ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା

The Sakala Picture
Published On

କଟକ : ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କୋଭିଡ୍‌ କଟକଣା କାରଣରୁ ୨ ବର୍ଷ ଧରି ବାଲି ଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । କିନ୍ତୁ […]

କଟକ : ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କୋଭିଡ୍‌ କଟକଣା କାରଣରୁ ୨ ବର୍ଷ ଧରି ବାଲି ଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । କିନ୍ତୁ ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ଗତ ଦୁଇ ବର୍ଷ ହେବ ବାଲିଯାତ୍ରା ଆୟୋଜନ କରିହୋଇନଥିଲା। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଛି। କରୋନା କାରଣରୁ ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ହେବା କାରଣୁ ବହୁତ ବ୍ୟବସାୟ ମାନେ ତାଙ୍କର ଜୀବିକା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। କିନ୍ତୁ ଚଳିତ ଥର ବାଲିଯାତ୍ରା ହେବ। ଏବେ ଠାରୁ ଆମକୁ ଏହା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ଏ ନେଇ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସୂଚନାଯୋଗ୍ୟ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ୧୦ ଦିନ ବ୍ୟାପି ଆୟୋଜନ ହେଉଥିବା ରାଜ୍ୟର ଏହି ସର୍ବବୃହତ ଯାତ୍ରାରେ ଛୋଟବଡ଼ ମିଶି ୨ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି। ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ। ହେଲେ କରୋନା କାରଣରୁ ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ନ ହେବା କାରଣରୁ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ନିରାଶ ହୋଇଥିଲେ । ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ଏଥିପାଇଁ ମାସ ମାସ ଆଗରୁ ପ୍ରସ୍ତୁତ ହୋଇଥାନ୍ତି ବ୍ୟବସାୟୀ । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ଦୁଇ ବର୍ଷ ଧରି ହତାଶ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର