ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ
କଟକ: ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ। ତାଙ୍କୁ ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବ ନାହିଁ ସେନେଇ ଜବାବ ତଲବ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜବାବ ତଲବ। ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ନିର୍ଦେଶ। ୧୯୮୭ ମସିହାରେ ଅଭୟାରଣ୍ୟ ପାଇଁ ଜାରୀ ହୋଇଥିଲା ବିଜ୍ଞପ୍ତି। ବିଜ୍ଞପ୍ତିର ଦୀର୍ଘ ବର୍ଷ ପରେ ଵି ହୋଇନାହିଁ ଜମି ଅଧିଗ୍ରହଣ। ଜମି ମାଲିକଙ୍କୁ ନା ଦିଆଯାଇଛି କ୍ଷତିପୂରଣ ନା ଜମି ଛାଡ଼ ହୋଇଛି। ପ୍ରସ୍ତାବିତ ଅଭୟାରଣ୍ୟ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ପାଇଁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ଗତ ୨୦୨୪ ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତି ନେବାକୁ କୋର୍ଟ ଦେଇଥିଲେ ମହଲତ।





