ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ଯ ସହନଶୀଳତା ଆଭିମୁଖ୍ଯକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ସର୍ବାଦ ପ୍ରତିଶ୍ରୁତିବଦ୍ଧ

The Sakala Picture
Published On

ଭୁବନେଶ୍ବର:  ବିଜେବି କଲେଜ ଛାତୀ ରୁଚିକା ମହାନ୍ତିଙ୍କ ମୃତ୍ଯୁ ସମ୍ବନ୍ଧରେ ମାନ୍ଯବର ଗୃହରଷ୍ଚ୍ରମନ୍ତ୍ରୀ ବିବୃତି ଜାରି କରିଛନ୍ତି। ଏହାଏକ ସମ୍ବେଦନଶୀଳ ଏବଂ ଅତି ଦୁଃଖଦ ଘଟଣା।  ଏଥିଲାଗି ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଆତ୍ମୀୟ ସ୍ବଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଗୃହରଷ୍ଚ୍ରମନ୍ତ୍ରୀ। ୧୯ ବର୍ଷ ବୟସ୍କା ସୁଶ୍ରୀ ରୁଚିକା ମହାନ୍ତି ବିଜେବି ଅଟୋନୋମସ କଲେଜରେ ଯୁକ୍ତ ୩ ର ପ୍ରଥମ ବର୍ଷର (ଇତିହାସ ଅନର୍ସ ) ଛାତ୍ରୀ […]

ଭୁବନେଶ୍ବର:  ବିଜେବି କଲେଜ ଛାତୀ ରୁଚିକା ମହାନ୍ତିଙ୍କ ମୃତ୍ଯୁ ସମ୍ବନ୍ଧରେ ମାନ୍ଯବର ଗୃହରଷ୍ଚ୍ରମନ୍ତ୍ରୀ ବିବୃତି ଜାରି କରିଛନ୍ତି। ଏହାଏକ ସମ୍ବେଦନଶୀଳ ଏବଂ ଅତି ଦୁଃଖଦ ଘଟଣା।  ଏଥିଲାଗି ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଆତ୍ମୀୟ ସ୍ବଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଗୃହରଷ୍ଚ୍ରମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

୧୯ ବର୍ଷ ବୟସ୍କା ସୁଶ୍ରୀ ରୁଚିକା ମହାନ୍ତି ବିଜେବି ଅଟୋନୋମସ କଲେଜରେ ଯୁକ୍ତ ୩ ର ପ୍ରଥମ ବର୍ଷର (ଇତିହାସ ଅନର୍ସ ) ଛାତ୍ରୀ ଥିଲେ । ତାଙ୍କ ଘର ଚୌଦ୍ଵାର ଥାନା ଅନ୍ତର୍ଗତ କଖଡିରେ ଥିଲା । ତାଙ୍କୁ ଯଦିଓ କାରୁବାକୀ ମହିଳା ଛାତ୍ରାବାସର Dormitory ରେ ରୁମ ଦିଆଯାଇଥିଲା। ସେ ତାଙ୍କର ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମରେ ରହୁଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

୦୨,୦୭.୨୦୨୨ ଦିନ ପ୍ରାୟ ସକାଳ ୧୧.୩୦ ସମୟରେ ରୁଚିକାଙ୍କ ବାନ୍ଧବୀ ରୁମ ଭିତରୁ ବନ୍ଦଥିବା  ଦେଖିଥିଲେ। ସେ ଏ କଥା କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲା ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲ ପହଞ୍ଚି ରୁଚିକାଙ୍କ ପରିବାରକୁ ଏବଂ ପୁଲିସକୁ  ରୁଚିକାଙ୍କ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ବଡଗଡ ଥାନା ପଲିସ ତୁରନ୍ତ ପହଞ୍ଚି ମୃତାଙ୍କ ଲୋକାଲ ଗାର୍ଡିଆନଙ୍କ ଉପସ୍ଥିତରେ  ମୃତାଙ୍କ ପକେଟରୁ ଏକ ଚିଠି ଜବତ କରିଥିଲେ। ମୃତା ରୁଚିକାଙ୍କ ମାତା  ବିଦ୍ୟୁତ ପ୍ରଭା ମହାନ୍ତିଙ୍କ ରିପୋର୍ଟ ଉପରେ ବଡ଼ଗଡ ଥାନାରେ ୨୨୬ /୨୨ ନମ୍ବର କେଶ, IPC ଦଫା ୩୦୬ ଏବଂ ୩୪ରେ ପଞ୍ଜୀକୃତ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

କେଶର ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ତରଫରୁ ୩ ଗୋଟି ଚିମ୍ ଗଠନ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନାରେ ତଦନ୍ତ  ତଦାରଖ କରାଯାଉଛି। ଡିସିପି ଭୁବନେଶ୍ବରଙ୍କ ପ୍ରତ୍ଯେକ୍ଷ୍ଯ ତତ୍ତ୍ବାବଧାନାରେ ତଦନ୍ତ ଚାଲିଛି।  ଏହି ବିଷୟରେ ପରିବାର ସଦସ୍ଯ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ବାରା ଉତଥାପିତ ତଥ୍ଯ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି।

ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କର ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ଯ  ସହନଶୀଳତା  ଆଭିମୁଖ୍ଯକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ସର୍ବାଦ ପ୍ରତିଶ୍ରୁତିବଦ୍ଧ। ମାନ୍ଯବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଂକୁ ପ୍ରତିହିତ କରିବା ପାଇଁ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଏସଓପି  କଡାକଡି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି କେଶକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରି ହଷ୍ଟଲର ସୁପରିଟେଣ୍ଡେଣ୍ଟ, କଲେଜର ପ୍ରିନ୍ସପାଲ, ମାଟ୍ରିନ୍ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରାମାନଙ୍କୁ ପଚାର ଉଚରା କରୁଛନ୍ତି । ଏହି କେଶର ତଦନ୍ତ ବଡ଼ଗଡ଼ ଥାନା ଅଧିକାରୀ କରୁଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅତି ଗୁରୁତର ସହିତ ଗ୍ରହଣ କରିବା ସହ ତୁରନ୍ତ ନର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର