ମୁଁ ସମାଧାନ ପାଇଁ ରାଜି, ହେଲେ ହ୍ୟୁମାନ୍‌‌ ହୃଦୟର ସହ ଗ୍ରହଣ କରିବା ଦରକାର : ଶ୍ରେୟା ମିଶ୍ର

The Sakala Picture
Published On

କଟକ : ଓଲିଉଡ୍‌‌ ଷ୍ଟାର୍‌‌ ଦମ୍ପତି ବିବାଦ ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି। ହ୍ୟୁମାନ୍‌‌ ଏବଂ ତାଙ୍କ ମାଆ ମହିଳା ଥାନାରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରୁଥିବାବେଳେ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ […]

କଟକ : ଓଲିଉଡ୍‌‌ ଷ୍ଟାର୍‌‌ ଦମ୍ପତି ବିବାଦ ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି। ହ୍ୟୁମାନ୍‌‌ ଏବଂ ତାଙ୍କ ମାଆ ମହିଳା ଥାନାରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରୁଥିବାବେଳେ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ୟାତନା ଦେଇନାହାନ୍ତି। ଯାହା ନିର୍ୟାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି। ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ୟାତନା ଦେଇନାହାନ୍ତି। ଯାହା ନିର୍ୟାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି। ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଶ୍ରେୟା ଅଭିଯୋଗ କରିଛନ୍ତି, ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ୟାତନା ବଢିଥିଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରିଦେଇଥିଲୁ । କିନ୍ତୁ ୬ ମାସ ହେଲା ନିର୍ୟାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା । କିନ୍ତୁ ନିର୍ୟାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଅନ୍ୟପଟେ ଗତକାଲି ସୋସିଆଲ୍‌‌ ମିଡିଆରେ ନିଜ ପକ୍ଷ ରଖିଥିବା ଶ୍ରେୟା ମିଶ୍ର କହିଥିଲେ ଯେ ଠାକୁର ପୂଜା କରିବାକୁ ଏବଂ ମନ୍ଦିରରେ ନମସ୍କାର କରିବାକୁ ମନା କରନ୍ତି ହ୍ୟୁମାନ୍‌‌। ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼଼ା ଖାଇବାକୁ ବାରଣ କରନ୍ତି। ଅଳତା ସିନ୍ଦୂର ମଧ୍ୟ ଲଗାଇବାକୁ ଦିଅନ୍ତି ନାହିଁ ବୋଲି ଶ୍ରୀୟା ଆଜି ଗଣମାଧ୍ୟମରେ ଅଭିଯୋଗ ଉଠାଇଛନ୍ତି।

ଗତ ୬ ମାସ ହେବ ହ୍ୟୁମାନଙ୍କ ପାଖରେ ସେ ରହୁନାହାନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଯାଇଛନ୍ତି। ‘ମୁଁ ସମାଧାନ ପାଇଁ ରାଜି, ହେଲେ ହ୍ୟୁମାନ୍‌‌ ହୃଦୟର ସହ ଗ୍ରହଣ କରିବା ଦରକାର’ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ସେମାନେ ପ୍ରକୃତରେ ସମାଧାନ ପାଇଁ ଚାହୁଁଥିବେ, ପ୍ରଥମେ ଶ୍ରେୟାଙ୍କୁ ମନେଇ ପାରିବେ ଓ ତାଙ୍କୁ ପୂର୍ବଭଳି ସ୍ତ୍ରୀ ଭାବେ ଗ୍ରହଣ କରିବେ, ତାହେଲେ ଶ୍ରୀୟା କମ୍ପର୍‌‌ମାଇଜ୍‌‌(ସମାଧାନ)ରେ ରାଜି ଥିବା ଶ୍ରେୟାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗତକାଲି ହ୍ୟୁମାନଙ୍କ ମାଆ ବୁଝାମଣା ପାଇଁ ରାଜି ଥିବା କଥା କହିଥିଲେ। ଏହାସହ ବୋହୂ ଏବଂ ନାତୁଣୀ ଘରେ ନ ଥିବାରୁ ତାଙ୍କୁ ମିସ୍‌‌ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କରି ବୋହୂ ଘରେ ଠାକୁର ପୂଜା କରେ, ତା’ ପାଇଁ ଧର୍ମୀୟ ସ୍ୱାଧୀନତା ରହିଥିଲା ବୋଲି ସେ ଜୋର୍‌‌ ଦେଇ କହିଥିଲେ। କିନ୍ତୁ ଆଜି ଶ୍ରୀୟା ଦେଇଥିବା ବୟାନ୍‌‌ ଏବଂ ମାଆଙ୍କ ପ୍ରତିକ୍ରିୟାରେ କୌଣସି ତାଳମେଳ ରହୁନାହିଁ। ହ୍ୟୁମାନ ସାଗରଙ୍କୁ ଏହି ବିବାଦର ଅନ୍ତ କେବେ ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, ହଁ.. ନିଶ୍ଚୟ ଏହି ସମସ୍ୟାର ସମାଧାନ ହେବ। ତାଙ୍କ ପକ୍ଷରୁ ଘରୋଇ କଳହର ବୁଝାମଣା ନିମନ୍ତେ ପ୍ରସ୍ତାବ ଦିଆଯାଇଛି।

ତେବେ ଆଜି ଶ୍ରୀୟାଙ୍କ ମନକଥା ସୋସିଆଲ୍‌‌ ମିଡିଆରେ ଭାଇରାଲ ହେବା ପରେ ଗତକାଲି ହ୍ୟୁମାନ୍‌‌ଙ୍କ ଠାକୁର ଘର ଦୃଶ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ହ୍ୟୁମାନଙ୍କ ଠାକୁର ଘରେ ପ୍ରଭୁ ଜଗନ୍ନାଥ, ମା’ ସରସ୍ୱତୀ ଏବଂ ଗଣେଶଙ୍କ ମୂର୍ତ୍ତି ଓ ଫଟୋଚିତ୍ର ରହିଛି। ଶ୍ରୀୟାଙ୍କ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ସମୟରେ ହ୍ୟୁମାନ୍‌‌ ତାଙ୍କ ଛୋଟ ଝିଅକୁ ମାଡ଼ ମାରନ୍ତି। ଜଣେ ତୃତୀୟ ମଣିଷ ପାଇଁ ଦାମ୍ପତ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଏହି ତୃତୀୟ ମଣିଷ କଥା କହି, ଶ୍ରୀୟା ଗତକାଲି ନିଜ ପକ୍ଷ ସୋସିଆଲ୍‌‌ ମିଡିଆରେ ରଖିଥିବା ବେଳେ ଆଜି ପୁରୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ଶ୍ରୀୟାଙ୍କ ଜନ୍ମଦିନ ପାର୍ଟିରେ ହ୍ୟୁମାନ୍‌‌ ସାଗର ଏବଂ ତାଙ୍କ ଝିଅଙ୍କ ସହିତ ନାଚୁଥିବାର ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି। ଏଭଳି ଭଲପାଇବାର ଦୃଶ୍ୟ ଏବଂ ବିବାଦର ଦୃଶ୍ୟକୁ ଦେଖି ଫ୍ୟାନ୍‌‌ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର