ହେରାପଞ୍ଚମୀରେ ମାନବୀୟ ଲୀଳା: ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ ସାଆନ୍ତାଣୀ

The Sakala Picture
Published On

ପୁରୀ: ଭାଇ, ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଆଡପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ। ଏବେ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ବିଧି ମୁତାବକ ନବଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି […]

ପୁରୀ: ଭାଇ, ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଆଡପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ। ଏବେ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ବିଧି ମୁତାବକ ନବଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଗୁରୁବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା। ଅର୍ଥାତ୍‌ ବିବାହ କର୍ମ ଅଧାରେ ରହିଛି। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡିଲେ। ବିଭିନ୍ନ ପଥି ସେବନ କରି ଆରୋଗ୍ୟ ଲାଭ କଲେ। ଦ୍ୱିତୀୟା ତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ୍‌ ନ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ମହାଲକ୍ଷ୍ମୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ରୋଷ କରି ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗି ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡିଥିଲେ। ଫେରିବା ସମୟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଶ୍ରୀଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟ ବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥର କିଛି ଅଂଶ ଭାଙ୍ଗିଥିଲେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହି ମହାନ ନୀତିକୁ ଭକ୍ତମାନେ ଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଆସନ୍ତା ୧୫ ତାରିଖରେ ବାହୁଡ଼ା ଯାତ୍ରା। ବାହୁଡ଼ା ପାଇଁ ଶୁକ୍ରବାର ତିନିରଥର ହେବ ଦକ୍ଷିଣ ମୋଡ। ଅର୍ଥାତ୍‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ ସେଥିଲାଗି ଗୁରୁବାର ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଓ ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ଏମିତି ଛୋଟ ଛୋଟ ମରାମତି କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟ ମୋଟ ମରାମତି ହୋଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ ଦିଆଯାଇ ମରାମତି ହୋଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା ତାହାର ମରାମତି କରାଯାଇଛ। ସୂଚନାଥାଉ କି, ଦକ୍ଷିଣମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା। ଶୁକ୍ରବାର ତିନିରଥର ହେବ ଦକ୍ଷିଣ ମୋଡ଼। ତେବେ ରଥ ଦକ୍ଷିଣ ମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ତେବେ ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର