ଜେଲ ଗଲେ ହିନ୍ଦୋଳ ଏସଡିପିଓ, ଲାଞ୍ଚ ନେଇ ଗତକାଲି ହୋଇଥିଲେ ଗିରଫ

The Sakala Picture
Published On

ଢେଙ୍କାନାଳ: ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର କ୍ୱାରୀ ଲିଜ୍‌ଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି […]

ଢେଙ୍କାନାଳ: ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର କ୍ୱାରୀ ଲିଜ୍‌ଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି । ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଗତକାଲି ଖଣି ମାଲିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ମଳୟ । ଧରାପଡିବା ପରେ ତାଙ୍କୁ କଟକ ମୁଖ୍ୟାଳୟକୁ ଅଣାଯାଇଥିଲା । ପରେ ଆଜି ତାଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଗୁଗଲ ପେ ଓ ଫୋନ୍ ପେ ରେ ଲାଞ୍ଚ ଆଦାୟ କରୁଥିଲେ ମଳୟ । ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା। ରେଡ୍ ବେଳେ ଏକ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଫେରାର ଥିବାବେଳେ ତାଙ୍କୁ ଖୋଜୁଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ବିଭିନ୍ନ ସମୟରେ ମଳୟ କିଶୋର ନାୟକ ପଥର ଖାଦାନ ଲିଜ୍‌ଧାରୀ ଓ କ୍ରସର ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସେ ଅନେକ ଥର ସସପେଣ୍ଡ ମଧ୍ୟ ହୋଇଛନ୍ତି । ସେ ଫୋନ ପେ’ ଓ ଗୁଗଲ ପେ’ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। କଟକ ଡିଭିଜନ ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗିରଫ ଏସ୍‌ଡିପିଓ ନିଜ ଆକାଉଣ୍ଟ ନ ହେଲେ ନିଜ ଝିଅ ବା ପରିବାରର ଅନ୍ୟ କୌଣସି ସଦସ୍ୟ କିମ୍ବା ଅନ୍ୟ ଚିହ୍ନାଜଣାଙ୍କ ଆକାଉଣ୍ଟରେ ଫୋନ୍ ପେ’ ଓ ଗୁଗଲ ପେ’ରେ ଲାଞ୍ଚ ଟଙ୍କା ନେଉଥିଲେ। ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଉଥିବା ଟଙ୍କାକୁ ସେ ପରବର୍ତ୍ତୀ ସମୟରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଅବା ସେହି ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର