ଗର୍ଭପାତ ପ୍ରସଂଗରେ ସ୍ୱତନ୍ତ୍ର ଏସଓପି ପ୍ରଣୟନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଦୁଷ୍କର୍ମ ପୀଡ଼ିତା ଜନୈକା ୧୩ବର୍ଷୀୟା ନାବାଳିକାର ଗର୍ଭପାତ ପାଇଁ ଅନୁମତି ଲୋଡି ତାର ପିତାଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଉଭୟ ଗର୍ଭପାତ ଓ ଗର୍ଭଧାରଣ କରି ସନ୍ତାନ ଜନ୍ମ ଦେବା ଉଭୟ କ୍ଷେତ୍ରରେ ବିପଦ ଆଶଙ୍କା ରହିଛି। ଆଇନ ସମ୍ମୁଖରେ ଦୁଇଟି କଠିନ ବିକଳ୍ପ ରହିଥିଲେ ସୁଦ୍ଧା କମ କ୍ଷତି ହେଉଥିବା ବିକଳ୍ପକୁ ଗ୍ରହଣ କରାଯିବା ଉଚିତ। ୧୩ବର୍ଷୀୟା ନାବାଳିକାକୁ ସନ୍ତାନ […]
କଟକ: ଦୁଷ୍କର୍ମ ପୀଡ଼ିତା ଜନୈକା ୧୩ବର୍ଷୀୟା ନାବାଳିକାର ଗର୍ଭପାତ ପାଇଁ ଅନୁମତି ଲୋଡି ତାର ପିତାଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଉଭୟ ଗର୍ଭପାତ ଓ ଗର୍ଭଧାରଣ କରି ସନ୍ତାନ ଜନ୍ମ ଦେବା ଉଭୟ କ୍ଷେତ୍ରରେ ବିପଦ ଆଶଙ୍କା ରହିଛି। ଆଇନ ସମ୍ମୁଖରେ ଦୁଇଟି କଠିନ ବିକଳ୍ପ ରହିଥିଲେ ସୁଦ୍ଧା କମ କ୍ଷତି ହେଉଥିବା ବିକଳ୍ପକୁ ଗ୍ରହଣ କରାଯିବା ଉଚିତ। ୧୩ବର୍ଷୀୟା ନାବାଳିକାକୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଗର୍ଭଧାରଣ କରିବା ପାଇଁ ବାଧ୍ୟ କରିବା ତାର ଶରୀର ଓ ମନ ପ୍ରତି ଏକ ଅସହନୀୟ ବୋଝ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଉପରୋକ୍ତ ଆବେଦନକୁ ଅନୁମତି ଦେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ବିଳମ୍ବ ନକରି ସମାପନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟରେ ଗର୍ଭପାତ ପ୍ରସଂଗରେ ଏସଓପି( ମାନକ ସଂଚାଳନ ପ୍ରକ୍ରିୟା) ପ୍ରଣୟନ ସହ ଏହାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସ୍ତ୍ରୀ ଓ ପ୍ରସୂତି ରୋଗ ,ପ୍ରଜନନ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସମେତ ଚିକିତ୍ସା ବିଜ୍ଞାନ ସହିତ ଜଡିତ ଆଇନ ବିଶାରଦଙ୍କ ପରାମର୍ଶରେ ଏହି ଏସଓପି ପ୍ରସ୍ତୁତ କରାଯିବ । ଏସଓପି ପ୍ରସ୍ତୁତ ହେବା ପରେ ଏହାକୁ ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା ପ୍ରତିଷ୍ଠାନ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯିବ। ସେହିଭଳି ଅନାବଶ୍ୟକ ବିଳମ୍ବ ଓ ପୀଡିତା ସମ୍ମୁଖୀନ ହେଉଥିବା ଆଇନଗତ ସମସ୍ୟାକୁ ଏଡାଇବା ପାଇଁ ଏଥିରେ ଧ୍ୟାନ ଦିଆଯିବ। ନାବାଳିକାଙ୍କ କ୍ଷେତ୍ରରେ ଦକ୍ଷ ମନୋବିଜ୍ଞାନୀଙ୍କୁ ନିୟୋଜିତ କରାଯାଇ କାଉନସେଲିଂ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ଏସଓପି କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ନିୟମିତ ସମୀକ୍ଷା କରିବ। ଅନ୍ୟପଟରେ ଏଭଳି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ ଥାନା ଗୁଡିକୁ ସଚେତନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ । ବିଶେଷକରି ବେଆଇନ ଗର୍ଭଧାରଣ ପ୍ରସଂଗରେ ପୁଲିସ ଥାନା ଗୁଡିକ ନିକଟସ୍ଥ ଆଇନ ସେବା ପ୍ରାଧିକରଣ ଓ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଠାରୁ ଆଇନଗତ ପରାମର୍ଶ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରକାଶଥାଉକି ସିକିଲସେଲ ଆନେମିଆ ସହିତ ଅପସ୍ମାରରେ ଆକ୍ରାନ୍ତ ୧୩ ବର୍ଷିୟା ଅନୁସୂଚୀତ ଜନଜାତି ନାବାଳିକା ଜଣକ ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ପାଇଁ ଗର୍ଭବତୀ ହୋଇଥିଲେ। ଗର୍ଭଧାରଣ ୨୬ ସପ୍ତାହ ଅତିକ୍ରାନ୍ତ କରି ସାରିଥିବାରୁ ନାବାଳିକାଙ୍କ ସ୍ଥିତିର ଆକଳନ ସହିତ ଗର୍ଭପାତ ପାଇଁ ବ୍ୟବସ୍ଥା କରିବାକୁ ମେଡିକାଲ ବୋର୍ଡ ଗଠନ ଲାଗି ଏମକେସିଜି ମେଡିକାଲର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନାବାଳିକାଙ୍କ ପିତା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଡିକାଲ ବୋର୍ଡ ଗଠନ କରାଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରିପୋର୍ଟ ଦିଆଯାଇଥିଲା। ଉଭୟ ଗର୍ଭଧାରଣ ଓ ଗର୍ଭପାତ ଜଟୀଳ ଥିବା ଦର୍ଶାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ତଥ୍ୟ ଓ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ଯାହା ଆଜି ପ୍ରକାଶ ପାଇଛି।