ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା: ବ୍ୟକ୍ତିଗତ ହାଜିରା ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା । OPSC ଉପରେ ବର୍ଷିଲେ ହାଇକୋର୍ଟ । ବ୍ୟକ୍ତିଗତ ହାଜିରା ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବାରମ୍ବାର ତାଗିଦ୍‌ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌ ଲିଷ୍ଟ ଦାଖଲ ନକରିବାରୁ ନିର୍ଦ୍ଦେଶ । ଆସନ୍ତା ସୋମବାର ଦିନ ହାଜିରା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା […]

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା । OPSC ଉପରେ ବର୍ଷିଲେ ହାଇକୋର୍ଟ । ବ୍ୟକ୍ତିଗତ ହାଜିରା ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବାରମ୍ବାର ତାଗିଦ୍‌ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌ ଲିଷ୍ଟ ଦାଖଲ ନକରିବାରୁ ନିର୍ଦ୍ଦେଶ । ଆସନ୍ତା ସୋମବାର ଦିନ ହାଜିରା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୪ରେ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଲିଖିତ ପରୀକ୍ଷାରେ ସଫଳ ହେବା ପରେ ଆବେଦନକାରୀଙ୍କ ସମେତ ୧୭୫ ଜଣଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯାଇଥିଲା । କିନ୍ତୁ ଡିସେମ୍ବର ୪ରେ ୮୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଡେଣ୍ଟାଲ ସର୍ଜନ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

21 Nov 2024 By The Sakala

ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା: ବ୍ୟକ୍ତିଗତ ହାଜିରା ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା । OPSC ଉପରେ ବର୍ଷିଲେ ହାଇକୋର୍ଟ । ବ୍ୟକ୍ତିଗତ ହାଜିରା ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବାରମ୍ବାର ତାଗିଦ୍‌ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌ ଲିଷ୍ଟ ଦାଖଲ ନକରିବାରୁ ନିର୍ଦ୍ଦେଶ । ଆସନ୍ତା ସୋମବାର ଦିନ ହାଜିରା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୪ରେ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଲିଖିତ ପରୀକ୍ଷାରେ ସଫଳ ହେବା ପରେ ଆବେଦନକାରୀଙ୍କ ସମେତ ୧୭୫ ଜଣଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯାଇଥିଲା । କିନ୍ତୁ ଡିସେମ୍ବର ୪ରେ ୮୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଡେଣ୍ଟାଲ ସର୍ଜନ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

https://www.thesakala.in/latest-odisha-news/high-court-directs-opsc-chairman-for-personal-appearance-in-high-court/article-36731
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର