଳକ ଆହୁରି କରିଛନ୍ତି ଯେ ଆସନ୍ତା ୧୭ ତାରିଖରେ ଦକ୍ଷିଣ ତାମିଲନାଡ଼ୁ ଓ କେରଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଫଳରେ କେରଳ ଉପକୂଳରେ ଭାରୀ ବର୍ଷାର ଆକଳନ କରାଯାଉଛି। ସେହିପରି ୧୬ ପରେ ପ୍ରାୟ ୩ ଦିନ ଭୁବନେଶ୍ୱର ସମେତ କେନ୍ଦୁଝର, ବାରିପଦା, ବାଲେଶ୍ୱର, ଚାନ୍ଦବାଲି, ଢେଙ୍କାନାଳରେ ତାପମାତ୍ରା ପୁଣି ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି।