ବର୍ଜ୍ୟ ଜଳକୁ ବିଶୋଧନ କରି ଗଙ୍ଗୁଆରେ ଛାଡ଼ : ହାଇକୋର୍ଟ

The Sakala Picture
Published On

କଟକ: ଚିଲିକା ଓ ଭିତରକନିକାରେ ଜଳ ପ୍ରଦୂଷଣ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏକ ଉଚ୍ଚସ୍ତରୀୟ ଭୁବନେଶ୍ୱର ମହାନଗର ନିଗମ ଓ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ସହ ବୈଠକ କରି ଏହାର ନିର୍ଯ୍ୟାସ ଅଦାଲତରେ ଉପସ୍ଥାପନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଖଣ୍ଡପୀଠ ନିର୍ଦ୍ଦେଶ […]

କଟକ: ଚିଲିକା ଓ ଭିତରକନିକାରେ ଜଳ ପ୍ରଦୂଷଣ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏକ ଉଚ୍ଚସ୍ତରୀୟ ଭୁବନେଶ୍ୱର ମହାନଗର ନିଗମ ଓ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ସହ ବୈଠକ କରି ଏହାର ନିର୍ଯ୍ୟାସ ଅଦାଲତରେ ଉପସ୍ଥାପନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଗଙ୍ଗୁଆ ନାଳର ବର୍ଜ୍ୟଜଳ ଦୟା ନଦୀରେ ପ୍ରବେଶ କରିବା ଓ ଦୟାନଦୀ ଜଳ ଚିଲିକାରେ ମିଶିବାରୁ ଚିଲିକା ଜଳ ପ୍ରଦୂଷିତ ହେଉଥିବା ନେଇ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଭର୍ଚୁଆଲରେ ଉପସ୍ଥିତ ହୋଇ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏପରିକି ଚିଲିକା ଓ ଭିତରକନିକା ଜଳ ନମୁନା ପରୀକ୍ଷା ରିପୋର୍ଟ ଆଜି ହାଇକୋର୍ଟରେ ଉପସ୍ଥାପନ ହୋଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦର୍ଶାଇଛି ଯେ ଚିଲିକା ଓ ଭିତରକନିକା ଜଳ ‘ଘ’ ବର୍ଗଭୁକ୍ତ ହୋଇଛି। ଏହା ଗ୍ରହଣୀୟ ନୁହେଁ। ଭୁବନେଶ୍ୱରବାସିନ୍ଦାଙ୍କ ଯାବତୀୟ ବର୍ଜ୍ୟଜଳ ଗଙ୍ଗୁଆରେ ମିଶିବାରୁ ଚିଲିକା ପ୍ରଦୂଷଣ ବଢ଼ିଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ଅନ୍ୟପଟରେ ଚିଲିକାରେ ବେଆଇନ ଚିଙ୍ଗୁଡିଘେରି ଉଛେଦ ହେଉଥିବା ବେଳେ ପାରମ୍ପରିକ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ପଲିସି ନିର୍ଦ୍ଧାରଣ କରିବା ସହ ଏହାକୁ ଅନୁଧ୍ୟାନ କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଉକ୍ତ ନୀତି ଅଦାଲତରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। କିପରି ଓ କେଉଁ ପ୍ରକାର ଚିଙ୍ଗୁଡି ଚାଷ କରାଯାଇପାରିବ ସେନେଇ ସିଡିଏ ପଲିସି ପ୍ରସ୍ତୁତ କରିବ ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଅନ୍ୟପଟରେ ନିୟମାନୁସାରେ, ସିଏଏ(କୋଷ୍ଟାଲ ଆକ୍ୱାକଲଚର ଅଥରିଟି)ରେ ଚିଙ୍ଗୁଡିଘେରି ମାଲିକଙ୍କ ପଡ଼ିରହିଥିବା ଆବେଦନ ଉପରେ ଅଦାଲତ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ସିଏଏ ସଚିବ ଭର୍ଚୁଆଲରେ ହାଜର ହେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲାପାଳ ମଧ୍ୟ ଆଜି ଶୁଣାଣି ସମୟରେ ଭର୍ଚୁଆଲରେ ହାଜର ହୋଇଥିଲେ। ଗତ ଦେଢ ମାସ ମଧ୍ୟରେ ଉଛେଦ ପରେ ପୁଣି ଚିଙ୍ଗୁଡି ନେଟ୍‍ ଘେରି କରିଥିବା ୧୩ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ଜଣେ ଆରଆଇ ଓ ଏଆରଆଇଙ୍କୁ ନିଲମ୍ବନ କରାଯିବା କୃଷ୍ଣପ୍ରସାଦ ତହସିଲଦାରଙ୍କୁ ବଦଳି କରାଯାଇଥିବା ଜିଲ୍ଲାପାଳ ସତ୍ୟପାଠ ଦେଇଥିଲେ। ଅନୁରୂପ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ଏକ ସତ୍ୟପାଠ ଦାଖଲ ହୋଇଥିଲା। ଏହି ମାମଲାରେ ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ହାଇକୋର୍ଟ ଆମିକସକ୍ୟୁରୀ ନିଯୁକ୍ତି ଦେଇଥିବା ବେଳେ ଆମିକସକ୍ୟୁରୀଙ୍କ ପକ୍ଷରୁ ମଧ୍ୟ ଭିଡିଓ କ୍ଲିପିଂ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୨୬କୁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର