ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟକା : ୧୫ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବେ। ବର୍ଷାଙ୍କୁ ଦିଲ୍ଲୀ ପୁଲିସ ପାଖରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୧୫ ଦିନ ଯାଏ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ। ସୂଚନା ଅନୁଯାୟୀ, ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ବର୍ଷାଙ୍କୁ ହାଜର ହେବାକୁ […]

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବେ। ବର୍ଷାଙ୍କୁ ଦିଲ୍ଲୀ ପୁଲିସ ପାଖରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୧୫ ଦିନ ଯାଏ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ସୂଚନା ଅନୁଯାୟୀ, ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ବର୍ଷାଙ୍କୁ ୨ ଥର ନୋଟିସ ହୋଇଥିବା ସତ୍ତ୍ବେ ବର୍ଷା ହାଜର ହୋଇନଥିଲେ। ଏହାକୁ ନେଇ ବର୍ଷା ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଆହୁରି ପଢ଼ନ୍ତୁ: ପାର୍ବଣ ଋତୁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଅପରାଧୀଙ୍କ ଉପରେ ରହିବ କଡ଼ା ନଜର: କଟକ ଡିସିପି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର