ଦୀପାବଳି ପାଇଁ ହାଇଆଲର୍ଟ; ବାଣ ବିକିଲେ ବନ୍ଧାହେବେ

The Sakala Picture
Published On

ଭୁବନେଶ୍ବର: ଗୁରୁବାର ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏଥିଲାଗି ରାଜଧାନୀକୁ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ଲାଗି ରାଜଧାନୀରେ କେହି ଅନୁମତି ନେଇନାହାନ୍ତି। ସେହିପରି ବେଆଇନ୍‌ ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି। ଯଦି ବେଆଇନ୍ ଭାବେ ବାଣ ବିକ୍ରି କରାଯାଉଥିବାର ନଜରକୁ ଆସିଲେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି। […]

ଭୁବନେଶ୍ବର: ଗୁରୁବାର ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏଥିଲାଗି ରାଜଧାନୀକୁ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ଲାଗି ରାଜଧାନୀରେ କେହି ଅନୁମତି ନେଇନାହାନ୍ତି। ସେହିପରି ବେଆଇନ୍‌ ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି। ଯଦି ବେଆଇନ୍ ଭାବେ ବାଣ

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ବିକ୍ରି କରାଯାଉଥିବାର ନଜରକୁ ଆସିଲେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି। ଅନ୍ୟପକ୍ଷେ ଦୀପାବଳି ଲାଗି ସହରରେ ୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ସମସ୍ତ ଥାନାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ଏଥିସହିତ ଆଉ କିଛି ଥାନାକୁ ପାଟ୍ରୋଲିଂ ପାଇଁ ଆଉ କିଛି ଅଧିକ ଗାଡ଼ି ଦିଆଯିବ। ସେଭଳି ଥାନାର ଅଧିକାରୀ ଓ ଜୋନ୍ ଏସିପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଏଥିସହିତ ବାଣ ଫୁଟାଇବା ଲାଗି ଜାରି କରାଯାଇଥିବା କଟକଣାକୁ ମାନିବାକୁ ସହରବାସୀଙ୍କୁ ଡିସିପି ଅପିଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଏହାସହ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାଇ ଦେଇଛନ୍ତି। ସେପରି ଥାନାଗୁଡ଼ିକରେ ପାଟ୍ରୋଲିଂ କରିବା ଲାଗି ଥାନା, ପିସିଆର୍ ଓ ଆଉ ନୂଆ ଗାଡ଼ି ଦିଆଯାଇଛି। ସନ୍ଧ୍ୟାରୁ ସହରରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ନିୟମ ମାନୁ ନ ଥିବା ଅମାନିଆଙ୍କୁ ଥାନାକୁ ଉଠାଇ ଅଣାଯିବ ବୋଲି ପୁଲିସ କହିଛି ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

04 Nov 2021 By The Sakala

ଦୀପାବଳି ପାଇଁ ହାଇଆଲର୍ଟ; ବାଣ ବିକିଲେ ବନ୍ଧାହେବେ

ଭୁବନେଶ୍ବର: ଗୁରୁବାର ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏଥିଲାଗି ରାଜଧାନୀକୁ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ଲାଗି ରାଜଧାନୀରେ କେହି ଅନୁମତି ନେଇନାହାନ୍ତି। ସେହିପରି ବେଆଇନ୍‌ ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି। ଯଦି ବେଆଇନ୍ ଭାବେ ବାଣ

ବିକ୍ରି କରାଯାଉଥିବାର ନଜରକୁ ଆସିଲେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି। ଅନ୍ୟପକ୍ଷେ ଦୀପାବଳି ଲାଗି ସହରରେ ୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ସମସ୍ତ ଥାନାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ଏଥିସହିତ ଆଉ କିଛି ଥାନାକୁ ପାଟ୍ରୋଲିଂ ପାଇଁ ଆଉ କିଛି ଅଧିକ ଗାଡ଼ି ଦିଆଯିବ। ସେଭଳି ଥାନାର ଅଧିକାରୀ ଓ ଜୋନ୍ ଏସିପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଏଥିସହିତ ବାଣ ଫୁଟାଇବା ଲାଗି ଜାରି କରାଯାଇଥିବା କଟକଣାକୁ ମାନିବାକୁ ସହରବାସୀଙ୍କୁ ଡିସିପି ଅପିଲ କରିଛନ୍ତି ।

ଏହାସହ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାଇ ଦେଇଛନ୍ତି। ସେପରି ଥାନାଗୁଡ଼ିକରେ ପାଟ୍ରୋଲିଂ କରିବା ଲାଗି ଥାନା, ପିସିଆର୍ ଓ ଆଉ ନୂଆ ଗାଡ଼ି ଦିଆଯାଇଛି। ସନ୍ଧ୍ୟାରୁ ସହରରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ନିୟମ ମାନୁ ନ ଥିବା ଅମାନିଆଙ୍କୁ ଥାନାକୁ ଉଠାଇ ଅଣାଯିବ ବୋଲି ପୁଲିସ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର