ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ? କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ

The Sakala Picture
Published On

ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ ନବ ଦାସ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି। ମନ୍ତ୍ରୀ ନବ ଦାସ […]

ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ ନବ ଦାସ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟଅଭିଯୁକ୍ତ ପୁଲିସ ଏସଆଇ ଗୋପାଳ ଦାସକୁ ଆଜି ଅପରାହ୍ନ ସମୟରେ ବ୍ରଜରାଜନଗରର ଗାନ୍ଧୀ ଛକକୁରେ ଥିବା କ୍ରାଇମସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିଛି। ଘଟଣା ଦିନ ମନ୍ତ୍ରୀ ନବ ଦାସଙ୍କ ଯେଉଁ ଦୁଇଟି ଗାଡିଥିଲା। ଆଜି ମଧ୍ୟ ସେହି ଗାଡି ନିଆଯାଇ ତଦନ୍ତ କରାଯିବା ସହ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗାଡିରେ ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହାପରେ ଗୋପାଳକୁ ଅଣାଯାଇଥିଲା । ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ଆଉ ଏହି ପୁରା ଘଟଣାକୁ ଡ୍ରୋନ୍ କ୍ୟାମେରା, ଅନ୍ୟ କ୍ୟାମେରା ଓ ଫଟୋ ମାଧ୍ୟମରେ  କଏଦ କରାଯାଇଛି। ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛନ୍ତିି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି ।

07 Feb 2023 By The Sakala

ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ? କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ

ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ ନବ ଦାସ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟଅଭିଯୁକ୍ତ ପୁଲିସ ଏସଆଇ ଗୋପାଳ ଦାସକୁ ଆଜି ଅପରାହ୍ନ ସମୟରେ ବ୍ରଜରାଜନଗରର ଗାନ୍ଧୀ ଛକକୁରେ ଥିବା କ୍ରାଇମସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିଛି। ଘଟଣା ଦିନ ମନ୍ତ୍ରୀ ନବ ଦାସଙ୍କ ଯେଉଁ ଦୁଇଟି ଗାଡିଥିଲା। ଆଜି ମଧ୍ୟ ସେହି ଗାଡି ନିଆଯାଇ ତଦନ୍ତ କରାଯିବା ସହ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି।

ଗାଡିରେ ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହାପରେ ଗୋପାଳକୁ ଅଣାଯାଇଥିଲା । ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ଆଉ ଏହି ପୁରା ଘଟଣାକୁ ଡ୍ରୋନ୍ କ୍ୟାମେରା, ଅନ୍ୟ କ୍ୟାମେରା ଓ ଫଟୋ ମାଧ୍ୟମରେ  କଏଦ କରାଯାଇଛି। ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛନ୍ତିି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି ।

https://www.thesakala.in/latest-odisha-news/how-gopal-shot-minister-naba-das-the-accused-showed-the-demo-at-the-crime-spot/article-18750
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର