ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦୀ ସଂସ୍କରଣ ଉନ୍ମୋଚିତ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି। ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଓଡ଼ିଆ ପାଠକଙ୍କ ଦ୍ବାରା ବେଶ ଆଦୃତ ହେବା ପରେ ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ ରାଜକମଲ ପ୍ରକାଶନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାହେଶ୍ବରୀ, ସମ୍ପାଦକ ଧର୍ମେନ୍ଦ୍ର ସୁଶାନ୍ତ, ଏବଂ […]

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି। ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଓଡ଼ିଆ ପାଠକଙ୍କ ଦ୍ବାରା ବେଶ ଆଦୃତ ହେବା ପରେ ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଲୋକାର୍ପଣ ଉତ୍ସବରେ ରାଜକମଲ ପ୍ରକାଶନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାହେଶ୍ବରୀ, ସମ୍ପାଦକ ଧର୍ମେନ୍ଦ୍ର ସୁଶାନ୍ତ, ଏବଂ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ। ଦୟାନଦୀ କବିତା ସଂକଳନର ସର୍ଜନା ଓ ଏହାପଛର ଉଦେଶ୍ୟ ସମ୍ପର୍କରେ ରାଜକମଲ ପ୍ରକାଶନ ପକ୍ଷରୁ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଏକ ସାକ୍ଷାତକାର କରିଥିଲେ ଧର୍ମେନ୍ଦ୍ର ସୁଶାନ୍ତ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଭୁବନେଶ୍ବର ଉପକଣ୍ଠରେ ଥିବା ଦୟାନଦୀ କୂଳରେ ୨ ହଜାର ବର୍ଷ ପୂର୍ବେ ମଗଧ ଓ କଳିଙ୍ଗ ମଧ୍ୟରେ ଯୁଦ୍ଧ ହୋଇଥିଲା । କୁହାଯାଏ ଏହି ଯୁଦ୍ଧରେ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ବୌଦ୍ଧ ଧର୍ମ ଗ୍ରହଣ କରି ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ। ଇତିହାସର ଏହି ଘଟଣା ପରିପ୍ରେକ୍ଷୀରେ ଦୟାନଦୀ କବିତା ସଂକଳନ ରଚନା ହୋଇଛି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ତେବେ ଯୁଦ୍ଧ କେବେ ପ୍ରଗତି ଆଣେ ନାହିଁ, ଏହି ବାର୍ତ୍ତା ନିଜର କବିତା ମାଧ୍ୟମରେ ଡକ୍ଟର ପଣ୍ଡା ପାଠକଙ୍କୁ ଜଣାଇବାକୁ ଚାହିଁଛନ୍ତି । ନିଜ ପଠାରେ କଳିଙ୍ଗ ଯୁଦ୍ଧ ହୋଇଛି ଓ ସେହି ଯୁଦ୍ଧ ଦୟାନଦୀକୁ ଯେଉଁ ସନ୍ତାପ ଦେଇଛି ତାର ଚୁନା ଚୁନା ଆବେଗ ଦୟାନଦୀରେ ସନ୍ନିବେଶିତ କବିତାର ବିଷୟ ବୋଲି ଡକ୍ଟର ପଣ୍ଡା ନିଜ ସାକ୍ଷାତକାର ବେଳେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର