ଏସ୍‌‌ଏଚ୍‌‌ଜି ମହିଳାଙ୍କ ନିଆରା ପ୍ରୟାସ, ରୋଜଗାରର ରାହା ଦେଖାଇଛି ହର୍ବାଲ ସାମଗ୍ରୀ

The Sakala Picture
Published On

ଭୁବନେଶ୍ୱର: ଛତୁଆ, ଫିନାଇଲ ପ୍ରସ୍ତୁତିରେ ସୀମିତ ନାହାନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା। ସମୟକ୍ରମେ ବଜାର ଚାହିଦାକୁ ଦୃଷ୍ଟିରେ ରଖି ମିଶନ୍‌‌ ଶକ୍ତି ସହଯୋଗକ୍ରମେ ସ୍ୱାବଲମ୍ବନର ରାହା ପାଇପାରୁଛନ୍ତି। ଏବେ ଆୟୁର୍ବେଦ, ଚେରମୂଳି ଓ ଔଷଧୀୟ ସାମଗ୍ରୀ କିଣିବା ପାଇଁ ଲୋକେ ପସନ୍ଦ କରୁଛନ୍ତି। କେବଳ ଆୟୁର୍ବେଦ ଓ ଚେରମୂଳିର ଚାହିଦା ନୁହେଁ; ହର୍ବାଲ ସାମଗ୍ରୀରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବେଶ୍‌‌ ଲୋକାଦୃତି ହୋଇପାରୁଛି। ଦେଶୀ ହର୍ବାଲ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି ତେଲ, ଜଡ଼ିବୁଟି ଗୁଣ୍ଡ, ସୁଗୃହିଣୀ […]

ଭୁବନେଶ୍ୱର: ଛତୁଆ, ଫିନାଇଲ ପ୍ରସ୍ତୁତିରେ ସୀମିତ ନାହାନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା। ସମୟକ୍ରମେ ବଜାର ଚାହିଦାକୁ ଦୃଷ୍ଟିରେ ରଖି ମିଶନ୍‌‌ ଶକ୍ତି ସହଯୋଗକ୍ରମେ ସ୍ୱାବଲମ୍ବନର ରାହା ପାଇପାରୁଛନ୍ତି। ଏବେ ଆୟୁର୍ବେଦ, ଚେରମୂଳି ଓ ଔଷଧୀୟ ସାମଗ୍ରୀ କିଣିବା ପାଇଁ ଲୋକେ ପସନ୍ଦ କରୁଛନ୍ତି। କେବଳ ଆୟୁର୍ବେଦ ଓ ଚେରମୂଳିର ଚାହିଦା ନୁହେଁ; ହର୍ବାଲ ସାମଗ୍ରୀରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବେଶ୍‌‌ ଲୋକାଦୃତି ହୋଇପାରୁଛି। ଦେଶୀ ହର୍ବାଲ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି ତେଲ, ଜଡ଼ିବୁଟି ଗୁଣ୍ଡ, ସୁଗୃହିଣୀ ଏସ୍‌‌ଏଚ୍‌‌ଜିର ସଦସ୍ୟାମାନେ ହର୍ବାଲ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ରାଜଧାନୀର ୟୁନିଟ୍‌‌-୩ ଖାରବେଳ ନଗରରେ ରହିଛି ସେମାନଙ୍କ ନିଆରା ଏସ୍‌‌ଏଚ୍‌‌ଜି ସାମଗ୍ରୀ। ସୁଗୃହିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜସ୍ୱ ତଥା ସରକାରୀ ସହାୟତାରେ ପ୍ରସ୍ତୁତ କରୁଛନ୍ତି ଆୟୁର୍ବେଦ ଗୁଣ୍ଡ ଓ ତୈଳ। ଏଥିରେ ସେମାନେ ଜାମୁକୋଳି ଗୁଣ୍ଡ, ଅଶ୍ୱଗନ୍ଧା ଗୁଣ୍ଡ, ତ୍ରିଫଳା ଗୁଣ୍ଡ, ଅଁଳା ଗୁଣ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଏହାସହିତ ନଡ଼ିଆକୁ ମାରି ସେଥିରୁ ରନ୍ଧା ତେଲ, କୁସୁମ ତେଲ, କରଞ୍ଜ ତେଲ ଓ ନିମ୍ବ ତେଲ ପ୍ରସ୍ତୁତ କରୁଛନ୍ତି। ଏମିତିକି ଏସବୁକୁ ପ୍ୟାକେଜିଂ କରି ବଜାରରେ ବିକ୍ରି କରୁଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ମଧ୍ୟ ବେଶ୍‌‌ ଚାହିଦା ରହିଛି। ଏଥିପାଇଁ ସେମାନେ କୋଲକାତାରୁ ଅଶ୍ୱଗନ୍ଧା, ଢେଙ୍କାନାଳରୁ ହରିଡ଼ା, ବାହାଡ଼ା, ଅଁଳା ଏବଂ କେନ୍ଦୁଝରରୁ ନିମ୍ବ ଓ କରଞ୍ଜମଞ୍ଜି ଆଣି ସେସବୁକୁ ପ୍ରୋସେସିଂ କରି ବିଭିନ୍ନ ହର୍ବାଲ ସାମଗ୍ରୀ ହାତରେ ତିଆରି କରୁଛନ୍ତି। ୪ବର୍ଷରୁ ଊର୍ଦ୍ଧ୍ବ ହେବ ଆରମ୍ଭ ହୋଇଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏଥିରେ କାମ ଜାରି ରଖିଛନ୍ତି। ଜଣେ ମହିଳା ଏହି ହର୍ବାଲ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଏହାଦ୍ୱାରା ସ୍ୱାବଲମ୍ବୀ ହେବା ସହ ରୋଜଗାରର ବାଟ ପାଇପାରିଛନ୍ତି। ମେସିନ୍‌‌ ନୁହେଁ ବରଂ ହାତରେ ତିଆରି କରୁଛନ୍ତି। ବିଶେଷ ଆକର୍ଷଣରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହର୍ବାଲ ତୈଳ। ଶରୀରକୁ ସୁସ୍ଥ ତଥା ସକରାତ୍ମକ ଭାବନା ସୃଷ୍ଟି ହେଉଛି। ମିଶନଶକ୍ତି ମାଧ୍ୟମରେ ମା’ମାନଙ୍କୁ ରୋଜଗାରର ବାଟ ଦେଖାଇଥିଲା।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଏଥିପାଇଁ ସେମାନେ ବର୍ତ୍ତମାନ ବିଭିନ୍ନ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସ୍ଥାନର ସ୍ଥାନୀୟ ମାର୍କେଟରେ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ କୌଣସି ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇନାହାନ୍ତି। ଏସ୍‌‌ଏଚ୍‌‌ଜିର ସମ୍ପାଦିକା ଗୀତା ବିଶ୍ୱାସ ନିଜ ବାପାଙ୍କଠାରୁ ଶିଖିଥିବା ଏହି ହର୍ବାଲ ସାମଗ୍ରୀ ପ୍ରସ୍ତୁତି ଏବେ ମହିଳାମାନଙ୍କୁ ସ୍ୱାବଲମ୍ବନର ରାହା ଦେଖାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହାକୁ ସେମାନଙ୍କୁ ଶିଖାଇଛନ୍ତି। ଏଥିପାଇଁ ମହିଳାମାନେ ୮-୯ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ମିଶନ୍‌‌ ଶକ୍ତିରୁ ଗୋଷ୍ଠୀର ସଦସ୍ୟାମାନେ ଅଢ଼େଇଲକ୍ଷ ଟଙ୍କାର ଋଣ ଆଣି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହିସବୁ ସାମଗ୍ରୀକୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମାର୍କେଟରେ ମଧ୍ୟ ବିକ୍ରି କରାଯାଉଛି। ଏ ସମ୍ପର୍କରେ ଗୀତା କୁହନ୍ତି, ମହିଳାଙ୍କୁ ରୋଜଗାରର ରାହା ଦେବା ପାଇଁ ପ୍ରୟାସ କରାଯାଉଛି। ନିଜ ଉଦ୍ୟମରେ ଏକ ହର୍ବାଲ ଷ୍ଟଲ୍‌‌ କରାଯାଇଛି, ଯେଉଁଥିରେ ସେମାନେ ଏହି ସବୁ ସାମଗ୍ରୀକୁ ବିକ୍ରି କରୁଛନ୍ତି। ଏବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି। ପ୍ରତିଦିନ ମହିଳାମାନେ ଘରର କାମ ଧନ୍ଦା ସାରିବା ପରେ ଏହି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର