ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ମାରିଦେଲେ ଶିକାରୀ, ବନବିଭାଗର ଚଢ଼ଉ

The Sakala Picture
Published On

ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ […]

ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ସଂଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ତେବେ ସେତେବେଳକୁ ପ୍ରାୟ ୧୦ ଜଣ ଶିକାରୀ କୁଟୁରାକୁ ଠେଙ୍ଗାରେ ପିଟିପିଟି ମାରି ଦେଇ ଥିଲେ। ଏହା ପରେ କୁଟୁରାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଶିକାରୀମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ମୃତ କୁଟୁରାକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଅଣାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୁଟୁରାର ଓଜନ ୩୦ କିଲୋଗ୍ରାମ ହୋଇପାରେ ବୋଲି କହିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

05 Aug 2022 By The Sakala

ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ମାରିଦେଲେ ଶିକାରୀ, ବନବିଭାଗର ଚଢ଼ଉ

ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ସଂଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ତେବେ ସେତେବେଳକୁ ପ୍ରାୟ ୧୦ ଜଣ ଶିକାରୀ କୁଟୁରାକୁ ଠେଙ୍ଗାରେ ପିଟିପିଟି ମାରି ଦେଇ ଥିଲେ। ଏହା ପରେ କୁଟୁରାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଶିକାରୀମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ମୃତ କୁଟୁରାକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଅଣାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୁଟୁରାର ଓଜନ ୩୦ କିଲୋଗ୍ରାମ ହୋଇପାରେ ବୋଲି କହିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର