ପୁଣି ରାସ୍ତାକୁ ଫେରିଲା ‘ହେକ୍ସି’, ପରିଚାଳନା କରିବ ‘ୟାନା’ କମ୍ପାନୀ

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ରାସ୍ତାକୁ ‘ହେକ୍ସି’ କମ୍ପାନୀର ‘ମୋ ସାଇକଲ’ ଟ୍ରାକ୍‍କୁ ଫେରିଛି। ଏବେ ଏହି ସାଇକଲର ପରିଚାଳନା ଭାର ‘ୟାନା’ କମ୍ପାନୀକୁ ଦିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଓ ହେକ୍ସି ମଧ୍ୟରେ ହୋଇଥିବା ବିବାଦ ପରେ ହେକ୍ସି କମ୍ପାନୀ ସାଇକଲ ପରିଚାଳନା ଭାରରୁ ଓହରିଯିବା ଯୋଗୁଁ ‘ୟାନା’କୁ ଏହାର ପରିଚାଳନା ଭାର ଦିଆଯାଇଛି। ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଆସିଥିବା ବେଳେ ହେକ୍ସି କମ୍ପାନୀର ସର୍ବାଧିକ ୧ […]

ଭୁବନେଶ୍ୱର: ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ରାସ୍ତାକୁ ‘ହେକ୍ସି’ କମ୍ପାନୀର ‘ମୋ ସାଇକଲ’ ଟ୍ରାକ୍‍କୁ ଫେରିଛି। ଏବେ ଏହି ସାଇକଲର ପରିଚାଳନା ଭାର ‘ୟାନା’ କମ୍ପାନୀକୁ ଦିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଓ ହେକ୍ସି ମଧ୍ୟରେ ହୋଇଥିବା ବିବାଦ ପରେ ହେକ୍ସି କମ୍ପାନୀ ସାଇକଲ ପରିଚାଳନା ଭାରରୁ ଓହରିଯିବା ଯୋଗୁଁ ‘ୟାନା’କୁ ଏହାର ପରିଚାଳନା ଭାର ଦିଆଯାଇଛି। ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଆସିଥିବା ବେଳେ ହେକ୍ସି କମ୍ପାନୀର ସର୍ବାଧିକ ୧ ହଜାର ସାଇକଲ ରହିଛି। ହେଲେ କିଛି ଦିନ ପୂର୍ବରୁ ହେକ୍ସି କମ୍ପାନୀର କିଛି ସାଇକଲ କବାଡ଼ିଖାନାରେ ମିଳିବା ପରେ ସ୍ମାର୍ଟସିଟି ଓ ହେକ୍ସି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ସ୍ମାର୍ଟସିଟି ପକ୍ଷରୁ ଥାନାରେ ଏତଲା ଦିଆଯିବା ସହିତ ଦିଲ୍ଲୀରୁ ହେକ୍ସି କମ୍ପାନୀ କର୍ତ୍ତୃପକ୍ଷ ଆସି ସ୍ମାର୍ଟସିଟି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନେ ନିଜର ୧ ହଜାର ସାଇକଲକୁ ସ୍ମାର୍ଟସିଟିକୁ ହସ୍ତାନ୍ତର କରି ପରିଚାଳନା ଦାୟିତ୍ୱରୁ ଓହରିଯାଇଥିଲେ। ଏବେ ଏହି ସାଇକଲକୁ ମରାମତି କରି ସ୍ମାର୍ଟସିଟି ପୁଣି ତରେ ହେକ୍ସି କମ୍ପାନୀର ୫୦୦ ସାଇକଲକୁ ଟ୍ରାକକୁ ଆଣିଛି। ଏହି ସାଇକଲର ପରିଚାଳନା ପାଇଁ ‘ୟାନା’ ସହିତ ଏକ ୩ ବର୍ଷିଆ ଚୁକ୍ତି ହୋଇଥିବା ବେଳେ ପରିଚାଳନା ପାଇଁ ସମ୍ପୃକ୍ତ କମ୍ପାନୀକୁ ଅର୍ଥ ଦିଆଯିବ ବୋଲି ଜଣାପଡ଼ିଛି। ଏହି ୫୦୦ ସାଇକଲ ଫେରିବା ପରେ ବର୍ତ୍ତମାନ ମୋଟ୍‍ ୧୫୦୦ ସାଇକଲ୍‍ ରାଜଧାନୀ ରାସ୍ତାରେ ଗଡ଼଼ିବା ପାଇଁ ପ୍ରସ୍ତୁତ ରହିଛି। ‘ୟାନା’ର ପୂର୍ବରୁ ୫୦୦ ସାଇକଲ ଥିବା ବେଳେ ୟୁଲୁର ମଧ୍ୟ ୫୦୦ ସାଇକଲ ରହିଛି। ଏବେ ପୁଣି ଏଥରେ ୫୦୦ ସାଇକଲ ଯୋଡ଼ି ହୋଇଥିବା ବେଳେ ଖୁବ୍‍ଶୀଘ୍ର ହେକ୍ସିର ଆଉ ୫୦୦ ସାଇକଲ ମଧ୍ୟ ଟ୍ରାକ୍‍କୁ ଫେରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର