ଜଟଣୀରୁ ବିପୁଳ ପରିମାଣର ବେଆଇନ ଭାବେ ଗଛିତ ବାଣ ଜବତ, ୨ ଗିରଫ

The Sakala Picture
Published On

ଜଟଣୀ: ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର । ମାଡି ବସିଲା କମିଶନରେଟ ପୋଲିସ। ଜଟଣୀ ଥାନା କୁସୁମାଟି ଠାରେ ବିପୁଳ ପରିମାଣର ବେଆଇନ ଭାବେ ବାଣ ଗଛିତ ଥିବା ଖବର ପାଇବା ପରେ ଚଢ଼ାଉ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଛବିନ୍ଦ୍ର ସୁବୁଦ୍ଧି ଓ ପବିତ୍ର ସୁବୁଦ୍ଧି । ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ୨୦ ପ୍ରକାର ବାଣ ଗଛିତ କରି ରଖିଥିଲେ ଅଭିଯୁକ୍ତ […]

ଜଟଣୀ: ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର । ମାଡି ବସିଲା କମିଶନରେଟ ପୋଲିସ। ଜଟଣୀ ଥାନା କୁସୁମାଟି ଠାରେ ବିପୁଳ ପରିମାଣର ବେଆଇନ ଭାବେ ବାଣ ଗଛିତ ଥିବା ଖବର ପାଇବା ପରେ ଚଢ଼ାଉ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଛବିନ୍ଦ୍ର ସୁବୁଦ୍ଧି ଓ ପବିତ୍ର ସୁବୁଦ୍ଧି । ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ୨୦ ପ୍ରକାର ବାଣ ଗଛିତ କରି ରଖିଥିଲେ ଅଭିଯୁକ୍ତ । କିନ୍ତୁ ପୋଲିସ ଠାରୁ ଏ ସମ୍ପର୍କରେ କୌଣସି ଲାଇସେନ୍ସ ସେମାନେ ନେଇନଥିଲେ । କେସ ନମ୍ବର ୩୭୫ ଦଫା Indian explosive act 1884, Sec 5 ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ବିପୁଳ ପରିମାଣର ବାଣକୁ ଜବତ କରିବା ସହ ବିନା ଅନୁମତିରେ ବାଣ ବିକିବାକୁ ବାରଣ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନରେ ଅନଲାଇନ ଅଟୋ ଓ ଟାକ୍ସି ଚାଳକଙ୍କ ହିଂସା: ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି, ୩୫୪ ଗାଡ଼ି ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର